ଖରା ଛୁଟି ଘୋଷଣା ସତ୍ତ୍ୱେ ସ୍କୁଲ୍ ଖୋଲା

ଭୁବନେଶ୍ୱର/ଢେଙ୍କାନାଳ/ବଲେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜିଠାରୁ ସ୍କୁଲ୍‌ଗୁଡ଼ିକରେ ଖରା ଛୁଟି ଘୋଷଣା କରିଛନ୍ତି। ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ତେବେ କେତେକ ଘରୋଇ ସ୍କୁଲ୍ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରିଥିବା ନଜରକୁ ଆସିଛି। ସରକାରଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ଆଜି ଢେଙ୍କାନାଳର କିଛି ଘରୋଇ ସ୍କୁଲ୍‌ରେ ପାଠପଢ଼ା ହୋଇଥିଲା। ସ୍କୁଲ୍ ବସ୍‌ ବି ପିଲାମାନଙ୍କୁ ନେବାଆଣିବା କରିଥିଲା। କେତେକ ପିଲାଙ୍କୁ ସେମାନଙ୍କ ଅଭିଭାବକମାନେ  […]

schoolopen

schoolopen

Rakesh Mallick
  • Published: Tuesday, 26 April 2016
  • Updated: 26 April 2016, 04:39 PM IST

Sports

Latest News

schoolopenଭୁବନେଶ୍ୱର/ଢେଙ୍କାନାଳ/ବଲେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜିଠାରୁ ସ୍କୁଲ୍‌ଗୁଡ଼ିକରେ ଖରା ଛୁଟି ଘୋଷଣା କରିଛନ୍ତି। ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ତେବେ କେତେକ ଘରୋଇ ସ୍କୁଲ୍ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରିଥିବା ନଜରକୁ ଆସିଛି।

ସରକାରଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ଆଜି ଢେଙ୍କାନାଳର କିଛି ଘରୋଇ ସ୍କୁଲ୍‌ରେ ପାଠପଢ଼ା ହୋଇଥିଲା। ସ୍କୁଲ୍ ବସ୍‌ ବି ପିଲାମାନଙ୍କୁ ନେବାଆଣିବା କରିଥିଲା। କେତେକ ପିଲାଙ୍କୁ ସେମାନଙ୍କ ଅଭିଭାବକମାନେ  ସ୍କୁଲ୍‌ ନେବାଆଣିବା କରିଥିଲେ। ତେବେ ପିଲାମାନେ କେହି ସ୍କୁଲ୍ ୟୁନିଫର୍ମ ପିନ୍ଧି ନ ଥିଲେ।

ସେହିପରି ବାଲେଶ୍ୱରରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏଠାରେ କିଛି ଘରୋଇ ସ୍କୁଲ୍ ପିଲାମାନଙ୍କୁ ସକାଳେ ପାଠପଢ଼ିବା ପାଇଁ କର୍ତ୍ତୃପକ୍ଷ ସ୍କୁଲ୍‌କୁ ଡାକିଥିଲେ।

ଘରୋଇ ସ୍କୁଲ୍‌ଗୁଡ଼ିକର ଏହି ପଦକ୍ଷେପ ସରକାରଙ୍କ ଆଦେଶକୁ ଉଲ୍ଲଂଘନ କରୁଥିବା ବେଳେ ଛାତ୍ରଛାତ୍ରୀଙ୍କ ସହିତ ଅଭିଭାବକମାନେ ଏହାକୁ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି।

ଢେଙ୍କାନାଳର ଜଣେ ଅଭିଭାବକ ଗାୟତ୍ରୀ ଶତପଥୀ କହିଛନ୍ତି,“କୋର୍ସ ଶେଷ କରିବା ପାଇଁ ସ୍କୁଲ୍ ଖୋଲା ହେଉଛି। ତେବେ ପିଲାମାନେ ସକାଳ ୬ଟାରୁ ଯାଇ ୯ଟା ମଧ୍ୟରେ ଫେରିଥିଲେ। କୋର୍ସ ନ ସରିଲେ ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକ,ଶିକ୍ଷୟିତ୍ରୀଙ୍କ ଉପରେ ଚାପ ପଡ଼ିବ। ସେଥିପାଇଁ ସ୍କୁଲ୍ ଖୋଲା ରଖାଯାଇଛି।”

ଢେଙ୍କାନାଳର ଆଉ ଜଣେ ଅଭିଭାବକ ପ୍ରଦ୍ୟୁମ୍ନ କୁମାର ଭୂତିଆ କହିଛନ୍ତି, “ଏପ୍ରିଲ୍ ୧୨ ତାରିଖରୁ ପ୍ରଥମେ ଛୁଟି କରାଗଲା। ଆମେ ଭାବିଥିଲୁ ଏପ୍ରିଲ୍ ଶେଷ ବେଳକୁ ଅଧିକ ସମୟ ପଢ଼ାପଢ଼ି କରି ଆବଶ୍ୟକ କୋର୍ସଗୁଡ଼ିକୁ ଶିକ୍ଷକମାନେ ସାରି ଦେବେ। କିନ୍ତୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଦେଖି ସରକାର ରଜ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି ଘୋଷଣା କରି ଦେଲେ। ରଜ ପରେ ପରେ ପିଲାମାନଙ୍କ ପରୀକ୍ଷା ଆରମ୍ଭ ହୋଇଯିବ। ସରକାର କହୁଛନ୍ତି ଏକ୍ସଟ୍ରା କ୍ଲାସ୍ କରିବା ପାଇଁ। ଉପରଓଳି ପିଲା କ’ଣ ଆସି ପାଠପଢ଼ି ପାରିବେ? ଏଣୁ ଏହାର ପ୍ରତିକାର ନ କଲେ ପିଲାଙ୍କ କୋର୍ସ ଶେଷ ହୋଇପାରିବ ନାହିଁ। କୋର୍ସ ଶେଷ ନ ହେଲେ ପିଲାମାନେ ପରୀକ୍ଷା ପାଇଁ ବି ପ୍ରସ୍ତୁତ ହୋଇପାରିବେ ନାହିଁ। ସରକାର ଏ ଦିଗରେ କିଛି ପଦକ୍ଷେପ ନେବା ଉଚିତ୍।”

ଅନ୍ୟପକ୍ଷରେ ବାଲେଶ୍ୱର ଜିଲ୍ଲାପାଳ କହିଛନ୍ତି,“ନିୟମ ଉଲ୍ଲଂଘନ କରୁଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ତେବେ କେବଳ ଢେଙ୍କାନାଳ କି ବାଲେଶ୍ୱର ନୁହେଁ କଟକ ଓ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟ କିଛି ସ୍ଥାନରେ ସମର କ୍ଲାସ୍‌ ନାଁରେ ସ୍କୁଲ୍‌ରେ ଆଜି ପାଠପଢ଼ା ହୋଇଥିଲା। ଏପରି ସ୍ଥଳେ ଯଦି କିଛି ଅଘଟଣ ଘଟେ, ତା’ହେଲେ କିଏ ଦାୟୀ ରହିବେ ତାହା ସବୁଠୁ ବଡ଼ ପ୍ରଶ୍ନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story