କନ୍ଧମାଳ ଘଟଣାର ତଦନ୍ତ କରିବ ଏସ୍‌ଆଇଟି

ଭୁବନେଶ୍ୱର: କନ୍ଧମାଳ ମାଓବାଦୀ-ପୋଲିସ ଗୁଳି ବିନିମୟରେ ୫ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍‌ଆଇଟି)। ରାଜ୍ୟ ପୋଲିସର ମାନବିକ ଅଧିକାର ସୁରକ୍ଷା ସେଲ୍‌(ଏଚ୍‌ଆରପିସି) ଅଧୀନରେ ଏହି ଟିମ୍‌ କାର୍ଯ୍ୟ କରିବ। ତଦନ୍ତର ତଦାରଖ କରିବେ ଏଡିଜି ପାହ୍ୟାର ଜଣେ ଅଫିସର। କନ୍ଧମାଳ ଘଟଣାକୁ ନେଇ ଉଚ୍ଚସ୍ତରୀୟ ବୈଠକ ପରେ ଏହି ଘୋଷଣା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି,“କନ୍ଧମାଳ ଘଟଣା ଅତି ଦୁଭାର୍ଗ୍ୟଜନକ ବିଷୟ ହୋଇଥିବାରୁ ଆମ ସରକାର ଏହାକୁ […]

cm

cm

Rakesh Mallick
  • Published: Monday, 11 July 2016
  • Updated: 11 July 2016, 09:14 PM IST

Sports

Latest News

cm reviewଭୁବନେଶ୍ୱର: କନ୍ଧମାଳ ମାଓବାଦୀ-ପୋଲିସ ଗୁଳି ବିନିମୟରେ ୫ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍‌ଆଇଟି)। ରାଜ୍ୟ ପୋଲିସର ମାନବିକ ଅଧିକାର ସୁରକ୍ଷା ସେଲ୍‌(ଏଚ୍‌ଆରପିସି) ଅଧୀନରେ ଏହି ଟିମ୍‌ କାର୍ଯ୍ୟ କରିବ। ତଦନ୍ତର ତଦାରଖ କରିବେ ଏଡିଜି ପାହ୍ୟାର ଜଣେ ଅଫିସର।

କନ୍ଧମାଳ ଘଟଣାକୁ ନେଇ ଉଚ୍ଚସ୍ତରୀୟ ବୈଠକ ପରେ ଏହି ଘୋଷଣା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି,“କନ୍ଧମାଳ ଘଟଣା ଅତି ଦୁଭାର୍ଗ୍ୟଜନକ ବିଷୟ ହୋଇଥିବାରୁ ଆମ ସରକାର ଏହାକୁ ଗୁରୁତ୍ୱର ସହ ନେଇଛି। ମୋ ସରକାର ସବୁ ବେଳେ ଆଦିବାସୀ ହରିଜନ ଓ ଅନ୍ୟ ପଛୁଆ ବର୍ଗର ଲୋକଙ୍କ ପାଇଁ ଚିନ୍ତିତ। ଆଜି ମୁଁ ଏହି ଘଟଣାର ସମୀକ୍ଷା କରିଛି। ଏହି ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୋଲିସ ଡିଜି ଓ ଗୋଇନ୍ଦା ବିଭାଗ ମୁଖ୍ୟ ଉପସ୍ଥିତ ଥିଲେ। ଏଚ୍‌ଆରପିସିର ଅଧୀନରେ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ କାର୍ଯ୍ୟ କରିବ। ଏହି ତଦନ୍ତକୁ ତଦାରଖ କରିବେ ଏଡିଜି ପାହ୍ୟାର ଜଣେ ଅଫିସର। ଯେ କେହି ବି କର୍ତ୍ତବ୍ୟରେ ଖିଲାପ କରିଥିବା ପ୍ରମାଣିତ ହେଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମାଓ ଦମନ ଅଭିଯାନ ବେଳେ ଯେଭଳି ଆଗକୁ ଏଭଳି ଘଟଣା ନ ଘଟେ ଏବଂ ଏଥିପାଇଁ ଆବଶ୍ୟକ ପଦକ୍ଷେପ ନେଇ ବିସ୍ତୃତ ସମୀକ୍ଷା କରିବାକୁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛି।”

ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଏହି ଟିମ୍‌ ଗଠନ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ଅନ୍ୟପକ୍ଷରେ ସରକାରଙ୍କ ଏ ନିଷ୍ପତ୍ତି କେବଳ ଧୂଆଁବାଣ ବୋଲି କହିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି।

ବରିଷ୍ଠ ବିଜେପି ନେତା ପ୍ରତାପ ଷଡ଼ଙ୍ଗୀ କହିଛନ୍ତି,“କନ୍ଧମାଳ ଘଟଣାର ତଦନ୍ତ ପାଇଁ ସରକାରଙ୍କ ଏସ୍‌ଆଇଟି ଗଠନ ଘୋଷଣା ଏକ ଧୂଆଁବାଣ। କେବଳ ସମୟ ଗଡ଼ାଇବାକୁ ସରକାର ଏପରି କରିଛନ୍ତି।”

ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି,“ମୁଖ୍ୟମନ୍ତ୍ରୀଙ୍କ ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶକୁ ସମସ୍ତେ ଅଗ୍ରାହ୍ୟ କରିବେ। ଏଭଳି ଘଟଣାଗୁଡ଼ିକର ସ୍ୱାଧୀନ ତଦନ୍ତ କରିବା ପାଇଁ ସୁପ୍ରିମ୍‌କୋର୍ଟଙ୍କ ଗାଇଡ୍‌ଲାଇନ୍‌ ରହିଛି। କିନ୍ତୁ ରାଜ୍ୟ ପୋଲିସ୍‌ର ମାନବାଧିକାର ସୁରକ୍ଷା ସେଲ୍‌ ଅଧୀନରେ ଗଠିତ ଏସ୍‌ଆଇଟି ସ୍ୱାଧୀନ ଭାବେ କାର୍ଯ୍ୟ କରିପାରିବ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos