ସିସୋର ଚିଟଫଣ୍ଡ ଠକେଇ: ବିପିନ ବିହାରୀ ମିଶ୍ରଙ୍କୁ ପୁଣି ସିବିଆଇର ଜେରା

ଭୁବନେଶ୍ୱର: ସିସୋର ମନିଟ୍ରେଲ ମାମଲାରେ ବିପିନ ବିହାରୀ ମିଶ୍ରଙ୍କୁ ଆଜି ପୁଣି ସିବିଆଇ ଜେରା କରିଛି। ଦୁଇ ଘଣ୍ଟା ଧରି ସିବିଆଇ ତାଙ୍କୁ ଜେରା କରିଥିଲା। ଜେରାରୁ ବାହାରିବା ପରେ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ୍‌ ପାଇଁ ସିସୋରଠାରୁ ଅନୁଦାନ ଆକାରରେ ଲକ୍ଷେ ଟଙ୍କା ନେଇଥିବା ବିପିନ୍‌ କହିଛନ୍ତି। ଏହାଛଡ଼ା କେଉଁ ନେତା, ଅଫିସରଙ୍କ ପାଇଁ ମଧ୍ୟସ୍ତି ସାଜି ସିସୋରକୁ କେତେ ଫାଇଦା ଦେଇଛନ୍ତି ତାହା ଉପରେ ତାଙ୍କୁ ସିବିଆଇ ଗୋଡ଼ାଇ ତୋଡାଇ ପ୍ରଶ୍ନ ପଚାରିଥିଲା ବୋଲି ଜଣାପଡ଼ିଛି।

ବିପିନ ବିହାରୀ ମିଶ୍ର କହିଛନ୍ତି,“ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ୍‌କୁ ସିସୋର ଲକ୍ଷେ ଟଙ୍କା ଦେଇଥିଲେ। ଏହି ଅର୍ଥ କେଉଁଠି ଓ କେମିତି ଖର୍ଚ୍ଚ କରାଯାଇଛି ତାହା ହିସାବ ଦେବା ପାଇଁ ଡାକିଥିଲେ।  ସେ ସଂକ୍ରାନ୍ତ କାଗଜପତ୍ର ଆଜି ଜମା କଲି।”