ସୋରରେ ଆଜି ଲାଗିବନି କର୍ଫ୍ୟୁ

ସୋର: ବାଲେଶ୍ୱର ଜିଲ୍ଲା ସୋରରେ ଆଜି ଆଉ କର୍ଫ୍ୟୁ ଲାଗିବନି। ତେବେ ୧୪୪ ଧାରା ବଳବତ୍ତର ରହିବ। କର୍ଫ୍ୟୁ କୋହଳ ନେଇ ଆଜି ପ୍ରଶାସନିକ ବୈଠକରେ ନିଷ୍ପତ୍ତି ହୋଇଛି। ଏସ୍‌ଡିପିଓ ଅମରେଶ ପଣ୍ଡା କହିଛନ୍ତି,“ଆଜି ସକାଳ ୮ଟାରୁ ୨ଟା ପର୍ଯ୍ୟନ୍ତ ୧୪୪ ଧାରାକୁ କୋହଳ କରାଯାଇଥିଲା। ପରେ ଏହାକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଅପରାହ୍ନ ୪ଟାରୁ ୧୪୪ ଧାରାକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଆସନ୍ତାକାଲି ୧୪୪ ଧାରାକୁ ଅଧିକ ସମୟ ଧରି କୋହଳ […]

soro

soro

Rakesh Mallick
  • Published: Wednesday, 14 September 2016
  • Updated: 14 September 2016, 03:41 PM IST

Sports

Latest News

soroସୋର: ବାଲେଶ୍ୱର ଜିଲ୍ଲା ସୋରରେ ଆଜି ଆଉ କର୍ଫ୍ୟୁ ଲାଗିବନି। ତେବେ ୧୪୪ ଧାରା ବଳବତ୍ତର ରହିବ। କର୍ଫ୍ୟୁ କୋହଳ ନେଇ ଆଜି ପ୍ରଶାସନିକ ବୈଠକରେ ନିଷ୍ପତ୍ତି ହୋଇଛି।

ଏସ୍‌ଡିପିଓ ଅମରେଶ ପଣ୍ଡା କହିଛନ୍ତି,“ଆଜି ସକାଳ ୮ଟାରୁ ୨ଟା ପର୍ଯ୍ୟନ୍ତ ୧୪୪ ଧାରାକୁ କୋହଳ କରାଯାଇଥିଲା। ପରେ ଏହାକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଅପରାହ୍ନ ୪ଟାରୁ ୧୪୪ ଧାରାକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଆସନ୍ତାକାଲି ୧୪୪ ଧାରାକୁ ଅଧିକ ସମୟ ଧରି କୋହଳ କରାଯିବ। ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୧୪୪ ଧାରାକୁ କୋହଳ କରାଯିବ।”

ସେ କହିଛନ୍ତି,“ସୋରରେ ବର୍ତ୍ତମାନ ସ୍ଥିତି ଶାନ୍ତ ରହିଛି। ଦୋକାନ ବଜାର ଖୋଲା ରହିଛି। ଲୋକେ ଶୃଙ୍ଖଳିତ ଭାବେ ଯାତାୟତ ତଥା କିଣାକିଣି କରୁଛନ୍ତି। ଏବେବି ସହରରେ ଦୁଇ ସଂପ୍ରଦାୟ ମଧ୍ୟରେ ଭାଇଚାରା ରହିଛି। ଦୁଇ ତିନି ଜଣ ଦୁର୍ବୃତ୍ତ ସହରରେ ଅଶାନ୍ତି ସୃଷ୍ଟି କରୁଛନ୍ତି। ସେମାନଙ୍କୁ ଚିହ୍ନଟ କରା ସରିଛି। ଖୁବ୍‌ଶୀଘ୍ର ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ଗତ ୯ ତାରିଖ ରାତିରେ ଗଣେଶ ମେଢ଼ ଭସାଣକୁ ନେଇ ଗୋଷ୍ଠୀ ସଂଘର୍ଷ ଓ ପରବର୍ତ୍ତୀ ହିଂସା ଘଟଣା ପରେ ସୋମବାର ସୋରରେ କର୍ଫ୍ୟୁ ଜାରି କରାଯାଇଥିଲା। ଗତକାଲି ସନ୍ଧ୍ୟା ୬ଟାରୁ ଆଜି ସକାଳ ୬ଟା ଯାଏଁ କର୍ଫ୍ୟୁ ବଳବତ୍ତର ରଖାଯାଇଥିଲା।  ଆଜି ସକାଳ ୬ଟାରୁ ୮ଟା ଯାଏଁ ୧୪୪ ଧାରା ଲାଗୁ କରାଯାଇଥିଲା। ୮ଟାରୁ ୨ଟା ଯାଏଁ ୧୪୪ ଧାରା କୋହଳ କରାଯାଇଥିଲା। ପରେ ଏହାକୁ ୪ ଟା ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଗତକାଲି ଶାନ୍ତି କମିଟି ନିଷ୍ପତ୍ତି ଅନୁସାରେ ଆଜି ସକାଳ ୯ଟାରୁ ୧୧ ମଧ୍ୟରେ ମେଢ଼ ବସର୍ଜନ କରାଯାଇଛି। କୌଣସି ଶୋଭାଯାତ୍ରା କିମ୍ୱା ବ୍ୟାଣ୍ଡପାର୍ଟି  ବିନା ଠାକୁରଙ୍କୁ ବିସର୍ଜନ କରାଯାଇଛି। ଗୋଷ୍ଠୀ ସଂଘର୍ଷ ପରେ ୬ଟି ଗଣେଶ ମେଢ଼ ବିସର୍ଜନ ହୋଇ ପାରି ନ ଥିଲା।

ଗଣେଶ ମେଢ଼ ଭସାଣକୁ ନେଇ ଗୋଷ୍ଠୀ ସଂଘର୍ଷ ଓ ପରବର୍ତ୍ତୀ ହିଂସା ଘଟଣାରେ ପୋଲିସ୍‌ ଏଯାଏଁ ୧୫ ଜଣଙ୍କୁ ଗିରଫ କରିଛି। ୬ଟି ମାମଲାରେ ଶହେରୁ  ଅଧିକ ଲୋକଙ୍କ ବିରୋଧରେ ଥାନାରେ ମାମଲା ଦାଏର ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos