ସେଲ୍‌ଫି ଅଧିକ ନେଉଛନ୍ତି କି? ସେଲ୍‌ଫାଇଟିସ୍‌ର ଶିକାର ହୋଇପାରନ୍ତି

ଆଜିକା ସମୟରେ ସେଲ୍‌ଫି ପାଇଁ ଲୋକଙ୍କ ପାଗଳାମୀ ବି ବଢିବାରେ ଲାଗିଛି। ଯଦି ଆପଣ ମଧ୍ୟ ସେଲ୍‌ଫି ସୌକିନ୍‌ ଓ ଦିନକୁ ତିନିରୁ ଅଧିକ ସେଲ୍‌ଫି ନ ନେବା ଯାଏଁ ମନ ମାନୁନାହିଁ ତେବେ ସାବଧାନ ହୋଇଯାଆନ୍ତୁ। ଏହା ଏକ ବେମାରି ବା ସଂକ୍ରମଣର ଲକ୍ଷଣ। ଲଣ୍ଡନର Nottingham Trent University ର ଗବେଷକ Mark Griffithଙ୍କ ଅନୁସାରେ ଅଧିକ ସେଲ୍‌ଫି ନେବା ଅଭ୍ୟାସ ନିଶା ସେବନ ପରି ହୋଇଥାଏ। ଆସନ୍ତୁ ଜାଣିବା ଅଧିକ ସେଲ୍‌ଫି ନେବା […]

could-a-selfie-cost-you-your-dream-job copy

could-a-selfie-cost-you-your-dream-job copy

Rakesh Mallick
  • Published: Tuesday, 13 February 2018
  • Updated: 13 February 2018, 01:24 PM IST

Sports

Latest News

ଆଜିକା ସମୟରେ ସେଲ୍‌ଫି ପାଇଁ ଲୋକଙ୍କ ପାଗଳାମୀ ବି ବଢିବାରେ ଲାଗିଛି। ଯଦି ଆପଣ ମଧ୍ୟ ସେଲ୍‌ଫି ସୌକିନ୍‌ ଓ ଦିନକୁ ତିନିରୁ ଅଧିକ ସେଲ୍‌ଫି ନ ନେବା ଯାଏଁ ମନ ମାନୁନାହିଁ ତେବେ ସାବଧାନ ହୋଇଯାଆନ୍ତୁ। ଏହା ଏକ ବେମାରି ବା ସଂକ୍ରମଣର ଲକ୍ଷଣ। ଲଣ୍ଡନର Nottingham Trent University ର ଗବେଷକ Mark Griffithଙ୍କ ଅନୁସାରେ ଅଧିକ ସେଲ୍‌ଫି ନେବା ଅଭ୍ୟାସ ନିଶା ସେବନ ପରି ହୋଇଥାଏ। ଆସନ୍ତୁ ଜାଣିବା ଅଧିକ ସେଲ୍‌ଫି ନେବା ଦ୍ୱାରା ହେଉଥିବା କ୍ଷତି ସଂପର୍କରେ

  • ଦିନ ସାରା ସେଲ୍‌ଫି ନେବା ଫଳରେ ‘ସେଲ୍‌ଫି ଏଲ୍‌ବୋ’ ନାମକ ରୋଗର ଶିକାର ହୋଇପାରନ୍ତି। କାରଣ ବାରମ୍ୱାର ସେଲ୍‌ଫି ନେବା କାରଣରୁ ହାତ କହୁଣି ଅଧିକ ପ୍ରଭାବିତ ହୋଇଥାଏ। ଧୀରେ ଧୀରେ ଏହା ଗମ୍ଭୀର ରୂପ ଧାରଣ କରିଥାଏ।
  • ସେଲ୍‌ଫି ନେବା ଦ୍ୱାରା ସମୟ ପୂର୍ବରୁ ମୁହଁରେ ଛାପ ବା କୁଞ୍ଚନ ଆସିଯାଏ। କ୍ୟାମେରାରୁ ନିର୍ଗତ ହେଉଥିବା ନୀଳ ରଙ୍ଗର ବିକିରଣ ଡିଏନ୍‌ଏ ଉପରେ ପ୍ରଭାବ ପକାଏ। ଏହି କାରଣରୁ ତ୍ୱଚା ମରାମତି କ୍ଷମତା ଖରାପ ହୋଇଯାଏ। ଚେହେରାର ରଙ୍ଗ ଉଡିବା ସହ ସମୟ ପୂର୍ବରୁ ତ୍ୱଚା ସମ୍ୱନ୍ଧୀୟ ରୋଗର ଶିକାର ହୋଇପାରନ୍ତି।
  • ସେଲ୍‌ଫି ନେବା ଅଭ୍ୟାସ ଆପଣଙ୍କୁ ମାନସିକ ରୋଗୀ ମଧ୍ୟ କରିପାରେ। ଏହା ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ସତ। ନିକଟରେ ହୋଇଥିବା ଏକ ସର୍ଭେ ଅନୁସାରେ selfeesideର ରୋଗୀଙ୍କୁ ଚିକିତ୍ସାରୁ ଜଣାପଡିଥିଲା ସମସ୍ତେ Obsessive -Compulsive Disorder ନାମକ ରୋଗରେ ପୀଡିତ। ଏହି ରୋଗୀ ସୋସିଆଲ ମିଡ଼ିଆରେ ଫଟୋକୁ ଅପ୍‌ଲୋଡ କରନ୍ତି ଓ ଲାଇକ୍‌ର ଅପେକ୍ଷାରେ ରହିଥାନ୍ତି। ଦିନରେ ଥରେ ଅବା ଦୁଇଥର ସେଲ୍‌ଫି ନେବା ସାଧାରଣ କଥା ଯଦି ୪୦ରୁ ୫୦ ଥର ସେଲ୍‌ଫି ନେଉଛନ୍ତି, ତା’ହେଲେ ଏହା ମାନସିକ ବେମାରିକୁ ସୂଚାଇଥାଏ।
  • ସେଲ୍‌ଫି ନେବାର ସଉକ ଜୀବନ ମଧ୍ୟ ନେଇପାରେ। ଅଧିକ ଭଲ ଦିଶିବା ଚକ୍କରରେ ଶଙ୍କାଜନକ ଜାଗାରେ ଫଟୋ ଉଠାଇବାକୁ ଉଦ୍ୟମ କରି ଜୀବନ ହରାଇଥନ୍ତି।

କେମିତି କରିବେ ରୋଗର ଚିହ୍ନଟ

ଗବେଷଣାରୁ ଜଣାପଡିଛି  Selfaitis ବେମାରିର ପ୍ରଥମ ଲକ୍ଷଣ ହେଲା ସେଲ୍‌ଫି ନେବାର ଇଚ୍ଛା।

ଦ୍ୱିତୀୟରେ ଏହାକୁ ସୋସିଆଲ ମିଡ଼ିଆରେ ଫଟୋ ସେୟାର କରିବା। ଦିନକୁ ୬ରୁ୭ଟି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିବା। ଗବେଷକଙ୍କ ମତରରେ ଅଧିକାଂଶ ଲୋକେ ନିଜ ଆତ୍ମବିଶ୍ୱାସ, ମୁଡ୍‌କୁ ଠିକ୍‌ କରିବା ଓ ନିଜ ସ୍ମୃତିକୁ ସାଇତି ରଖିବା ଲାଗି ଓ କେତେକ ଲୋକେ ନିଜକୁ ଆଗରେ ରଖିବା ଲାଗି ସେଲ୍‌ଫି ନେଇଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos