ସେନା କର୍ମଚାରୀଙ୍କୁ ଜମି ଦେବା ନାଁରେ ଠକେଇ: ପ୍ରଦୀପ୍ତ ବାରିକଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଭୁବନେଶ୍ୱରର ଚନ୍ଦକାରେ ସେନା ଓ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଜମି ଯୋଗାଦେବା ନାଁରେ ଠକେଇ ମାମଲାରେ ଜଣେ ଗିରଫ ହୋଇଛି। ଗିରଫ ବ୍ୟକ୍ତି ଜଣଙ୍କ ହେଲେ ଦିଲ୍ଲୀର ଏନଜିଓ ସଂସ୍ଥା ସୈନିକ ୱେଲଫେୟାର ଅର୍ଗାନାଇଜେସନର ପ୍ରୋଜେକ୍ଟ ମ୍ୟାନେଜର ପ୍ରଦୀପ୍ତ ବାରିକ। କ୍ରାଇମବ୍ରବାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ତାଙ୍କୁ ଗିରଫ କରିଛି। ମାମଲାରେ ପୂର୍ବରୁ ଜଣେ ବିଲଡରଙ୍କୁ ଗିରଫ କରାଯାଇଥିଲା। ଅଭିଯୋଗ ଅନୁଯାୟୀ ସୈନିକ ତଥା ଅବସରପ୍ରାପ୍ତ ସୈନିକଙ୍କୁ ଜମି ଦେବା ଲାଗି ଏହି ଏନଜିଓ […]

jami

jami

Rakesh Mallick
  • Published: Monday, 21 September 2015
  • Updated: 21 September 2015, 11:23 AM IST

Sports

Latest News

jamiଭୁବନେଶ୍ୱର: ଭୁବନେଶ୍ୱରର ଚନ୍ଦକାରେ ସେନା ଓ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଜମି ଯୋଗାଦେବା ନାଁରେ ଠକେଇ ମାମଲାରେ ଜଣେ ଗିରଫ ହୋଇଛି। ଗିରଫ ବ୍ୟକ୍ତି ଜଣଙ୍କ ହେଲେ ଦିଲ୍ଲୀର ଏନଜିଓ ସଂସ୍ଥା ସୈନିକ ୱେଲଫେୟାର ଅର୍ଗାନାଇଜେସନର ପ୍ରୋଜେକ୍ଟ ମ୍ୟାନେଜର ପ୍ରଦୀପ୍ତ ବାରିକ। କ୍ରାଇମବ୍ରବାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ତାଙ୍କୁ ଗିରଫ କରିଛି। ମାମଲାରେ ପୂର୍ବରୁ ଜଣେ ବିଲଡରଙ୍କୁ ଗିରଫ କରାଯାଇଥିଲା। ଅଭିଯୋଗ ଅନୁଯାୟୀ ସୈନିକ ତଥା ଅବସରପ୍ରାପ୍ତ ସୈନିକଙ୍କୁ ଜମି ଦେବା ଲାଗି ଏହି ଏନଜିଓ ସଂସ୍ଥା ୨୦୧୧ ମସିହାରେ ଡିଫେନସ ଇଣ୍ଟର ସିଟି ଭାଟିକା ନାଁରେ ଚନ୍ଦକାର ଗିରିଙ୍ଗପୁଟରେ ୨୭ ଏକର ଜାଗାରେ ଏକ ପ୍ରୋଜେକ୍ଟ କରିଥିଲା। ଏଥି ପାଇଁ ସଂପୃକ୍ତ ସଂସ୍ଥା ବ୍ରୁକସନ ବିଲଡର ସଂସ୍ଥା ସହ ଏଗ୍ରିମେଣ୍ଟ କରିଥିଲା। ପ୍ରାୟ ୫୪୨ ଜଣ ସୈନିକ ଓ ଅବସରପ୍ରାପ୍ତ ସେନା ଅଧିକାରୀ ପ୍ରୋଜେକ୍ଟ ବାବଦରେ ସମ୍ପୃକ୍ତ ସଂସ୍ଥାକୁ ଅର୍ଥ ଦେଇଥିଲେ। ୨୦୧୨ ଜୁନ ସୁଦ୍ଧା ଜମି ଦେବାକୁ କୁହାଯାଇଥିଲେ ମଧ୍ୟ ଜମି ମିଳି ନ ଥିଲା। ଗତ ଜୁଲାଇରେ ଜଣେ ଅବସରପ୍ରାପ୍ତ ସୈନିକ ଏନେଇ ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos