ପଞ୍ଚାୟତ ନିର୍ବାଚନକୁ ବିରୋଧ କରି ପୁଣି ପୋଷ୍ଟର ମାରିଲେ ମାଓବାଦୀ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍‌ ସିକରପାଇ ଅଞ୍ଚଳର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଲଗାଯାଇଛି। ମାଓ ପୋଷ୍ଟରରେ ସିପିଆଇ(ମାଓବାଦୀ) ବାସଧରା ଘୁମୁସର ଡିଭିଜନ୍‌ ଉମାକାନ୍ତ ମିଶ୍ରଙ୍କ ଦସ୍ତଖତ ରହିଛି। ଏଥିରେ ପଞ୍ଚାୟତ ନିର୍ବାଚନକୁ ବିରୋଧ କରାଯାଇଛି। ମାଓବାଦୀମାନେ ପୋଷ୍ଟରରେ ଲେଖିଛନ୍ତି, ଜେ.କେ ପେପର ମିଲ୍‌ର ଏସ୍‌.କେ. ମହାପାତ୍ର ଦଲାଲଙ୍କ କଥାରେ ପଡ଼ି ୨୭୦ ଜଣ ଗରିବ ସାଥୀଭାଇଙ୍କୁ  ଅନ୍ୟାୟ କରି ଚାକିରିରୁ ବାହାର କରି ଦେଇଛନ୍ତି। ସେମାନଙ୍କୁ ପୁଣି ଚାକିରି ଦିଆଯାଉ। ଦୁଇ ଜଣ ପୋଲିସ୍ ଇନ୍‌ଫର୍ମରଙ୍କୁ […]

mao poster

mao poster

Rakesh Mallick
  • Published: Saturday, 04 February 2017
  • Updated: 04 February 2017, 11:48 AM IST

Sports

Latest News

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍‌ ସିକରପାଇ ଅଞ୍ଚଳର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଲଗାଯାଇଛି। ମାଓ ପୋଷ୍ଟରରେ ସିପିଆଇ(ମାଓବାଦୀ) ବାସଧରା ଘୁମୁସର ଡିଭିଜନ୍‌ ଉମାକାନ୍ତ ମିଶ୍ରଙ୍କ ଦସ୍ତଖତ ରହିଛି। ଏଥିରେ ପଞ୍ଚାୟତ ନିର୍ବାଚନକୁ ବିରୋଧ କରାଯାଇଛି।

ମାଓବାଦୀମାନେ ପୋଷ୍ଟରରେ ଲେଖିଛନ୍ତି, ଜେ.କେ ପେପର ମିଲ୍‌ର ଏସ୍‌.କେ. ମହାପାତ୍ର ଦଲାଲଙ୍କ କଥାରେ ପଡ଼ି ୨୭୦ ଜଣ ଗରିବ ସାଥୀଭାଇଙ୍କୁ  ଅନ୍ୟାୟ କରି ଚାକିରିରୁ ବାହାର କରି ଦେଇଛନ୍ତି। ସେମାନଙ୍କୁ ପୁଣି ଚାକିରି ଦିଆଯାଉ।

ଦୁଇ ଜଣ ପୋଲିସ୍ ଇନ୍‌ଫର୍ମରଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ମାଓବାଦୀମାନେ ଧମକ ଦେଇଛନ୍ତି। ପୋଷ୍ଟରରେ ଲେଖା ହୋଇଛି, ରାମ୍ଭଗଡ଼ାରେ ରହୁଥିବା ପୋଲିସ୍‌ ଇନଫର୍ମର ପ୍ରହ୍ଲାଦ ହିକକା ଓ ତା’ର ଆଉ ଜଣେ ସାଥୀଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯିବ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos