ବିଜେଡିରୁ ଇସ୍ତଫା ଦେଲେ ଖଣ୍ଡପଡ଼ାର ପୂର୍ବତନ ବିଧାୟକ ସିଦ୍ଧାର୍ଥ ସିଂହ

ନୟାଗଡ଼: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂହ। ଆଜି ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ଦଳୀୟ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ଦଳରେ ତାଙ୍କୁ ଗୁରୁତ୍ୱ ଦିଆଯାଉ ନ ଥିବାରୁ ସେ ଦଳ ଛାଡ଼ି ଥିବା କହିଛନ୍ତି। ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ସିଦ୍ଧାର୍ଥ ଖଣ୍ଡପଡ଼ା ବିଧାୟକ ଥିଲେ। ୨୦୧୪ ବିଧାନସଭା ନିର୍ବାଚନରେ ବିଜେଡି ତାଙ୍କୁ ଟିକେଟ୍ ଦେଇ ନ […]

sidhartha

sidhartha

Rakesh Mallick
  • Published: Sunday, 03 January 2016
  • Updated: 04 January 2016, 03:22 AM IST

Sports

Latest News

[caption id="attachment_60856" align="alignleft" width="300"]siddhartha ଖଣ୍ଡପଡ଼ାର ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂହ[/caption]

ନୟାଗଡ଼: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂହ। ଆଜି ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ଦଳୀୟ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ଦଳରେ ତାଙ୍କୁ ଗୁରୁତ୍ୱ ଦିଆଯାଉ ନ ଥିବାରୁ ସେ ଦଳ ଛାଡ଼ି ଥିବା କହିଛନ୍ତି।

୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ସିଦ୍ଧାର୍ଥ ଖଣ୍ଡପଡ଼ା ବିଧାୟକ ଥିଲେ। ୨୦୧୪ ବିଧାନସଭା ନିର୍ବାଚନରେ ବିଜେଡି ତାଙ୍କୁ ଟିକେଟ୍ ଦେଇ ନ ଥିଲା।

ସିଦ୍ଧାର୍ଥ କହିଛନ୍ତି, ‘୨୦୧୪ରେ ଦଳ ମତେ ଟିକେଟ୍ ଦେଇ ନ ଥିଲା। ତଥାପି ମୁଁ ଦଳ ସପକ୍ଷରେ ରହିଥିଲି। ନିର୍ବାଚନରେ ପ୍ରାର୍ଥୀ ହୋଇ ନ ଥିଲି କି ଦଳ ବିରୋଧୀ କୌଣସି କାର୍ଯ୍ୟ କରି ନ ଥିଲି। ତା’ପରେ କନ୍ଧମାଳ ନିର୍ବାଚନ ହୋଇଥିଲା। ସେତେବେଳେ ମୋତେ ରାଇକିଆ ଯାଇ ନିର୍ବାଚନ କଥା ବୁଝିବାକୁ ଦାୟିତ୍ୱ ଦିଆଯାଇଥିଲା। ମୁଁ ରାଇକିଆ ଯାଇଥିଲି ଓ ଦାୟିତ୍ୱ ତୁଲାଇ ଥିଲି। କିନ୍ତୁ କନ୍ଧମାଳ ନିର୍ବାଚନ ପରେ ମୋତେ ଦଳର ଅନ୍ୟ କୌଣସି କାର୍ଯ୍ୟକ୍ରମକୁ ଡକା ଗଲା ନାହିଁ। ନିର୍ବାଚନ ମଣ୍ଡଳୀ ସ୍ତରୀୟ ହେଉ ଅବା ଜିଲ୍ଲା ସ୍ତାରୀୟ ହେଉ- କୌଣସି ଦଳୀୟ କାର୍ଯ୍ୟକ୍ରମକୁ ମୋତେ ଡକାଗଲା ନାହିଁ। ଦଳୀୟ ସଭାସମିତିରେ ଅଂଶଗ୍ରହଣ କରିବାକୁ କୁହାଗଲା ନାହିଁ। ତେଣୁ ଏ ୨ ବର୍ଷ ମଧ୍ୟରେ ମୁଁ ଅନୁଭବ କଲି ଯେ ଦଳକୁ ବୋଧହୁଏ ଆଉ ମୋର ଆବଶ୍ୟକତା ନାହିଁ। ତେଣୁ ସମ୍ମାନର ସହିତ ଦଳର ବାହାରି ଯିବା ଲାଗି ନିଷ୍ପତ୍ତି ନେଲି।’

ସେ କହିଛନ୍ତି,‘ଦଳରେ ଥାଇ ମୁଁ ପୃଥକ ସଭାସମିତି କରି ଥିଲେ ତାହା ଦଳ ବିରୋଧୀ କାର୍ଯ୍ୟ ହୋଇ ଥାଆନ୍ତା। ମୁଁ ଦଳର ବିରୋଧୀ କାର୍ଯ୍ୟରେ ଲିପ୍ତ ହେବାକୁ ଚାହଁ ନ ଥିଲି। ତେଣୁ ସମ୍ମାନର ସହିତ ମୁଁ ମୋର ଇସ୍ତଫାପତ୍ରକୁ ଦଳୀୟ ସଭାପତିଙ୍କ ନିକଟକୁ ପଠାଇ ଦେବାକୁ ନିଷ୍ପତ୍ତି ନେଲି।’

ପୂର୍ବତନ ବିଧାୟକ ସିଦ୍ଧାର୍ଥ ସିଂହ କହିଛନ୍ତି ଯେ ଇସ୍ତଫାପତ୍ରରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତାଙ୍କର ବିଧାୟକ କାଳରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଓ ତାଙ୍କ ନିର୍ବାଚନ ମଣ୍ଡଳୀ ପାଇଁ ବହୁତ ସାହାଯ୍ୟ ସହଯୋଗ କରିଥିଲେ। ସେଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି।

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, କିଏ କେଉଁ ଦଳରେ ରହିବେ ଓ କିଏ ଦଳ ଛାଡିବେ ଏହା ତାଙ୍କ ଉପରେ ନିର୍ଭର କରିଥାଏ। ସେ ଯଦି କହୁଛନ୍ତି, ତାଙ୍କୁ ଅଣଦେଖା କରାଯାଇଛି ତେବେ ଏହା ତାଙ୍କ ବ୍ୟକ୍ତିଗତ ମତ ହୋଇଥିବ।

ଖଣ୍ଡପଡ଼ା ବିଧାୟକ ତଥା ବିଜେଡି ନେତା ଅନୁଭବ ପଟ୍ଟନାୟକ କହିଛନ୍ତି ଯେ ସିଦ୍ଧାର୍ଥଙ୍କ ଇସ୍ତଫାରେ ତାଙ୍କର ଖୁସି ବନାଇବାର କିଛି କାରଣ ନାହିଁ। ସେ ତାଙ୍କ ଇଚ୍ଛାରେ ଦଳକୁ ଆସିଥିଲେ ଓ ତାଙ୍କ ଇଚ୍ଛାରେ ଦଳ ଛାଡ଼ି ଚାଲି ଗଲେ। ତାଙ୍କର ପରବର୍ତ୍ତୀ ପଦକ୍ଷେପ ସଂପର୍କରେ କେବଳ ସେ ହିଁ କହିପାରିବେ।

ସୂଚନାଯୋଗ୍ୟ, ୨୦୧୪ରେ ବିଜେଡି ସିଦ୍ଧାର୍ଥଙ୍କ ବଦଳରେ ଅନୁଭବ ପଟ୍ଟନାୟକଙ୍କୁ ଦଳ ଖଣ୍ଡପଡ଼ାରେ ବିଧାୟକ ପ୍ରାର୍ଥୀ କରିଥିଲା ଏବଂ ସେ ବିଜୟୀ ମଧ୍ୟ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos