ସାଂସଦ ରବୀନ୍ଦ୍ର ଜେନା ଓ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ପତ୍ନୀଙ୍କୁ ପୁଣି ସିବିଆଇ ନୋଟିସ୍

ଭୁବନେଶ୍ୱର: ସିସୋର ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ସିବିଆଇ ପକ୍ଷରୁ ବରିଷ୍ଠ ବିଜେଡି ନେତା ତଥା ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା ଓ ବିଜେଡି ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀ ବିଶ୍ୱାଳଙ୍କୁ ପୁଣି ନୋଟିସ୍ ଜାରି କରିଛି ସିବିଆଇ। ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ସାଂସଦ ରବୀନ୍ଦ୍ର ଜେନାଙ୍କୁ କୁହାଯାଇଛି। ସେହିପରି କିଛି କାଗଜପତ୍ର ଦାଖଲ କରିବା ପାଇଁ ପ୍ରଭାତ ବିଶ୍ୱାଳଙ୍କ ପତ୍ନୀଙ୍କୁ ନୋଟିସ୍ ଦିଆଯାଇଛି। ଗତ ନଭେମ୍ବର ୨୬ ତାରିଖରେ ମଧ୍ୟ […]

rabindra

rabindra

Rakesh Mallick
  • Published: Friday, 02 December 2016
  • Updated: 02 December 2016, 09:07 PM IST

Sports

Latest News

rabindraଭୁବନେଶ୍ୱର: ସିସୋର ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ସିବିଆଇ ପକ୍ଷରୁ ବରିଷ୍ଠ ବିଜେଡି ନେତା ତଥା ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା ଓ ବିଜେଡି ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀ ବିଶ୍ୱାଳଙ୍କୁ ପୁଣି ନୋଟିସ୍ ଜାରି କରିଛି ସିବିଆଇ।

ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ସାଂସଦ ରବୀନ୍ଦ୍ର ଜେନାଙ୍କୁ କୁହାଯାଇଛି। ସେହିପରି କିଛି କାଗଜପତ୍ର ଦାଖଲ କରିବା ପାଇଁ ପ୍ରଭାତ ବିଶ୍ୱାଳଙ୍କ ପତ୍ନୀଙ୍କୁ ନୋଟିସ୍ ଦିଆଯାଇଛି।

ଗତ ନଭେମ୍ବର ୨୬ ତାରିଖରେ ମଧ୍ୟ ସିବିଆଇ ପକ୍ଷରୁ ଏହି ଦୁଇ ଜଣଙ୍କୁ  ସମନ ଜାରି କରାଯାଇଥିଲା।

ନଭେମ୍ବର ୨୮ ତାରିଖରେ ଲକ୍ଷ୍ମୀ ବିଳାସିନୀ ବିଶ୍ୱାଳଙ୍କ ତରଫରୁ ତାଙ୍କର ଜଣେ କର୍ମଚାରୀ ସିବିଆଇରେ ହାଜର ହୋଇଥିଲେ। ସିବିଆଇ ମାଗିଥିବା କାଗଜପତ୍ର ତାଙ୍କ ମାଧ୍ୟମରେ ପଠାଇ ଦିଆଯାଇଥିଲା ବୋଲି ବିଧାୟକ ପ୍ରଭାତ ବିଶ୍ୱାଳ କହିଥିଲେ।

ସିସୋର ଟିଚ୍‌ଫଣ୍ଡ ଲିଙ୍କ୍‌ ଅଭିଯୋଗରେ ୨୦୧୪ ନଭେମ୍ୱରରେ ବିଧାୟକ ପ୍ରଭାତ ବିଶ୍ୱାଳ ଓ ତାଙ୍କ ପତ୍ନୀ ଲକ୍ଷ୍ମୀବିଳାସିନୀଙ୍କୁ ସିବିଆଇ ଜେରା କରିଥିଲା।  ସେହିପରି ୨୦୧୫ ଜାନୁଆରୀରେ ବାଲେଶ୍ୱର ସାଂସଦ ରବୀନ୍ଦ୍ରଙ୍କୁ ସିବିଆଇ ମାରାଥନ୍‌ ଜେରା କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos