ସ୍ମାର୍ଟଫୋନ୍‌ରେ ସଂଗ୍ରହ ହେବ କ୍ରପ୍‌ କଟିଂ ରିପୋର୍ଟ

ଭୁବନେଶ୍ୱର: ସ୍ମାର୍ଟଫୋନ୍‌ରେ ସଂଗ୍ରହ ହେବ କ୍ରପ୍‌ କଟିଂ ରିପୋର୍ଟ। ଦୁଇ ମାସ ବଦଳରେ ୭ ଦିନ ଭିତରେ ସଂଗ୍ରହ ରିପୋର୍ଟକୁ ତର୍ଜମା କରାଯାଇ ନିଷ୍ପତ୍ତି ନିଆଯିବ। ଏହି ସୂଚନା ଦେଇଛନ୍ତି କୃଷି ବିଭାଗର ସଚିବ ମନୋଜ ଆହୁଜା ।

କୃଷି ବିଭାଗର ଅଧିକାରୀ, ଆରଆଇ ଓ ଭିଏଲ୍‌ଡବ୍ଲ୍ୟୁ ଗ୍ରାଉଣ୍ଡକୁ ଯାଇ ସ୍ମାର୍ଟଫୋନ ମାଧ୍ୟମରେ ଫଟୋ ଉଠାଇବେ। ‘ଏଗ୍ରି ଇନ୍‌ସ୍ୟୁରାନ୍ସ ଆପ୍‌’ ମାଧ୍ୟମରେ ଏହାକୁ କାର୍ଯ୍ୟକାରୀ କରାଯିବ। ଏନେଇ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗତକାଲି ବସିଥିବା ଏକ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏହାସହ ଜିଲ୍ଲାପାଳଙ୍କ ସହିତ କ୍ରପ କଟିଂ ନେଇ ଆଲୋଚନା ହୋଇଛି।