ସିମି ଆତଙ୍କବାଦୀଙ୍କ ବିଦେଶୀ ଲିଙ୍କ୍‌: ତେହରିକ୍‌-ଏ-ତାଲିବାନକୁ ପଠାଇଥିଲେ ୩ ଲକ୍ଷ ଟଙ୍କା

ଭୁବନେଶ୍ୱର: ରାଉରକେଲାରୁ ଗିରଫ୍ ସିମି ଆତଙ୍କବାଦୀଙ୍କ ବିଦେଶ ଲିଙ୍କର ଗୁମର ଶନିବାର ଫିଟିଛି। ଏହି ୪ ଆତଙ୍କବାଦୀ ଛତିଶଗଡ ରାୟପୁରରୁ ଆତଙ୍କବାଦୀ ସଂଗଠନ ତେହରିକ୍‌-ଏ-ତାଲିବାନକୁ ୩ ଲକ୍ଷ ଟଙ୍କା ପଠାଇଥିଲେ। ଜେରା ବେଳେ ଗୁଇନ୍ଦା ସଂସ୍ଥା ‘ର’ ଆଗରେ ଏହି ବୟାନ ରଖିଛନ୍ତି ୪ ଆତଙ୍କୀ। ବ୍ୟାଙ୍କ ଲୁଟ୍ ଓ ଡକାୟତିରୁ ଟଙ୍କା ସଂଗ୍ରହ କରି ଏମାନେ ଏହି ଆତଙ୍କବାଦୀ ସଂଗଠନ ପାଖକୁ ପଠାଉଥିଲେ। ସେହିଭଳି ଏହି ଗ୍ୟାଙ୍ଗର ସଦସ୍ୟ ଐଜାଜୁଦ୍ଧିନ୍ ବାଂଲାଦେଶ ଯାଇ ସେଠାରେ ଏମାନଙ୍କ […]

sim-terrorist

sim-terrorist

Rakesh Mallick
  • Published: Saturday, 27 February 2016
  • Updated: 27 February 2016, 04:33 PM IST

Sports

Latest News

ଭୁବନେଶ୍ୱର: ରାଉରକେଲାରୁ ଗିରଫ୍ ସିମି ଆତଙ୍କବାଦୀଙ୍କ ବିଦେଶ ଲିଙ୍କର ଗୁମର ଶନିବାର ଫିଟିଛି। ଏହି ୪ ଆତଙ୍କବାଦୀ ଛତିଶଗଡ ରାୟପୁରରୁ ଆତଙ୍କବାଦୀ ସଂଗଠନ ତେହରିକ୍‌-ଏ-ତାଲିବାନକୁ ୩ ଲକ୍ଷ ଟଙ୍କା ପଠାଇଥିଲେ। ଜେରା ବେଳେ ଗୁଇନ୍ଦା ସଂସ୍ଥା ‘ର’ ଆଗରେ ଏହି ବୟାନ ରଖିଛନ୍ତି ୪ ଆତଙ୍କୀ। ବ୍ୟାଙ୍କ ଲୁଟ୍ ଓ ଡକାୟତିରୁ ଟଙ୍କା ସଂଗ୍ରହ କରି ଏମାନେ ଏହି ଆତଙ୍କବାଦୀ ସଂଗଠନ ପାଖକୁ ପଠାଉଥିଲେ।

ସେହିଭଳି ଏହି ଗ୍ୟାଙ୍ଗର ସଦସ୍ୟ ଐଜାଜୁଦ୍ଧିନ୍ ବାଂଲାଦେଶ ଯାଇ ସେଠାରେ ଏମାନଙ୍କ ନେଟୱାର୍କ ବଢାଇବାକୁ ଚେଷ୍ଟା କରୁଥିଲେ। ତେବେ ଆନ୍ଧ୍ରପ୍ରଦେଶ ପୋଲିସର ଏନକାଉଣ୍ଟରେ ତା’ର ମୃତ୍ୟୁ ହୋଇଥିଲା। ଆତଙ୍କବାଦୀମାନେ ବିଭିନ୍ନ ସମୟରେ ବ୍ୟବହାର କରୁଥିବା ମୋବାଇଲର ଇଏମଇଆଇ ନମ୍ବର କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ ବା ଏସଟିଏଫ୍‌ର ହସ୍ତଗତ ହୋଇଛି। ଏହାକୁ ଆଧାର କରି ଓଡ଼ିଶାରେ ଆତଙ୍କବାଦୀଙ୍କ ନେଟୱାର୍କର ଖୋଳତାଡ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos