ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ: ବିଜେଡି କହିଲା ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ

ଭୁବନେଶ୍ୱର: ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗରେ ନୀତି ଆୟୋଗ ଉପାଧ୍ୟକ୍ଷ ଦେଇଥିବା ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ ବୋଲି କହିଛି ବିଜେଡି। ଦଳର ମୁଖପାତ୍ର ପ୍ରତାପ ଜେନା କହିଛନ୍ତି,  ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଲାଗି ଆବଶ୍ୟକ ସମସ୍ତ ସର୍ତ୍ତକୁ ଓଡ଼ିଶା ପୂରଣ କରିଛି। କେବଳ ଗୋଟିଏ ସର୍ତ୍ତକୁ ନେଇ ଅସୁବିଧା ରହିଛି। ତାହା ହେଉଛି ଅନ୍ତର୍ଜାତୀୟ ସୀମା।  ଯେହେତୁ ଓଡ଼ିଶା ସମୁଦ୍ର କୂଳରେ ଅବସ୍ଥିତ, ତେଣୁ ସେହି ମାନଦଣ୍ଡକୁ ବି ଆମେ ପୂରଣ କରିବୁ। ବର୍ତ୍ତମାନ […]

pratap jena

pratap jena

Rakesh Mallick
  • Published: Sunday, 10 January 2016
  • Updated: 10 January 2016, 08:57 AM IST

pratap jenaଭୁବନେଶ୍ୱର: ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗରେ ନୀତି ଆୟୋଗ ଉପାଧ୍ୟକ୍ଷ ଦେଇଥିବା ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ ବୋଲି କହିଛି ବିଜେଡି। ଦଳର ମୁଖପାତ୍ର ପ୍ରତାପ ଜେନା କହିଛନ୍ତି,  ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଲାଗି ଆବଶ୍ୟକ ସମସ୍ତ ସର୍ତ୍ତକୁ ଓଡ଼ିଶା ପୂରଣ କରିଛି। କେବଳ ଗୋଟିଏ ସର୍ତ୍ତକୁ ନେଇ ଅସୁବିଧା ରହିଛି। ତାହା ହେଉଛି ଅନ୍ତର୍ଜାତୀୟ ସୀମା।  ଯେହେତୁ ଓଡ଼ିଶା ସମୁଦ୍ର କୂଳରେ ଅବସ୍ଥିତ, ତେଣୁ ସେହି ମାନଦଣ୍ଡକୁ ବି ଆମେ ପୂରଣ କରିବୁ। ବର୍ତ୍ତମାନ ସୁଦ୍ଧା ଯେଉଁ ସବୁ ମାନଦଣ୍ଡ ଆଧାରରେ ଦେଶର କିଛି ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ଦିଆଯାଇଛି, ସେହି ସବୁ ମାନଦଣ୍ଡଗୁଡ଼ିକୁ ଓଡ଼ିଶା ପୂରଣ କରୁଛି। ସେହି ଦୃଷ୍ଟିରୁ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦିଆଯିବା ଉଚିତ୍। କିନ୍ତୁ ନୀତି ଆୟୋଗ ଉପାଧ୍ୟକ୍ଷ ଅରବିନ୍ଦ ପାନାଗରିୟା କହିଛନ୍ତି ଯେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାର ପ୍ରାସଙ୍ଗିକତା ନାହିଁ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଦୀର୍ଘ ଦିନ ଧରି ବିଜେଡି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି କରି ଆସୁଛନ୍ତି। ଆଗକୁ ବି ଏହି ଦାବି ଜାରି ରହିବ। ଏହି ଦାବି ହାସଲ କରିବା ପାଇଁ ଯେକୌଣସି ପ୍ରକାର ଆନ୍ଦୋଳନ କରିବାକୁ ବିଜେଡି ପ୍ରସ୍ତୁତ ଅଛି।

ସେ କହିଛନ୍ତି, ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ପାଇଁ ଉପା ସରକାର ସମୟରେ ମଧ୍ୟ ଦାବି କରାଯାଇଥିଲା। ଉପା ସରକାର ଏହାକୁ ଅଗ୍ରାହ୍ୟ କରି ଦେଇଥିଲେ। ଆମ ଦାବି ପ୍ରତି ଦୃଷ୍ଟି ଦେଇ ନ ଥିଲେ। ତେଣୁ ତାଙ୍କର (କଂଗ୍ରେସର) ଅବସ୍ଥା ଓଡ଼ିଶାରେ କ’ଣ ହେଲା, ତାହା ସମସ୍ତେ ଜାଣିଛନ୍ତି। ଏବେ କେନ୍ଦ୍ରରେ ଏନଡିଏ ସରକାର ଅଛନ୍ତି। ସେ ବି ଆମର ଦାବି ପ୍ରତି ଯତ୍ନବାନ ହେଉ ନାହାନ୍ତି। ଆଗାମୀ ଦିନରେ ସେମାନଙ୍କର (ବିଜେପିର) ଅବସ୍ଥା ବି ସେହିପରି ହେବ।

ଅନ୍ୟପକ୍ଷରେ ବିଜେଡିର ଏଭଳି ଆଭିମୁଖ୍ୟକୁ ସମାଲୋଚନା କରିଛି ବିଜେପି। ବିଜେପି ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, ନୀତି ଆୟୋଗର ଗଠନ ହେବା ପରେ ଆଉ କୌଣସି ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦେବାର ଆବଶ୍ୟକତା ନାହିଁ ବୋଲି ନୀତି ନିର୍ଦ୍ଧାରଣ ହୋଇଛି।  ନୀତି ଆୟୋଗ ଗଠନ ହେବା ପରେ ପ୍ରତ୍ୟେକ ରାଜ୍ୟକୁ ଅଧିକ ଅର୍ଥ ଯାଉଛି। ତେଣୁ ସେହି ଆଧାରରେ ହିଁ ନୀତି ଆୟୋଗ ଉପାଧ୍ୟକ୍ଷ ଅରବିନ୍ଦ ପାନାଗରିୟା ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବାର ପ୍ରାସଙ୍ଗିକତା ନାହିଁ ବୋଲି କହିଛନ୍ତି।

ସେ କହିଛନ୍ତି, ଯଦି ବିଜେଡି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗକୁ ନେଇ ରାଜନୀତି କରୁଛି। ଶାସକ ଦଳ ଏହି ପ୍ରସଙ୍ଗକୁ ରାଜନୀତିକରଣ କରି ଆନ୍ଦୋଳନ କରିବାକୁ ଚାହିଁଲେ, ତାଙ୍କୁ କେହି ଅଟକାଇ ପାରିବେ ନାହିଁ। କିନ୍ତୁ ଏହା ଏକ ପଲିଟିକାଲ୍ ଡ୍ରାମା।

ଗତକାଲି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଫେରିବା ପରେ ନୀତି ଆୟୋଗର ଉପାଧ୍ୟକ୍ଷ ଡକ୍ଟର ଅରବିନ୍ଦ ପାନାଗରିୟା କହିଥିଲେ ଯେ ଅର୍ଥ କମିଶନଙ୍କ ଦ୍ୱାରା ନୂତନ ପଦ୍ଧତିରେ ରାଜ୍ୟଗୁଡିକୁ କେନ୍ଦ୍ରୀୟ ଅନୁଦାନ ଆବଣ୍ଟନ କରୁଛନ୍ତି। ବର୍ତ୍ତମାନ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିର ଆଉ ପ୍ରାସଙ୍ଗିକତା ନାହିଁ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos