ଭାଗଚାଷ ଆଇନ ସମ୍ମତ ନୁହେଁ: ନରସିଂହ ମିଶ୍ର

ଭୁବନେଶ୍ୱର: ଭାଗଚାଷ ଆଇନ ସମ୍ମତ ନୁହେଁ। ଓଡ଼ିଶା ଭୂସଂସ୍କାର ଆଇନ ଅନୁସାରେ ରାଜ୍ୟ ସରକାର ଭାଗଚାଷୀମାନଙ୍କୁ ସହାୟତା ଦେଇ ପାରିବେ ନାହିଁ। ଗୁରୁବାର କଂଗ୍ରେସର ବରିଷ୍ଠ ନେତା ତଥା ବିରୋଧ ଦଳ ନେତା ନରସିଂହ ମିଶ୍ର ଏହା କହିଛନ୍ତି। ରାଜ୍ୟପାଳଙ୍କୁ ସାକ୍ଷାତ କରି ଫେରିବା ପରେ ନରସିଂହ କହିଥିଲେ,‘ଏ ସରକାର ବୋଧହୁଏ ଆଇନ ଜାଣି ନାହିଁ କିମ୍ବା ଆଇନ ଜାଣି ନ ଜାଣିବା ଭଳି ବ୍ୟବହାର କରୁଛି। ସରକାର ରାଜନୀତି କରିବା ପାଇଁ ଏଭଳି ବ୍ୟବହାର କରୁଥାଇପାରନ୍ତି। କାରଣ […]

narasinghamishra

narasinghamishra

Rakesh Mallick
  • Published: Thursday, 24 December 2015
  • Updated: 24 December 2015, 11:10 AM IST

ଭୁବନେଶ୍ୱର: ଭାଗଚାଷ ଆଇନ ସମ୍ମତ ନୁହେଁ। ଓଡ଼ିଶା ଭୂସଂସ୍କାର ଆଇନ ଅନୁସାରେ ରାଜ୍ୟ ସରକାର ଭାଗଚାଷୀମାନଙ୍କୁ ସହାୟତା ଦେଇ ପାରିବେ ନାହିଁ। ଗୁରୁବାର କଂଗ୍ରେସର ବରିଷ୍ଠ ନେତା ତଥା ବିରୋଧ ଦଳ ନେତା ନରସିଂହ ମିଶ୍ର ଏହା କହିଛନ୍ତି।

ରାଜ୍ୟପାଳଙ୍କୁ ସାକ୍ଷାତ କରି ଫେରିବା ପରେ ନରସିଂହ କହିଥିଲେ,‘ଏ ସରକାର ବୋଧହୁଏ ଆଇନ ଜାଣି ନାହିଁ କିମ୍ବା ଆଇନ ଜାଣି ନ ଜାଣିବା ଭଳି ବ୍ୟବହାର କରୁଛି। ସରକାର ରାଜନୀତି କରିବା ପାଇଁ ଏଭଳି ବ୍ୟବହାର କରୁଥାଇପାରନ୍ତି। କାରଣ ଓଡ଼ିଶା ଭୂସଂସ୍କାର ଆଇନରେ ରହିଥିବା ନିୟମ ଅନୁଯାୟୀ କୌଣସି ବ୍ୟକ୍ତି ତା’ର ଜମିକୁ ଅନ୍ୟ ଜଣେ ବ୍ୟକ୍ତିକୁ ଭାଗଚାଷ କରିବାକୁ ଦେଇ ପାରିବ ନାହିଁ। ଭାଗଚାଷୀ ଆଇନ ସମ୍ମତ ନୁହେଁ। ଯଦି ମୁଁ ମୋ ଜମିକୁ ଭାଗ ଚାଷ କରିବା ପାଇଁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଦେବି, ତା’ହେଲେ ସରକାର ମୋ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ସରକାର ମୋ ଜମିକୁ ନିଜ ଦଖଲକୁ ନେଇ ପାରିବେ। ଓଡ଼ିଶା ଭୂସଂସ୍କାର ଆଇନରେ ଏଭଳି ସବୁ ନିୟମ ରହିଥିବା ବେଳେ ସରକାର କିଭଳି ଭାବେ ଭାଗଚାଷୀଙ୍କୁ ସହାୟତା ଦେଇପାରିବେ? ସରକାର କିଭଳି ଭାବେ ଭାଗଚାଷୀଙ୍କୁ ଚିହ୍ନଟ କରିବେ ଓ ସେମାନଙ୍କୁ ସହାୟତା ପ୍ରଦାନ କରିବେ? ଏହା ଅସମ୍ଭବ। ଓଡ଼ିଶା ଭୂସଂସ୍କାର ଆଇନ ସଂଶୋଧନ ନହେଲା ପର୍ଯ୍ୟନ୍ତ ଭାଗଚାଷୀମାନେ ପଇସାଟିଏ ମଧ୍ୟ ପାଇପାରିବେ ନାହିଁ।’

ଭାଗଚାଷୀଙ୍କୁ ସହାୟତା ପ୍ରଦାନ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ସଚିବଙ୍କ ପରସ୍ପର ବିରୋଧୀ ମନ୍ତବ୍ୟର ପ୍ରତିକ୍ରିୟାରେ ନରସିଂହ କହିଛନ୍ତି ଯେ ସରକାର ଚାଷୀଙ୍କୁ ଭୁତେଇବାକୁ ଉଦ୍ୟମ କରୁଛନ୍ତି। ଏହା ଅତ୍ୟନ୍ତ ଘୃଣ୍ୟ ରାଜନୀତି।

ଓଡ଼ିଶା ଭୂସଂସ୍କାର ଆଇନର ମାର୍ଗଦର୍ଶିକା ଅନୁଯାୟୀ ସରକାର ୨୦୧୧ରୁ ଭାଗଚାଷୀଙ୍କୁ ସହାୟତା ପ୍ରଦାନ କରି ଆସୁଛନ୍ତି ବୋଲି ପଚରା ଯିବାରେ ସେ କହିଥିଲେ ଯେ ୨୦୧୧ ଗାଇଡଲାଇନରେ ଏମିତି କୌଣସି ନିୟମ ନାହିଁ। ଯଦି କୌଣସି ଅଧିକାରୀ ଗାଇଡଲାଇନରୁ ଭୁଲ୍ ଅର୍ଥ ବାହାର କରି ଭାଗଚାଷୀ ଚିହ୍ନଟ କରୁ ଥାଆନ୍ତି ଓ ସହାୟତା ପ୍ରଦାନ କରୁ ଥାଆନ୍ତି, ତା’ହେଲେ ତାଙ୍କୁ ଦଣ୍ଡିତ କରାଯିବା ଦରକାର।

ତେବେ ନରସିଂହ କହିଛନ୍ତି ଯେ ପ୍ରକୃତରେ ଚାଷ କରୁଥିବା ଚାଷୀଙ୍କୁ ଯେକୌଣସି ପ୍ରକାର ସହାୟତା ପ୍ରଦାନ କରାଯିବା ଉଚିତ୍। ତେବେ ଆଇନ ଉଲ୍ଲଂଘନ କରି ସେମାନଙ୍କୁ ସାହାଯ୍ୟ କରାଯିବା ଉଚିତ୍ ନୁହେଁ। ଆଇନ ଅନୁଯାୟୀ ସେମାନଙ୍କୁ ସାହାଯ୍ୟ କରାଯିବା ଉଚିତ୍।

ରାଜ୍ୟପାଳଙ୍କ ସହିତ ତାଙ୍କର ସାକ୍ଷାତଆଲୋଚନା ସୌଜନ୍ୟମୂଳକ ଥିଲା ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି। ତେବେ ଆଲୋଚନା ସମୟରେ ସେ ରାଜ୍ୟପାଳଙ୍କୁ ରାଜ୍ୟର ମରୁଡ଼ି ସ୍ଥିତି, ଚାଷୀ ଆତ୍ମହତ୍ୟା ସଂପର୍କରେ ଅବଗତ କରାଇଥିଲେ। ରାଜ୍ୟପାଳ ଏସବୁ ପ୍ରସଙ୍ଗରେ ଅବଗତ ଅଛନ୍ତି। ପ୍ରତିଦିନ ଚାଷୀ ଆତ୍ମହତ୍ୟା ନେଇ ସେ ଖବର ପାଉଥିବା ରାଜ୍ୟପାଳ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos