ସିମି ଆତଙ୍କବାଦୀ ଗିରଫ ଘଟଣା: ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ

ରାଉରକେଲା: ରାଉରକେଲାରୁ ଗିରଫ ୫ ଷ୍ଟୁଡେଣ୍ଟ୍ ଇସ୍‌ଲାମିକ୍ ମୁଭ୍‌ମେଣ୍ଟ୍ ଅଫ୍ ଇଣ୍ଡିଆ (ସିମି) ଆତଙ୍କବାଦୀଙ୍କ ନାଁରେ ରାଉରକେଲା ଏସଡିଜେଏମ କୋର୍ଟରେ କ୍ରାଇମବ୍ରାଞ୍ଚ  ଚାର୍ଜସିଟ ଦାଖଲ କରିଛି।

୨୦୧୬ ମସିହା  ଫେବୃୟାରୀ ୧୭ ତାରିଖରେ ସିମି ସଂଗଠନର ୫ ଆତଙ୍କବାଦୀଙ୍କୁ ବିଳମ୍ବିତ ରାତିରେ ରାଉରକେଲାରୁ ଗିରଫ କରାଯାଇଥିଲା। ଗିରଫ ୫ ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଅଛନ୍ତି। ସେମାନଙ୍କଠାରୁ ୩ଟି ପିସ୍ତଲ, ୧୧ ରାଉଣ୍ଡ ଗୁଳି ଓ ୭ଟି ମୋବାଇଲ୍ ଜବତ କରାଯାଇଥିଲା। ଏହା ସହିତ ସେମାନଙ୍କଠାରୁ ନକଲି ପରିଚୟପତ୍ର, ନକଲି ପ୍ୟାନ୍ କାର୍ଡ ଜବତ କରାଯାଇଥିଲା।

ପରବର୍ତ୍ତୀ ସମୟରେ ସେମାନଙ୍କୁ ଏନଆଇଏ ଓ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା।