ପତ୍ନୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ଶିଶିର ଗମାଙ୍ଗ

ଭୁବନେଶ୍ୱର: ପତ୍ନୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପୁଅ ଶିଶିର ଗମାଙ୍ଗ। ତାଙ୍କର ୧୦ ବର୍ଷର ପୁଅକୁ ପତ୍ନୀ ମୋନିକା ଗମାଙ୍ଗ ଶାରିରୀକ ଓ ମାନସିକ ନିର୍ଯାତନା ଦେଇଥିବା ଶିଶିର ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି। ଏପରିକି ତାଙ୍କୁ ବି ପତ୍ନୀ ମୋନିକା ମାନସିକ ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଛନ୍ତି। ଏ ନେଇ ସେ ଭୁବନେଶ୍ୱର ଏସିପି ଜୋନ୍‌-୩ରେ ଏକ ଏଫ୍‌ଆଇଆର୍ ଦେବା ସହିତ ତାଙ୍କୁ […]

shishir

shishir

Rakesh Mallick
  • Published: Saturday, 01 October 2016
  • Updated: 01 October 2016, 02:30 PM IST

Sports

Latest News

shishirଭୁବନେଶ୍ୱର: ପତ୍ନୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପୁଅ ଶିଶିର ଗମାଙ୍ଗ। ତାଙ୍କର ୧୦ ବର୍ଷର ପୁଅକୁ ପତ୍ନୀ ମୋନିକା ଗମାଙ୍ଗ ଶାରିରୀକ ଓ ମାନସିକ ନିର୍ଯାତନା ଦେଇଥିବା ଶିଶିର ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି। ଏପରିକି ତାଙ୍କୁ ବି ପତ୍ନୀ ମୋନିକା ମାନସିକ ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଛନ୍ତି। ଏ ନେଇ ସେ ଭୁବନେଶ୍ୱର ଏସିପି ଜୋନ୍‌-୩ରେ ଏକ ଏଫ୍‌ଆଇଆର୍ ଦେବା ସହିତ ତାଙ୍କୁ ଓ ତାଙ୍କ ପୁଅକୁ ସୁରକ୍ଷା ଦେବାକୁ ଅନୁରୋଧ କରିଛନ୍ତି।

ଶିଶିର କହିଛନ୍ତି,“ମୋନିକା ତାଙ୍କର ୫ ଲକ୍ଷ ଟଙ୍କା ସହିତ ୨.୩ କୋଟି ଟଙ୍କା ମୂଲ୍ୟର ସୁନାଗହଣା ନେଇ ପଳାଇ ଯାଇଛନ୍ତି। ଯେତେ କହିଲେ ମଧ୍ୟ ସେ ଏହି ଟଙ୍କା ଓ ସୁନାଗହଣା ଫେରାଉ ନାହାନ୍ତି। ମୋନିକା ମୋ ସହିତ ଖରାପ ବ୍ୟବହାର କରିଥିବା ବେଳେ ତାଙ୍କ ବାପମା’ ଏହାକୁ ରାଜନୈତିକ ଇସ୍ୟୁ କରି ଦେବେ ବୋଲି ଧମକ ଦେଇଥିଲେ।”

କେବଳ ସେତିକି ନୁହେଁ, ଶିଶିର ତାଙ୍କ ପତ୍ନୀଙ୍କ ନାଁରେ ପରକୀୟା ପ୍ରୀତି ଅଭିଯୋଗ ଆଣିଛନ୍ତି। ତାଙ୍କ ଅଜାଣତରେ ମୋନିକା ଗୌରବ ବରାର ନାମକ ଜଣେ ଯୁବକଙ୍କୁ ବିବାହ କରିଥିବା ସେ ଅଭିଯୋଗ କରିଛନ୍ତି।

ଶିଶିର କହିଛନ୍ତି,“ଗୌରବ ହେଉଛନ୍ତି ମୋ ଶାଳୀ (ମୋନିକାଙ୍କ ଭଉଣୀ)ଙ୍କ ସ୍ୱାମୀର ସାଙ୍ଗ। ସେମାନଙ୍କ ଦ୍ୱାରା ସେ ଆମ ପରିବାର ସହିତ ପରିଚିତ ହୋଇଥିଲେ। ଧୀରେ ଧୀରେ ସେ ଆମ ଘରକୁ ଯିବା ଆସିବା ବଢ଼ାଇଲେ। ତାଙ୍କ ସହିତ ମୋନିକାଙ୍କ ଘନିଷ୍ଠତା ବଢ଼ିଥିଲା।”

ମୋନିକାଙ୍କ ନିଜ ଘର ଉତ୍ତରାଖଣ୍ଡରେ। ତେବେ ସେ ନିଜ ବାପାମା’ଙ୍କ ସହିତ ଦିଲ୍ଲୀରେ ରହନ୍ତି। ୨୦୦୩ରେ ଶିଶିର ଓ ମୋନିକାଙ୍କ ମଧ୍ୟରେ ବିବାହ ହୋଇଥିଲା।

ଶିଶିର କହିଛନ୍ତି,“୨୦୧୧ ପର୍ଯ୍ୟନ୍ତ ଆମର ବୈବାହିକ ଜୀବନ ଠିକ୍‌ଠାକ୍ ଚାଲିଥିଲା। କିନ୍ତୁ ତା’ପରେ ସେ ମୋ ସହିତ ମୋ ବାପାମା’ଙ୍କୁ ଖରାପ ବ୍ୟବହାର ଦେଖାଇବା ଆରମ୍ଭ କରିଥିଲେ। କଥା ଏତେ ଗୁରୁତର ହେଲା ଯେ ୨୦୧୨ରେ ଆମ ବିବାହ ବିଚ୍ଛେଦ ହେଲା। କିନ୍ତୁ କିଛି ଦିନ ପରେ ସେ ଫେରି ଆସିଲେ ଓ ତାଙ୍କ ବାପାମା’ ତାଙ୍କୁ ଗ୍ରହଣ କଲେ ନାହିଁ ବୋଲି କହିଲେ। ତା’ସହିତ ସେ ଆତ୍ମହତ୍ୟା କରିବାକୁ ବି କହିଥିଲେ। ଫଳରେ ମୁଁ ତାଙ୍କୁ ପୁଣି ମୋ ସହିତ ରହିବାକୁ ଅନୁମତି ଦେଇଥିଲି। ୨୦୧୪ରେ ଆଦିବାସୀ ପରମ୍ପରା ଅନୁଯାୟୀ ଆମେ ପୁଣି ବିବାହ କରିଥିଲୁ। କିନ୍ତୁ ପୁନର୍ବିବାହର ପରେ ଦିଲ୍ଲୀକୁ ଫେରିବା ପରେ ସେ ପୁଣି ମୋ ସହିତ ଖରାପ ବ୍ୟବହାର କରିଥିଲେ।”

ସେ କହିଛନ୍ତି,“ପୁନର୍ବିବାହର ପ୍ରାୟ ୧୦ ମାସ ପରେ ୨୦୧୫ରେ ମୁଁ ଜାଣିବାକୁ ପାଇଲି ଯେ ମୋନିକା ଗୌରବଙ୍କୁ ବିବାହ କରିଛନ୍ତି। ସେତେବେଳେ ଆମେ ପତିପତ୍ନୀ ଥିଲୁ। ୨୦୧୫ ଫେବୃଆରୀ ମାସ ୨୫ ତାରିଖରେ ଦୁହେଁ ବିବାହ କରିଥିଲେ। ଗୌରବ ତାଙ୍କ ପିତାମାତାଙ୍କ ସହିତ ରହୁଥିବା ବେଳେ ମୋନିକା ବି ସେଠାରେ ରହୁଛନ୍ତି।”

ଶିଶିର କହିଛନ୍ତି,“ଗୌରବଙ୍କୁ ବିବାହ କରିଥିବା କଥା ମୁଁ ଜାଣିସାରିଛି ବୋଲି ମୋନିକା ଓ ତାଙ୍କ ଭାଇ ଅନୁଭବ କରିବା ପରେ ଭୁବନେଶ୍ୱର ଆସିଥିଲେ ଓ କ୍ଷମା ମାଗିଥିଲେ। ଏନେଇ ଆଇନଗତ ପଦକ୍ଷେପ ନ ନେବାକୁ ସେମାନେ ମୋତେ ଅନୁରୋଧ କରିଥିଲେ ଏବଂ ମୋର ୫ ଲକ୍ଷ ଟଙ୍କା ସହିତ ୨.୩ କୋଟି ଟଙ୍କାର ସୁନାଗହଣା ଫେରାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ମୋ ପୁଅର ମୁହଁକୁ ଚାହିଁ ଓ ସାମାଜିକ ସମ୍ମାନ ରକ୍ଷା ପାଇଁ ମୁଁ କିଛି ବନ୍ଧୁଙ୍କ ପରାମର୍ଶ ମାନି କୌଣସି ଆଇନଗତ ପଦକ୍ଷେପ ନେଇ ନ ଥିଲି।”

ମୋନିକାଙ୍କ ପରିବାର ତାଙ୍କ ନାମକୁ ନେଇ ଉତ୍ତରାଖଣ୍ଡରେ ରାଜନୈତିକ ଫାଇଦା ଉଠାଇଛନ୍ତି ବୋଲି ଶିଶିର ଅଭିଯୋଗ କରିଛନ୍ତି।

ଶିଶିର ଦେଇଥିବା ଏଫ୍‌ଆଇଆରରେ ମୋନିକା, ତାଙ୍କ ବାପାମା’, ଭାଇ, ଭଉଣୀ, ଗୌରବ ଓ ତାଙ୍କ ବାପାମା’ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏମାନେ ସମସ୍ତେ ତାଙ୍କ ଟଙ୍କା ହଡ଼ପ କରିବା ପାଇଁ ଷଡ଼ଯନ୍ତ୍ର କରିଥିବା ଶିଶିର ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଫ୍ରେଣ୍ଡସ୍ ଫାଉଣ୍ଡେସନ୍ ପକ୍ଷରୁ ଭୁବନେଶ୍ୱର ଶିଶୁ ମଙ୍ଗଳ କମିଟିକୁ ଚିଠି ଲେଖାଯାଇଛି। ୧୦ ବର୍ଷର ପିଲାଟିକୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିବାରୁ ପିଲାଟିକୁ ନ୍ୟାୟ ଦେବା ପାଇଁ ଏହି ଚିଠି ଲେଖାଯାଇଛି।

ଶିଶିର ଗମାଙ୍ଗଙ୍କ ନିର୍ଯାତନା ଅଭିଯୋଗକୁ ଖଣ୍ଡନ କରିଛନ୍ତି ପତ୍ନୀ ମୋନିକା।

ସେ କହିଛନ୍ତି,“ବିବାହ ବିଚ୍ଛେଦର ୨ ବର୍ଷ ପରେ ତାଙ୍କର ନିର୍ଯାତନା କଥା ମନେ ପଡ଼ିଲା। ଦୁଇ ବର୍ଷ ତଳୁ ମୋର ଡିଭୋର୍ସ ହୋଇସାରିଛି। ତା’ପରେ ମୁଁ ଅନ୍ୟତ୍ର ବିବାହ କରିଛି। ମୋ ପାଖରେ ସବୁ ପ୍ରମାଣ ଅଛି। କୋର୍ଟରେ ମୁଁ ସେଗୁଡ଼ିକୁ ଦାଖଲ କରିବି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story