ସାଂସଦ ରବୀନ୍ଦ୍ର ଜେନା, ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଘରେ ସିବିଆଇ ଚଢ଼ାଉ

ଭୁବନେଶ୍ୱର: ସିସୋର ଚିଟ୍‌ଫଣ୍ଡ୍ ଠକେଇ ମାମଲାରେ ଆଜି ସିବିଆଇ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି। ରାଜ୍ୟ ତଥା ରାଜ୍ୟ ବାହାରର ୨୫ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଛି। ବାଲେଶ୍ୱରରେ ବିଜେଡି ସାଂସଦ ରବୀନ୍ଦ୍ର ଜେନାଙ୍କ ୨ଟି ଘରେ ରେଡ୍ କରାଯାଇଥିବା ବେଳେ ଭୁବନେଶ୍ୱରରେ ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସରକାରୀ ବାସଭବନରେ ଚଢ଼ାଉ କରାଯାଇଛି। ବିଧାୟକଙ୍କ କଟକର ମହାନଦୀ ବିହାର ସ୍ଥିତ ଘରେ ମଧ୍ୟ ସିବିଆଇ ଚଢ଼ାଉ କରିଛି। ତାଙ୍କର ଜଣେ ସଂପର୍କୀୟଙ୍କ ଘରେ ମଧ୍ୟ […]

seashore

seashore

Rakesh Mallick
  • Published: Thursday, 12 January 2017
  • Updated: 12 January 2017, 10:26 PM IST

Sports

Latest News

ଭୁବନେଶ୍ୱର: ସିସୋର ଚିଟ୍‌ଫଣ୍ଡ୍ ଠକେଇ ମାମଲାରେ ଆଜି ସିବିଆଇ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି। ରାଜ୍ୟ ତଥା ରାଜ୍ୟ ବାହାରର ୨୫ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଛି। ବାଲେଶ୍ୱରରେ ବିଜେଡି ସାଂସଦ ରବୀନ୍ଦ୍ର ଜେନାଙ୍କ ୨ଟି ଘରେ ରେଡ୍ କରାଯାଇଥିବା ବେଳେ ଭୁବନେଶ୍ୱରରେ ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସରକାରୀ ବାସଭବନରେ ଚଢ଼ାଉ କରାଯାଇଛି। ବିଧାୟକଙ୍କ କଟକର ମହାନଦୀ ବିହାର ସ୍ଥିତ ଘରେ ମଧ୍ୟ ସିବିଆଇ ଚଢ଼ାଉ କରିଛି। ତାଙ୍କର ଜଣେ ସଂପର୍କୀୟଙ୍କ ଘରେ ମଧ୍ୟ ସିବିଆଇ ଚଢ଼ାଉ କରିଛି। ମହାନଦୀ ବିହାର ସ୍ଥିତ ବାସଭବନରେ ସିବିଆଇ ଅଧିକାରୀମାନେ ୪ ଘଣ୍ଟା ଯାଞ୍ଚ କରିବା ସହ କିଛି କାଗଜପତ୍ର ସିଲ୍‌ କରାଯାଇଛି। ଚୌଦ୍ୱାର ପୌରପାଳିକାର ଜଣେ କାଉନ୍‌ସିଲରଙ୍କ ଘରେ ସିବିଆଇ ଚଢ଼ାଉ କରିଛି।

ବିଧାୟକ ବିଶ୍ୱାଳ କହିଛନ୍ତି,“ଜମି କିଣାବିକା ପତ୍ନୀ ଲକ୍ଷ୍ମୀ ବିଳାସିନୀଙ୍କ ନାଁରେ ହୋଇଛି। ଲକ୍ଷ୍ମୀଙ୍କୁ ଡାକି ଆଗରୁ ସିବିଆଇ ପଚରାଉଚରା କରିଥିଲା। ଏବେ ଅଧିକ ତଥ୍ୟ ପଚାରି ବୁଝିଥିଲେ। ସିସୋର ଲିଙ୍କ ମାମଲାରେ ଆମେ ସିବିଆଇକୁ ସମ୍ପୂର୍ଣ୍ଣ ସହଯୋଗ କରୁଛୁ।”

