ପୁଣି ସେକ୍ସ ରାକେଟ୍‌, ରାଣୀ ମହୁମାଛିକୁ ମାଡ଼ି ବସିଲା ପୋଲିସ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବାଲିଅନ୍ତା ମେଟ୍ରୋ ସାଟେଲାଇଟ ସିଟିରେ ସେକ୍ସ ରାକେଟ ଚାଲିଥିଲା। ଏନେଇ ଖବର ପାଇ କମିଶନରେଟ୍‌ ପୋଲିସ ଚଢ଼ାଉ କରି ଆପତ୍ତିଜନକ ଅବସ୍ଥାରେ ଥିବା ଜଣେ ଗ୍ରାହକ ଓ ଦୁଇ ଜଣ ଯୁବତୀଙ୍କୁ ଧରିଥିଲା। ଅନ୍ୟ ଜଣେ ଗ୍ରାହକ ଖସି ପଳାଇ ଯାଇଥିଲା। ଉଦ୍ଧାର ହୋଇଥିବା ଯୁବତୀମାନେ ଦେବଗଡ଼ ଓ ନୟାଗଡ଼ ଜିଲ୍ଲା ଅଞ୍ଚଳର ବୋଲି ଜଣାପଡ଼ିଛି। ରାକେଟ୍‌ ଚଳାଇଥିବା ରାକେଟ୍‌ ରାଣୀ ମହୁମାଛି ହେଉଛନ୍ତି ଉତ୍ତରପ୍ରଦେଶର ଜଣେ ମହିଳା। ତାଙ୍କୁ ମଧ୍ୟ ପୋଲିସ ଉଦ୍ଧାର କରିଛି। ତେବେ ଫେରାର ଥିବା ଗ୍ରହକକୁ ପୋଲିସ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚଳାଇଛି।