ଆଜି ଦ୍ୱିତୀୟ ଦିନରେ ପ୍ରଶାନ୍ତ, ପ୍ରଭାତ ଓ ଶୁଭଙ୍କରଙ୍କୁ ଜେରା କରିବ ସିବିଆଇ

ଭୁବନେଶ୍ୱର: ଆଜି ଦ୍ୱିତୀୟ ଦିନରେ ସିସୋର ଚିଟ୍‌ଫଣ୍ଡ କେଳେଙ୍କାରୀ ନେଇ ଝାରପଡ଼ା ଜେଲ୍‌ରେ ପ୍ରଶାନ୍ତ ଦାସ ତାଙ୍କ ଭାଇ ପ୍ରଭାତ ଓ ଶୁଭଙ୍କରଙ୍କୁ ସିବିଆଇ ଜେରା କରିବ। ଗତକାଲି ସିବିଆଇ ଏସ୍‌ପି ଓ ଜଣେ ତଦନ୍ତକାରୀ ଅଧିକାରୀ ଏହି ତିନି ଅଭିଯୁକ୍ତଙ୍କୁ  ୩ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିଲେ।

ପ୍ରଥମ ପର୍ଯ୍ୟାୟରେ ସିବିଆଇ ସମସ୍ତଙ୍କୁ ଅଲଗା ଅଲଗା ଜେରା କରିଛି। ଦ୍ୱିତୀୟ ପର୍ଯ୍ୟାୟ ଜେରାରେ ୩ ଜଣଙ୍କୁ ଏକାଠି ବସାଇ ରାଜନୈତିକ ଓ ଅର୍ଥନୈତିକ ତଥ୍ୟ ଆଦାୟ କରିବ ବୋଲି ସୂଚନା ମିଳିଛି। ସେମାନଙ୍କଠାରୁ କିଛି ନୂଆ ତଥ୍ୟ ମିଳିଲେ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ ବୋଲି ସିବିଆଇ ଅଧିକାରୀମାନେ କହିଛନ୍ତି। ପଚରାଉଚରା ପାଇଁ ସିବିଆଇ ପକ୍ଷରୁ କୋର୍ଟରୁ ୩ ଦିନ ଅନୁମତି ଆଣାଯାଇଛି।