ଶ୍ରୀମନ୍ଦିରର ସ୍ଥିତି ବିପଦଜନକ: ନରସିଂହ ମିଶ୍ର

ପୁରୀ: ଶ୍ରୀମନ୍ଦିର ଅତି ବିପଦଜନକ ଅବସ୍ଥାରେ ଅଛି। ଅତିଶୀଘ୍ର କୌଣସି ପଦକ୍ଷେପ ନ ନେଲେ ମନ୍ଦିର, ଯାତ୍ରୀ ଓ ଶ୍ରଦ୍ଧାଳୁଙ୍କ ପ୍ରତି ବିପଦ ରହଛି। ରାଜ୍ୟ ସରକାର ଦାୟୀ କି କେନ୍ଦ୍ର ସରକାର ଏ ନେଇ ଦାୟୀ ଏହା ପରେ ବିଚାର କରାଯିବ ବୋଲି ଜଗମୋହନ ଅନୁଧ୍ୟାନରେ ଯାଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି,“ ବର୍ତ୍ତମାନ ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ ରହିବା ଉଚିତ କିଭଳି ମନ୍ଦିରକୁ ସୁରକ୍ଷିତ କରାଯାଇ […]

puri

puri

Rakesh Mallick
  • Published: Thursday, 19 May 2016
  • Updated: 19 May 2016, 08:34 AM IST

ପୁରୀ: ଶ୍ରୀମନ୍ଦିର ଅତି ବିପଦଜନକ ଅବସ୍ଥାରେ ଅଛି। ଅତିଶୀଘ୍ର କୌଣସି ପଦକ୍ଷେପ ନ ନେଲେ ମନ୍ଦିର, ଯାତ୍ରୀ ଓ ଶ୍ରଦ୍ଧାଳୁଙ୍କ ପ୍ରତି ବିପଦ ରହଛି। ରାଜ୍ୟ ସରକାର ଦାୟୀ କି କେନ୍ଦ୍ର ସରକାର ଏ ନେଇ ଦାୟୀ ଏହା ପରେ ବିଚାର କରାଯିବ ବୋଲି ଜଗମୋହନ ଅନୁଧ୍ୟାନରେ ଯାଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି,“ ବର୍ତ୍ତମାନ ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ ରହିବା ଉଚିତ କିଭଳି ମନ୍ଦିରକୁ ସୁରକ୍ଷିତ କରାଯାଇ ପାରିବ, ଦୀର୍ଘସ୍ଥାୟୀ କରାଯାଇ ପାରିବ ଏବଂ ଯାହାସବୁ ପଦକ୍ଷେପ ଆବଶ୍ୟକ ହେଉଛି ବିଶେଷଜ୍ଞଙ୍କ ମତରେ ସେହି ପଦକ୍ଷେପ ନିଆଯାଇ ପାରିବ।  ଆମେ ଆଶା କରୁଛୁ ସେ ରାଜ୍ୟ ହେଉ କି କେନ୍ଦ୍ର ସରକାର ସମସ୍ତଙ୍କ ଜ୍ଞାନ ଉଦୟ ହେବ ।”

ସେହିପରି ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି,“ ବଡ଼ ଠାକୁରଙ୍କ ବଡ଼ ଦେଉଳ ଆଜି ତାର ଢାଞ୍ଚା ସଙ୍କଟାପନ୍ନ। ଏକଥା ଆଗରୁ ଯେ ଆମ ଦୃଷ୍ଟିକୁ ଆସି ନାହିଁ ଏକଥା ନୁହେଁ ଅଗଣିତ ଶ୍ରଦ୍ଧାଳୁ ଏପାଇଁ ଅତ୍ୟନ୍ତ ଉଦ୍‌ବିଗ୍ନ। ଯଥେଷ୍ଟ ପୂର୍ବରୁ ଆମେ ମଧ୍ୟ ଏ ସମ୍ପର୍କରେ ନବକଳେବର ସମୟରେ ଦୃଷ୍ଟି ଆକର୍ଷଣ କରିଥିଲୁ। ଆଜି ଆପଣମାନେ ସମସ୍ତେ ଜାଣନ୍ତି ଏହା ପ୍ରଥମ ଥର ନୁହେଁ। ଯେତେବେଳେ ବିରୋଧୀ ଦଳ ନେତା ଆଇନ ମନ୍ତ୍ରୀ ଥିଲେ ସେତେବେଳେ ୧୯୯୨ ମସିହାରେ ପଥର ଖସିବା ପରେ ଏଠାରେ ମରାମତି କାମ ଆରମ୍ଭ ହୋଇଥିଲା। ମନ୍ଦିରର କ’ଣ କ୍ଷୟ କ୍ଷତି ହୋଇଛି ଜାଣିବା ପାଇଁ ୧୯୯୨ରେ ପ୍ରଥମେ ଶ୍ୱେତପତ୍ର ରାଜ୍ୟ ସରକାର ପ୍ରସ୍ତୁତ କରି ଦେଇଥିଲେ। ଆମେ ପ୍ରଥମେ ଅନୁରୋଧ କରୁଛୁ ମନ୍ଦିରର ଢାଞ୍ଚା କିଭଳି ଭାବେ ଦୁର୍ବଳ ହୋଇଛି ତାକୁ ଜଣାଇବା ପାଇଁ ସାଧାରଣରେ ଶ୍ୱେତପତ୍ର ଦିଆଯାଉ। ପୁରୀରେ ଡେପୁଟି ଆର୍କିଓଲୋଜିକାଲ୍ ଇଞ୍ଜିନିୟରଙ୍କ ଦପ୍ତର ଖୋଲିବା ନେଇ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା। ତାକୁ ତୁରନ୍ତ କାର୍ଯ୍ୟକାରୀ କରାଯାଉ।

ଆସନ୍ତାକାଲି କେନ୍ଦ୍ରୀୟ ଟିମ୍ ଆସୁଛନ୍ତି ଏହି ଟିମ୍ ଆସି ଖାଲି ଫେରିଗଲେ ହେବନାହିଁ। କେବଳ ଜଗମୋହନ ନୁହେଁ ତା’ ସହ ଭୋଗ ମଣ୍ଡପ ଏବଂ ନାଟ ମଣ୍ଡପର ସମୁଦାୟ ଢାଞ୍ଚାର କିଭଳି ମରାମତି ଦୀର୍ଘକାଳୀନ ହେବ ଏ ନେଇ ଏବେଠାରୁ ତତ୍ତ୍ୱାବଧାନ କରାଯାଉ।”

ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ଜଗମୋହନ ସ୍ଥିତି ଅନୁଧ୍ୟାନ କରିବା ପରେ ଆଜି କଂଗ୍ରେସ ଟିମ୍‌ ପୁରୀ ଯାଇଛି। ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସହ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ତାରା ପ୍ରସାଦ ବାହିନୀ ପତି ଏବଂ ଉମା ବଲ୍ଲଭ ରଥ  ପୁରୀ ଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos