ବଜ୍ରପାତରେ ୩୦ ମୃତ, ୩୬ ଆହତ

ଭୁବନେଶ୍ୱର: ବଜ୍ରପାତରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୬ ଜଣ ଗୁରୁତର ଆହତ ହୋଇଛନ୍ତି। ଭଦ୍ରକ ଜିଲ୍ଲାରେ ୮ ଜଣ ପ୍ରାଣ ହରାଇ ଥିବା ବେଳେ  ବାଲେଶ୍ୱର ୭ ଓ ଖୋର୍ଦ୍ଧାରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୭ ଜଣଙ୍କ ମୃତ୍ୟୁ ଘଟି ଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଜିଲ୍ଲାର ବିଶଲପଟା ଗାଁରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା […]

dead

dead

Rakesh Mallick
  • Published: Saturday, 30 July 2016
  • Updated: 30 July 2016, 08:42 PM IST

Sports

Latest News

dead

ଭୁବନେଶ୍ୱର: ବଜ୍ରପାତରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୬ ଜଣ ଗୁରୁତର ଆହତ ହୋଇଛନ୍ତି। ଭଦ୍ରକ ଜିଲ୍ଲାରେ ୮ ଜଣ ପ୍ରାଣ ହରାଇ ଥିବା ବେଳେ  ବାଲେଶ୍ୱର ୭ ଓ ଖୋର୍ଦ୍ଧାରେ ୬ ଜଣଙ୍କ ମୃତ୍ୟୁ ଘଟିଛି।

ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୭ ଜଣଙ୍କ ମୃତ୍ୟୁ ଘଟି ଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଜିଲ୍ଲାର ବିଶଲପଟା ଗାଁରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଏମାନେ ଜମିରେ ଚାଷ କାମ କରୁଥିବା ବେଳେ ବଜ୍ରପାତ ହୋଇଥିଲା। ତିହିଡ଼ି ବ୍ଲକ ସୟା ପଞ୍ଚାୟତ ଅନ୍ତର୍ଗତ ବାଲିଚତିରି ଗାଁରେ ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ପାଣିଭଣ୍ଡାର ଗାଁରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କୁଶନନଗରରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ସେହିପରି ଜିଲ୍ଲାର ଧାମନଗରରେ ବଜ୍ରପାତରେ ଜଣେ ଗୁରୁତର ଆହତ ହୋଇଛନ୍ତି। ଚାନ୍ଦବାଲି ବ୍ଲକ୍‌ର ମଣିପୁରରେ ଜଣଙ୍କର ଓ ମତୋରେ ଜଣଙ୍କର ମୃତ୍ୟୁ ଘଟିଛି।

ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍‌ରେ ବଜ୍ରପାତରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ଦୁଇ ଜଣ ଆଙ୍ଗୁଳା ଗାଁର ହୋଇଥିବା ବେଳେ ଜଣେ ହେଉଛନ୍ତି ଜଗନ୍ନାଥପୁର ଗାଁର।

ଆଙ୍ଗୁଳା ଗାଁର ମୃତକ ଦ୍ୱୟ ହେଲେ ଅଜୟ ଜେନା (୨୬) ଓ ପଦ୍ମଲୋଚନ ଜେନା (୬୫)। ଅନ୍ୟ ମୃତକ ଜଣଙ୍କ ହେଲେ ଗଜେନ୍ଦ୍ର ପାତ୍ର (୫୬)। ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ ଏମାନେ ସମସ୍ତେ ବିଲରେ କାମ କରୁଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ। ସେହିପରି ବଜ୍ରପାତରେ ବସ୍ତା ଅଞ୍ଚଳରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ଗୌରୀ ପାତ୍ର। ତାଙ୍କୁ ସୋର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ବାଲେଶ୍ୱର ଜିଲ୍ଲାର ଜଳେଶ୍ୱରର ବ୍ଲକରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି। ବ୍ଲକର ପାଇକସିଦାର ଗାଁରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ନମକନାରେ ଦୁଇ ଓ ଚୁରମରାରେ ଜଣଙ୍କ ମୃତ୍ୟୁ ଘଟିଛି। ନୀଳଗିରିରେ ଜଣେ ଆହତ ହୋଇଛନ୍ତି।

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଦାନ୍ତିଆରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଘଷିପୁରା ବ୍ଲକର ଅଙ୍ଗାରୁଆରେ ୫ ଜଣ ଆହତ ହୋଇଛନ୍ତି।

ଖୋର୍ଦ୍ଧା ଜିଲ୍ଲା ମେଣ୍ଢାଶାଳ ନିକଟ ଜାମୁଝରି ପାଖରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଜିଲ୍ଲାର ସୁନ୍ଦରପୁରରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବାଲିପାଟପୁରରେ ୮ ଜଣ ଆହତ ହୋଇଛନ୍ତି।

ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଷଠିଲୋ ଗାଁରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍‌ କୁମ୍ଭାରପଡ଼ାରେ ଜଣଙ୍କ ମୃତ୍ୟୁ ଘଟିଛି।

ମୟୂରଭଞ୍ଜ ଜିଲ୍ଲାର ଦିଗିଧର ଗାଁରେ ଜଣେ ବାଳିକାର ବଜ୍ରପାତରେ ମୃତ୍ୟୁ ଘଟିଥିବା ବେଳେ ନୟାଗଡ଼ର ହରିହରପୁରରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି ଓ ଜଣେ ଆହତ ହୋଇଛନ୍ତି। ନୟାଗଡ଼ର ରଣପୁର ଥାନା ବାଲିଆ ଗାଁରେ ମଧ୍ୟ ଜଣଙ୍କର ମୃତ୍ୟୁ ଘଟିଛି।

ଯାଜପୁର ଜିଲ୍ଲାର ପାଣିକୋଇଲି ସ୍ଥିତ ସୋତିରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଛି। ଜିଲ୍ଲାର ଧର୍ମଶାଳା ବ୍ଲକର କମ୍ପାରୁ ଗାଁରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସୁକିନ୍ଦାର ମଙ୍ଗଳପୁରରେ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଅଞ୍ଚଳରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଛି।

ବଜ୍ରପାତରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମବେଦନା ଜଣାଇବା ସହିତ ତୁରନ୍ତ ସେମାନଙ୍କୁ ଅନୁକମ୍ପାମୂଳକ ସହାୟତା ଯୋଗାଇ ଦେବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story