ସିୱେଜ ସିପିଂ କଂପାନୀ ଜିଏମ୍‌ ହତ୍ୟା ମାମଲାରେ ଗିରଫ ୫ ଅଭିଯୁକ୍ତ ଜେଲ୍ ଗଲେ

ପାରାଦୀପ: ସିୱେଜ୍ ସିପିଂ କଂପାନୀର ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ରାକେଶ ଚୌବେ ସହିତ ଅନ୍ୟ ଚାରି ଜଣଙ୍କୁ କୁଜଙ୍ଗ ଜେଲ୍ ପଠାଇ ଦିଆଯାଇଛି। ସେମାନଙ୍କୁ କୁଜଙ୍ଗ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହୋଇଯିବା ପରେ ସେମାନଙ୍କୁ କୁଜଙ୍ଗ ଜେଲ୍‌କୁ ପଠାଇ ଦିଆଯାଇଛି। ରାକେଶ ଚୌବେ ଓ ସାର୍ପସୁଟର ରିୟାସତ ହୁସେନଙ୍କୁ ରିମାଣ୍ଡରେ ଆଣିବାକୁ ପୋଲିସ୍ ଆବେଦନ କରିପାରେ ବୋଲି ଜଣାପଡ଼ିଛି। ଏହି ହତ୍ୟାକାଣ୍ଡ ମାମଲାରେ ଗିରଫ ଅନ୍ୟ ଅଭିଯୁକ୍ତମାନେ ହେଲେ […]

mahendraaccused

mahendraaccused

Rakesh Mallick
  • Published: Friday, 18 November 2016
  • Updated: 18 November 2016, 10:43 AM IST

Sports

Latest News

mahendraaccusedପାରାଦୀପ: ସିୱେଜ୍ ସିପିଂ କଂପାନୀର ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ରାକେଶ ଚୌବେ ସହିତ ଅନ୍ୟ ଚାରି ଜଣଙ୍କୁ କୁଜଙ୍ଗ ଜେଲ୍ ପଠାଇ ଦିଆଯାଇଛି। ସେମାନଙ୍କୁ କୁଜଙ୍ଗ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହୋଇଯିବା ପରେ ସେମାନଙ୍କୁ କୁଜଙ୍ଗ ଜେଲ୍‌କୁ ପଠାଇ ଦିଆଯାଇଛି। ରାକେଶ ଚୌବେ ଓ ସାର୍ପସୁଟର ରିୟାସତ ହୁସେନଙ୍କୁ ରିମାଣ୍ଡରେ ଆଣିବାକୁ ପୋଲିସ୍ ଆବେଦନ କରିପାରେ ବୋଲି ଜଣାପଡ଼ିଛି।

ଏହି ହତ୍ୟାକାଣ୍ଡ ମାମଲାରେ ଗିରଫ ଅନ୍ୟ ଅଭିଯୁକ୍ତମାନେ ହେଲେ ମହମ୍ମଦ ସାମିନ, ଶିବ ଓ ମନୋଜ ଗୋଚ୍ଛାୟତ।

ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଦେଇଥିବା ସୂଚନା ମୁତାବକ ଜାମସେଦପୁରର ରାକେଶ ଚୌବେ ହେଉଛି ଘଟଣାର ମୁଖ୍ୟ ଅଭିଯୁକ୍ତ। ବୋମା ଓ ଗୁଳି ମାଡ଼ କରିଥିଲା ଜାମସେଦପୁରର ରିୟାସତ ହୁସେନ। ଏ କାର୍ଯ୍ୟରେ ତାକୁ ସହାୟତା କରିଥିଲା ଝାଡ଼ଖଣ୍ଡର ମହମ୍ମଦ ସାମିନ। କଟକର ଶିବ ଓ ମନୋଜ ଗୋଚ୍ଛାୟତ ଏମାନଙ୍କ ସହ ସାମିଲ ଥିଲେ।

ଅଭିଯୁକ୍ତମାନଙ୍କଠାରୁ ପୋଲିସ୍ ତିନିଟି ବନ୍ଧୁକ, ୫୦ ରାଉଣ୍ଡ ଗୁଳି, ଝାଡ଼ଖଣ୍ଡ ନମ୍ବର ଥିବା ଏକ xuv-500 ଗାଡ଼ି, ଗୋଟିଏ ଅଟୋ ଓ ଦୁଇଟି ବାଇକ୍ ଜବତ କରିଛି।

ଏହି ହତ୍ୟାକାଣ୍ଡରେ ମହିମା ମିଶ୍ରଙ୍କ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍‌ର ସଂପୃକ୍ତି ଥିବା ନେଇ ଗତକାଲି ଆଇଜି ସୂଚନା ଦେଇଥିଲେ। ତେବେ ସେ କହିଥିଲେ ଯେ ଏ ହତ୍ୟାକାଣ୍ଡର ତଦନ୍ତ ସରିନି। ଅଭିଯୁକ୍ତମାନଙ୍କ ମଧ୍ୟରୁ କେବଳ ୪୦-୫୦ ପ୍ରତିଶତଙ୍କୁ ଗିରଫ କରାଯାଇଛି। ଅନ୍ୟମାନଙ୍କୁ ଶୀଘ୍ର ଗିରଫ କରାଯିବ।

ଗତ ମାସ ୨୬ ତାରିଖରେ ମହେନ୍ଦ୍ର ଅଫିସ୍ ଯାଉଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ।

ଏ ଘଟଣା ପଛରେ ଓଡ଼ିଶା ଷ୍ଟିଭେଡର୍ସ ମାଲିକ ମହିମା ମିଶ୍ରଙ୍କ ହାତ ଥିବା ମହେନ୍ଦ୍ରଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ଏହା ପରେ ପୋଲିସ୍ ମହିମାଙ୍କ ନାଁରେ ଲୁକ୍‌ ଆଉଟ୍ ନୋଟିସ୍ ଜାରି କରିବା ସହ ତାଙ୍କ ସଂସ୍ଥାର ବିଭିନ୍ନ କାର୍ଯ୍ୟାଳୟ ଉପରେ ଚଢ଼ାଉ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos