ଶ୍ରୀମନ୍ଦିରରେ ମଙ୍ଗଳ ଆରତୀ ଦର୍ଶନ ଉପରେ କଟକଣା ପ୍ରତିବାଦରେ ଧାରଣା

ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ମଙ୍ଗଳ ଆରତୀ ଦର୍ଶନ ବ୍ୟବସ୍ଥାରେ କଟକଣାକୁ ନେଇ ବଢୁଛି ଅସନ୍ତୋଷ। ସୋମବାର ଭକ୍ତ, ସେବାୟତ ଓ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ୱାର ସମ୍ମୁଖରେ ବିକ୍ଷୋଭ କରାଯିବା ସହ ସିଂହଦ୍ୱାର ଥାନା ଏବଂ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଧାରଣା ଦିଆଯାଇଛି। ନାଟମନ୍ଦିର ଭିତରେ ବ୍ୟାରିକେଡ୍ ଲଗାଯାଇଥିବାରୁ ସାଧାରଣ ଭକ୍ତ ସଠିକ୍ ଭାବେ ମଙ୍ଗଳ ଆରତୀ ଦର୍ଶନ କରିପାରୁ ନାହଁନ୍ତି ବୋଲି ଅଭିଯୋଗ ହୋଇଛି । ଭକ୍ତଙ୍କୁ ଭିତରକୁ ଯିବାପାଇଁ ଦିଆଯାଉନାହିଁ ଏବଂ ସେମାନଙ୍କୁ […]

puri

puri

Rakesh Mallick
  • Published: Monday, 07 December 2015
  • Updated: 07 December 2015, 03:43 AM IST

Sports

Latest News

ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ମଙ୍ଗଳ ଆରତୀ ଦର୍ଶନ ବ୍ୟବସ୍ଥାରେ କଟକଣାକୁ ନେଇ ବଢୁଛି ଅସନ୍ତୋଷ। ସୋମବାର ଭକ୍ତ, ସେବାୟତ ଓ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ୱାର ସମ୍ମୁଖରେ ବିକ୍ଷୋଭ କରାଯିବା ସହ ସିଂହଦ୍ୱାର ଥାନା ଏବଂ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଧାରଣା ଦିଆଯାଇଛି।

ନାଟମନ୍ଦିର ଭିତରେ ବ୍ୟାରିକେଡ୍ ଲଗାଯାଇଥିବାରୁ ସାଧାରଣ ଭକ୍ତ ସଠିକ୍ ଭାବେ ମଙ୍ଗଳ ଆରତୀ ଦର୍ଶନ କରିପାରୁ ନାହଁନ୍ତି ବୋଲି ଅଭିଯୋଗ ହୋଇଛି । ଭକ୍ତଙ୍କୁ ଭିତରକୁ ଯିବାପାଇଁ ଦିଆଯାଉନାହିଁ ଏବଂ ସେମାନଙ୍କୁ ଦାୟିତ୍ୱରେ ଥିବା ପୋଲିସ୍ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଭକ୍ତ ଅଭିଯୋଗ କରିଛନ୍ତି। ଏପରିକି ସେବାୟତ ଦାମୋଦର ମହାସୁଆର ଏହାର ପ୍ରଦିବାଦ କରିବାରୁ ତାଙ୍କ ବିରୋଧରେ ସିଂହଦ୍ୱାର ଥାନାରେ ମିଥ୍ୟା ଆରୋପ ଲଗାଯାଇ ମାମଲା ରୁଜୁ କରାଯାଇଥିବା ଅଭିଯୋଗ ହୋଇଛି।

ସେପଟେ କେବଳ ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି କରାଯାଇଛି ଏବଂ ସରକାରୀ କାର୍ଯ୍ୟରେ ବାଧା ଏବଂ ବିଶୃଙ୍ଖଳା ସୃଷ୍ଟି କରିଥିବା ଅଭିଯୋଗରେ ସେବାୟତ ଦାମୋଦର ମହାସୁଆରଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଥିବା ସିଂହଦ୍ୱାର ଥାନା ଭାରପ୍ରାପ୍ତ ଅଧିକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos