ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନସିପ୍‌ରେ ସ୍କୁଲ ପିଲାଙ୍କ ସାମିଲ ନେଇ ସରକାର ଖୁସି, ଆଜି ଛୁଟି ଘୋଷଣା କଲେ ନବୀନ

ଭୁବନେଶ୍ୱର: ଆଜି ଭୁବନେଶ୍ୱରର ସମସ୍ତ ସରକାରୀ ଏବଂ ଘରୋଇ ସୁଲ ବନ୍ଦ ରହିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଛୁଟି ଘୋଷଣା କରିଛନ୍ତି। ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପ୍‌ରେ ଭୁବନେଶ୍ୱରର ଅନେକ ସ୍କୁଲର ବହୁ ଛାତ୍ରଛାତ୍ରୀ ଭଲ୍ୟୁଣ୍ଟିୟର ଭାବେ ସାମିଲ ହୋଇଥିଲେ। ତେଣୁ ବିଶ୍ରାମ ପାଇଁ ଆଜି ସ୍କୁଲ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।