ନବୀନ ନିବାସର ପୂର୍ବତନ କର୍ମଚାରୀ ସରୋଜ ସାହୁଙ୍କ ପଳାସପଲ୍ଲୀ ସ୍ଥିତ ଘରେ ମଧ୍ୟ ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇଛି। ପ୍ରାୟ ୬ ଘଣ୍ଟା ଯାଞ୍ଚ କରାଯିବା ସହ କିଛି କାଗଜପତ୍ର ସିବିଆଇ ଜବତ କରିଛି। ତେବେ ଚଢାଉ ବେଳେ ସରୋଜ ଘରେ ନ ଥିଲେ। ସିସୋର ଟଙ୍କା କାରବାରରେ ସରୋଜ ମଧ୍ୟସ୍ଥି ହୋଇଥିବା ଅଭିଯୋଗ ରହିଛି। ଏବେ ବି ସରୋଜ ନବୀନ ନିବାସର କର୍ମଚାରୀ ଅଛନ୍ତି। ପୂର୍ବରୁ ସିବିଆଇ ଚିଟ୍‌ଫଣ୍ଡ୍ ଠକେଇ ମାମଲାରେ ତାଙ୍କୁ ଜେରା କରିଥିଲା। ପ୍ରାୟ ଅଢ଼େଇ ବର୍ଷ ତଳେ ତାଙ୍କୁ ଜେରା କରାଯାଇଥିଲା।

ବିଜେଡି ସାଂସଦ ଜେନାଙ୍କୁ ନୋଟିସ୍‌ ସତ୍ତ୍ୱେ ଅରଜି ସେ ସିବିଆଇରେ ହାଜର ହୋଇ ନ ଥିଲେ। ବାଲେଶ୍ୱର ସ୍ଥିତ ତାଙ୍କ ବାସଭବନରେ ଚଢାଉ କରିଛି। ରବୀନ୍ଦ୍ରଙ୍କ ସୁପ୍ରତୀକ ଗ୍ରୁପ୍‌ ଅଫ୍‌ କମ୍ପାନୀ ସିସୋରଠାରୁ ୧୮ କୋଟି ଟଙ୍କା ଲୋନ୍‌ ନେଇଥିଲା। ହେଲେ ପରେ ଏହାକୁ ପରିଶୋଧ କି ଦେଇଥିବା ରବୀନ୍ଦ୍ର କହୁଥିଲେ ମଧ୍ୟ ସିବିଆଇ ଏଥିରେ ସନ୍ତୁଷ୍ଟ ହୋଇନାହିଁ। ରାତିରେ ସିବିଆଇ ପକ୍ଷରୁ ସାଂସଦଙ୍କ ଦିଲ୍ଲୀ ଘରେ ମଧ୍ୟ ଚଢାଉ କରିଥିଲା।

ହୋଟେଲ୍ ମାଲିକ କମଳାକାନ୍ତ ଦାସଙ୍କ ଭୁବନେଶ୍ୱରର ଓଲ୍ଡ ଟାଉନ୍ ସ୍ଥିତ ଘରେ ସିବିଆଇ ଚଢ଼ାଉ କରାଯାଇଛି।

ସେହିପରି ଗିରଫ ହୋଇ ଜେଲ୍‌ରେ ଥିବା ବାପି ସର୍କେଲଙ୍କ ଘରେ ଏବଂ ମୁମ୍ବାଇ ଓଡ଼ିଶା ସମାଜର ପୂର୍ବତନ ସଭାପତି ବିପିନ ବିହାରୀ ମିଶ୍ରଙ୍କ ମୁମ୍ବାଇ ଘରେ ସିବିଆଇ ଚଢାଉ କରିଛି।

ବାଲେଶ୍ୱରରେ  ମୋଟ ୬ଟି ସ୍ଥାନରେ ଚଢ଼ାଉ କରାଯାଇଛି।   ସିସୋରର କିଛି ଅଧିକାରୀଙ୍କ ଘରେ ବି ରେଡ୍ ହେଉଥିବା ସୂଚନା ମିଳିଛି। ସିସୋର ଘଟଣାରେ ଅଧିକ ଖୋଳତାଡ଼ ପାଇଁ ଏହି ଚଢ଼ାଉ ଚାଲିଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos