ସପ୍ତମ ବେତନ କମିଶନ୍ ସୁପାରିଶ ଲାଗୁ ପ୍ରସଙ୍ଗ: ମତ ରଖିଲେ ୨୦ଟି କର୍ମଚାରୀ ସଂଘ

ଭୁବନେଶ୍ୱର: ରାଜ୍ୟରେ ସପ୍ତମ ବେତନ କମିଶନ୍ ସୁପାରିଶ ଲାଗୁ ପ୍ରସଙ୍ଗରେ ଗଠିତ ଫିଟ୍‌ମେଣ୍ଟ୍ କମିଟି ଆଜିଠାରୁ ବିଭିନ୍ନ କର୍ମଚାରୀ ସଂଗଠନ ସହିତ ଆଲୋଚନା ଆରମ୍ଭ କରିଛି।  ଆଜି ଫିଟ୍‌ମେଣ୍ଟ୍ କମିଟି ୨୦ଟି ସଂଗଠନ ସହ ଆଲୋଚନା କରିଛି। ଫିଟ୍‌ମେଣ୍ଟ୍ କମିଟି ଅଧ୍ୟକ୍ଷ ଆର୍‌. ବାଲକ୍ରିଷ୍ଣନ୍ କହିଛନ୍ତି,“ଆଜି ପ୍ରଥମ ଦିନରେ ୨୦ଟି କର୍ମଚାରୀ ସଂଗଠନର ପ୍ରତିନିଧିମାନଙ୍କ ସହିତ ଆଲୋଚନା ହେଲା। ସେମାନେ ଲିଖିତ ଭାବେ ସେମାନଙ୍କ ପ୍ରମୁଖ ଦାବିଗୁଡ଼ିକୁ ଜଣାଇଛନ୍ତି। ସେମାନଙ୍କ ଦାବି ଉପରେ ତର୍ଜମା କରାଯାଇ ନିଷ୍ପତ୍ତି […]

Balakrishnan

Balakrishnan

Rakesh Mallick
  • Published: Friday, 18 November 2016
  • Updated: 18 November 2016, 01:02 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ସପ୍ତମ ବେତନ କମିଶନ୍ ସୁପାରିଶ ଲାଗୁ ପ୍ରସଙ୍ଗରେ ଗଠିତ ଫିଟ୍‌ମେଣ୍ଟ୍ କମିଟି ଆଜିଠାରୁ ବିଭିନ୍ନ କର୍ମଚାରୀ ସଂଗଠନ ସହିତ ଆଲୋଚନା ଆରମ୍ଭ କରିଛି।  ଆଜି ଫିଟ୍‌ମେଣ୍ଟ୍ କମିଟି ୨୦ଟି ସଂଗଠନ ସହ ଆଲୋଚନା କରିଛି।

ଫିଟ୍‌ମେଣ୍ଟ୍ କମିଟି ଅଧ୍ୟକ୍ଷ ଆର୍‌. ବାଲକ୍ରିଷ୍ଣନ୍ କହିଛନ୍ତି,“ଆଜି ପ୍ରଥମ ଦିନରେ ୨୦ଟି କର୍ମଚାରୀ ସଂଗଠନର ପ୍ରତିନିଧିମାନଙ୍କ ସହିତ ଆଲୋଚନା ହେଲା। ସେମାନେ ଲିଖିତ ଭାବେ ସେମାନଙ୍କ ପ୍ରମୁଖ ଦାବିଗୁଡ଼ିକୁ ଜଣାଇଛନ୍ତି। ସେମାନଙ୍କ ଦାବି ଉପରେ ତର୍ଜମା କରାଯାଇ ନିଷ୍ପତ୍ତି ନିଆଯିବ।”

୬ ଦିନ ମଧ୍ୟରେ କମିଟି ୧୧୭ଟି ସଂଗଠନ ସହିତ ଆଲୋଚନା କରିବାକୁ ନିଷ୍ପତ୍ତି ହୋଇଛି। ଆଲୋଚନା ପାଇଁ ଡକାଯାଇଥିବା ସଂଗଠନଗୁଡ଼ିକ ମଧ୍ୟରେ ଶିକ୍ଷକ ଓ ଅଧ୍ୟାପକଙ୍କ ସଂଗଠନକୁ ଅଧିକ ପ୍ରାଧ୍ୟାନ ଦିଆଯାଇଛି।

ସପ୍ତମ ବେତନ କମିଶନ୍ ସୁପାରିଶ ଲାଗୁ ପ୍ରସଙ୍ଗରେ ଗତ ୩୧ ତାରିଖରେ ରାଜ୍ୟ ସରକାର ୬ ଜଣିଆ ଫିଟ୍‌ମେଣ୍ଟ୍ କମିଟି ଗଠନ କରିଥିଲେ। ଏହି କମିଟି ଚାରି ମାସ ମଧ୍ୟରେ ସମୀକ୍ଷା କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ।

ଫିଟ୍‌ମେଣ୍ଟ୍ କମିଟିରେ ଅର୍ଥ ସଚିବ ତୁହିନକାନ୍ତ ପାଣ୍ଡେ, ଗୃହ ସଚିବ ଅସିତ ତ୍ରିପାଠୀ, ଜଙ୍ଗଲ ଓ ପରିବେଶ ସଚିବ ସୁରେଶ ମହାପାତ୍ର, ଅର୍ଥ ବିଭାଗ ସ୍ୱତନ୍ତ୍ର ସଚିବ ଏ.କେ ମୀନା ଓ ଅଶ୍ୱିନୀ ମିଶ୍ର ପ୍ରମୁଖ ସଦସ୍ୟ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos