ଅପରାଧୀ ହୁସିଆର! ଜଗିଛନ୍ତି ୨୪୪ ପ୍ଲାଟୁନ୍‌ ଫୋର୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂଜାକୁ ଶାନ୍ତିଶୃଙ୍ଖଳାରେ କରିବା ପାଇଁ ସମଗ୍ର ରାଜ୍ୟରେ ୨୪୪ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ସେଥିରେ ୧୪୦ ଓଏସ୍‌ଏପି,  ୮୧ ପ୍ଲାଟୁନ ଆଇଆରବି, ୨୩ ଓଆଇଏସ୍‌ଏଫ୍‌, ୩ ଓଡ଼ିଶା ସୁଇଫ୍ଟ ଆକ୍ସନ ଫୋର୍ସ ଓ କେନ୍ଦ୍ରକୁ ଆସିଥିବା ୨ କମ୍ପାନୀ ସିଆର୍‌ପିଏଫ୍‌ ଅଛନ୍ତି। କେବଳ କଟକ ଓ ଭୁବନେଶ୍ୱରରେ ୯୮ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ବୋଲି ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି। ସେ କହିଛନ୍ତି-“ଦୁର୍ଗାପୂଜା ଭସାଣ ଓ ମହରମ ସମୟ […]

Rakesh Mallick
  • Published: Thursday, 28 September 2017
  • Updated: 28 September 2017, 01:42 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂଜାକୁ ଶାନ୍ତିଶୃଙ୍ଖଳାରେ କରିବା ପାଇଁ ସମଗ୍ର ରାଜ୍ୟରେ ୨୪୪ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ସେଥିରେ ୧୪୦ ଓଏସ୍‌ଏପି,  ୮୧ ପ୍ଲାଟୁନ ଆଇଆରବି, ୨୩ ଓଆଇଏସ୍‌ଏଫ୍‌, ୩ ଓଡ଼ିଶା ସୁଇଫ୍ଟ ଆକ୍ସନ ଫୋର୍ସ ଓ କେନ୍ଦ୍ରକୁ ଆସିଥିବା ୨ କମ୍ପାନୀ ସିଆର୍‌ପିଏଫ୍‌ ଅଛନ୍ତି। କେବଳ କଟକ ଓ ଭୁବନେଶ୍ୱରରେ ୯୮ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ବୋଲି ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି।

ସେ କହିଛନ୍ତି-“ଦୁର୍ଗାପୂଜା ଭସାଣ ଓ ମହରମ ସମୟ ଭିନ୍ନ କରିବାକୁ ବ୍ୟବସ୍ଥା କରାଯାଇଛି। ପୂଜା ବେଳେ ଅପରାଧ କାର୍ଯ୍ୟକଳାପ ରୋକିବାକୁ ସ୍ପେଶାଲ ଡ୍ରାଇଭ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୧୦୬୮ ଜଣ ଅଭ୍ୟାସଗତ ଅପରାଧୀଙ୍କୁ ଚିହ୍ନଟ କରାଯାଇଛି। ସେଥିରୁ ୧୧୨ ଅଭ୍ୟାସଗତ ଅପରାଧୀଙ୍କୁ ୧୧୦ ଧାରାରେ ଗିରଫ କରାଯାଇଛି। ବେଆଇନ ଚାନ୍ଦା ଆଦାୟ ନେଇ ୪୨ଟି ମାମଲା ରୁଜୁ ହୋଇଛି। ଚାନ୍ଦା ଆଦାୟ ମାମଲାରେ ୨୧ଜଣଙ୍କୁ ଗିରଫ କରାଯାଇଛି। ସ୍ପେଶାଲ ଡ୍ରାଇଭରେ ଗଂଜାମ, ସମ୍ବଲପୁର, ବଲାଙ୍ଗିର ଓ ଅନୁଗୋଳ ପୋଲିସ ଭଲ କରିଛି।

ସେ କହିଛନ୍ତି-“ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇ ୭୬୩ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ୬ ଲକ୍ଷ ୪୪ ହଜାର ୫ଶହ ୭୦ ଟଙ୍କା ଜବତ କରାଯାଇଛି। ଟ୍ରାଫିକ୍‌ ବ୍ୟବସ୍ଥା ଠିକ୍‌ ରଖିବା ପାଇଁ ଏମ୍‌ଭିଆଇ ଆକ୍ଟରେ ୧୭୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। କାଗଜପତ୍ର ଠିକ୍‌ ନଥିବା କରଣରୁ ୯୩୮ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ପାଇଁ ଆର୍‌ଟିଓଙ୍କୁ କୁହାଯାଇଛି।”

ପୂଜା ଅବସରରେ ହୋଇଥିବା ସ୍ପେଶାଲ ଡ୍ରାଇଭ୍‌ରେ ୧୧୪୫ଟି ମାମଲା ରୁଜୁ ହୋଇଛି। ସେଥିରୁ ୯୭୮ ଜଣଙ୍କୁ ଗିରଫ କରାଯାଇଛି। ୨୦୬୯୦ ଲିଟର ଚୋରା ମଦ ଓ ୫୪୨୦ଟି ବିଦେଶୀ ମଦ ବୋତଲ ଜବତ କରାଯାଇଛି। ଏହାଛଡ଼ ୧୧୧୩ କିଲୋ ଗଞ୍ଜେଇ ଜବତ କରାଯାଇଥିବା ବେଳେ ୯ ଜଣଙ୍କୁ ଗିରଫ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos