ଶ୍ରୀମନ୍ଦିରରେ ବିଶୃଙ୍ଖଳା ହେଲେ ସେବାୟତଙ୍କୁ ଉତ୍ତରଦାୟୀ କରାଯିବ: ଜଷ୍ଟିସ୍‌ ଦାସ

ଭୁବନେଶ୍ୱର: ଶ୍ରୀମନ୍ଦିରରେ ବିଶୃଙ୍ଖଳା ହେଲେ ସେବାୟତଙ୍କୁ ଉତ୍ତରଦାୟୀ କରାଯିବା ଦରକାର ଓ ଶ୍ରୀମନ୍ଦିର ସ୍ୱତ୍ୱଲିପିରେ ପରିବର୍ତ୍ତନ କରାଯାଇ ପାରିବ ବୋଲି ମତ ଦେଇଛନ୍ତି ଶ୍ରୀମନ୍ଦିର ସଂସ୍କାର କମିଶନଙ୍କ ମୁଖ୍ୟ ଜଷ୍ଟିସ୍‌ ବି.ପି. ଦାସ। କମିଶନ ନିଯୁକ୍ତି ଓ ତଦନ୍ତ ସର୍ତ୍ତାବଳୀ ନେଇ ଗେଜେଟ୍‌ ବିଜ୍ଞପ୍ତି ପରେ ଆଜି ଓଟିଭିକୁ ପ୍ରତିପ୍ରିୟା ଦେଇ ଏହା କହିଛନ୍ତି ଜଷ୍ଟିସ୍‌ ଦାସ। ସେ କହିଛନ୍ତି, “ଶ୍ରୀମନ୍ଦିର ପରିଚାଳନା ଶୃଙ୍ଖଳିତ କରିବା ମୋର ମୁଖ୍ୟ କାର୍ଯ୍ୟ ହେବ। ସେବାୟତ ବିଶୃଙ୍ଖଳିତ ହେଲେ ଚଳିବନି। […]

bpdas

bpdas

Rakesh Mallick
  • Published: Thursday, 28 July 2016
  • Updated: 28 July 2016, 08:44 PM IST

Sports

Latest News

ଭୁବନେଶ୍ୱର: ଶ୍ରୀମନ୍ଦିରରେ ବିଶୃଙ୍ଖଳା ହେଲେ ସେବାୟତଙ୍କୁ ଉତ୍ତରଦାୟୀ କରାଯିବା ଦରକାର ଓ ଶ୍ରୀମନ୍ଦିର ସ୍ୱତ୍ୱଲିପିରେ ପରିବର୍ତ୍ତନ କରାଯାଇ ପାରିବ ବୋଲି ମତ ଦେଇଛନ୍ତି ଶ୍ରୀମନ୍ଦିର ସଂସ୍କାର କମିଶନଙ୍କ ମୁଖ୍ୟ ଜଷ୍ଟିସ୍‌ ବି.ପି. ଦାସ। କମିଶନ ନିଯୁକ୍ତି ଓ ତଦନ୍ତ ସର୍ତ୍ତାବଳୀ ନେଇ ଗେଜେଟ୍‌ ବିଜ୍ଞପ୍ତି ପରେ ଆଜି ଓଟିଭିକୁ ପ୍ରତିପ୍ରିୟା ଦେଇ ଏହା କହିଛନ୍ତି ଜଷ୍ଟିସ୍‌ ଦାସ।

ସେ କହିଛନ୍ତି, “ଶ୍ରୀମନ୍ଦିର ପରିଚାଳନା ଶୃଙ୍ଖଳିତ କରିବା ମୋର ମୁଖ୍ୟ କାର୍ଯ୍ୟ ହେବ। ସେବାୟତ ବିଶୃଙ୍ଖଳିତ ହେଲେ ଚଳିବନି। ସରକାର ନାଚାର ନୁହନ୍ତି। ଭକ୍ତ ଓ ସରକାରଙ୍କୁ କେହି ଧମକ ଦେଇ ପାରିବେ ନାହିଁ। ଶ୍ରୀମନ୍ଦିରରେ ସେବା ଓ ପରିଚାଳନା ଦାୟିତ୍ୱ ତୁଲାଉଥିବା ଲୋକେ ଉତ୍ତରଦାୟୀ ରହିବା ଦରକାର।

ସେ ଆହୁରି କହିଛନ୍ତି, “ସ୍ୱତ୍ୱଲିପିରେ ପରିବର୍ତ୍ତନ କରାଯାଇ ପାରିବ। କାହାର କିଛି ଅସୁବିଧା ନ କରି ସଂସ୍କାର କରାଗଲେ କୌଣସି କ୍ଷତି ନାହିଁ। ରିପୋର୍ଟ ଆସିବା ପରେ ଦେଖିବେ କ’ଣ ପଦକ୍ଷେପ ନିଆଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos