ସ୍ପୋର୍ଟସ୍‌ ହଷ୍ଟେଲ ଫେରିବେନି ବୋଲି ସିଡବ୍ଲ୍ୟୁସିକୁ ଜଣାଇଲେ ବୁଦ୍ଧିଆ ସିଂ

ଭୁବନେଶ୍ୱର: ୱାଣ୍ଡର ବୟ ବୁଦ୍ଧିଆ ସିଂ ଆଉ ସ୍ପୋର୍ଟସ ହଷ୍ଟେଲକୁ ଫେରିବେ ନାହିଁ। ଗତକାଲି ତାଙ୍କ ମାଆ ଇଙ୍ଗିତ କରିଥିବା ବେଳେ ଆଜି ନିଜେ ବୁଦ୍ଧିଆ ଏ ନେଇ ବିଧିବଦ୍ଧ ଭାବେ ଶିଶୁ କଲ୍ୟାଣ ସମିତି (ସିଡବ୍ଲ୍ୟୁସି)କୁ ଲିଖିତ ଭାବେ ଜଣାଇଛନ୍ତି। ଗତକାଲି ବୁଦ୍ଧିଆ ଅଭିଯୋଗ କରିଥିଲେ, “ଭୁବନେଶ୍ୱର ସ୍ପୋର୍ଟସ୍‌ ହଷ୍ଟେଲରେ ମୋତେ କିଛି ସୁଯୋଗ ମିଳୁନାହିଁ। ସେଠାରେ ରହିବା ଅପେକ୍ଷା ଘରେ ରହିବା ଭଲ। ସେଠାରେ କିଛି ସ୍ୱଧୀନତା ନାହିଁ, ଆଗକୁ ବଢିବାର ସୁଯୋଗ ମିଳୁନାହିଁ। […]

budhia

budhia

Rakesh Mallick
  • Published: Friday, 29 July 2016
  • Updated: 29 July 2016, 08:22 PM IST

Sports

Latest News

budhiaଭୁବନେଶ୍ୱର: ୱାଣ୍ଡର ବୟ ବୁଦ୍ଧିଆ ସିଂ ଆଉ ସ୍ପୋର୍ଟସ ହଷ୍ଟେଲକୁ ଫେରିବେ ନାହିଁ। ଗତକାଲି ତାଙ୍କ ମାଆ ଇଙ୍ଗିତ କରିଥିବା ବେଳେ ଆଜି ନିଜେ ବୁଦ୍ଧିଆ ଏ ନେଇ ବିଧିବଦ୍ଧ ଭାବେ ଶିଶୁ କଲ୍ୟାଣ ସମିତି (ସିଡବ୍ଲ୍ୟୁସି)କୁ ଲିଖିତ ଭାବେ ଜଣାଇଛନ୍ତି।

ଗତକାଲି ବୁଦ୍ଧିଆ ଅଭିଯୋଗ କରିଥିଲେ, “ଭୁବନେଶ୍ୱର ସ୍ପୋର୍ଟସ୍‌ ହଷ୍ଟେଲରେ ମୋତେ କିଛି ସୁଯୋଗ ମିଳୁନାହିଁ। ସେଠାରେ ରହିବା ଅପେକ୍ଷା ଘରେ ରହିବା ଭଲ। ସେଠାରେ କିଛି ସ୍ୱଧୀନତା ନାହିଁ, ଆଗକୁ ବଢିବାର ସୁଯୋଗ ମିଳୁନାହିଁ। ଅନ୍ୟ ପିଲା ଯେମିତି ହଷ୍ଟେଲ ଛାଡୁଛନ୍ତି ମୁଁ ବି ଛାଡିଛି। ବାହାରେ ମୋତେ ଭଲ କୋଚ ମିଳିଲେ ମୁଁ ଆଗାମୀ ଦିନରେ କିଛି ହୋଇ ପାରିବି।”

ଅନ୍ୟପକ୍ଷରେ ଆଜି ବୁଦ୍ଧିଆଙ୍କୁ କମିଶନରେଟ୍‌ ପୋଲିସ ଜେଏମ୍‌ଏଫ୍‌ସିଙ୍କ କୋର୍ଟରେ ହାଜର କରିଥିଲା। ସେଠାରେ ୧୬୪ ଧାରାରେ ବୁଦ୍ଧିଆଙ୍କ ବୟାନ ରେକର୍ଡ କରାଯାଇଛି। ଗତକାଲି ୧୬୧ ଧାରାରେ ପୋଲିସ ବୁଦ୍ଧିଆ ଓ ତାଙ୍କ ମାଆ ସୁକାନ୍ତିଙ୍କ ବୟାନ ରେକର୍ଡ କରିଥିଲା। ସିଡବ୍ଲ୍ୟୁସି ସଦସ୍ୟମାନେ ମଧ୍ୟ ବୁଦ୍ଧିଆଙ୍କ ସାଲିଆସାହି ସ୍ଥିତ ତାଙ୍କ ଘରକୁ ଯାଇ ପଚରାଉଚରା କରିଥିଲା।

ଖରା ଛୁଟିରେ ବୁଦ୍ଧିଆ ସ୍ପୋର୍ଟସ ହଷ୍ଟେଲରୁ ଘରକୁ ଫେରିବା ପରେ ମାଆଙ୍କ ସହ ଯେଉଁଆଡେ ଚାଲି ଯାଇଥିଲେ। ଏପରିକି ତାଙ୍କ ପରିବାର ଲୋକେ ଓ ସମ୍ପର୍କୀୟ ମଧ୍ୟ ସେମାନଙ୍କ ବିଷୟରେ ସଠିକ୍‌ ସୂଚନା ଦେଇପାରି ନ ଥିଲେ। ବୁଦ୍ଧିଆ ନିଖୋଜ ହୋଇ ଯାଇଥିବା ଖବର କେବଳ ଓଡ଼ିଶା ନୁହେଁ ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

ଗତକାଲି ରାତିରେ ବୁଦ୍ଧିଆ ତାଙ୍କ ମା’ଙ୍କ ସହିତ ମୁମ୍ବାଇରୁ ବିମାନ ଯୋଗେ ଭୁବନେଶ୍ୱର ଫେରିଥିଲେ। ଦୀର୍ଘଦିନ ଧରି ତାଙ୍କ ଅନୁପସ୍ଥିତିକୁ ନେଇ ଦେଖା ଦେଇଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଥିଲା। ଫେରିବା ପରେ ବୁଦ୍ଧିଆ କହିଥିଲେ, “ମୋତେ କେହି ଅପହରଣ କରି ନ ଥିଲେ। ମା’ଙ୍କ ସହ ମୁଁ ତାମିଲନାଡୁର କୋଡ଼ାଇକେନାଲକୁ ବୁଲିବାକୁ ଯାଇଥିଲି।”

ବୁଦ୍ଧିଆ ଓ ତାଙ୍କ ମାଆଙ୍କୁ ‘ବୁଦ୍ଧିଆ ସିଂ: ବର୍ଣ୍ଣ ଟୁ ରନ୍‌’ ଫିଲ୍ମ ପ୍ରଯୋଜନା ସଂସ୍ଥା ବୁଲାଇବାକୁ ନେଇଥିବା ସ୍ପଷ୍ଟ ହୋଇ ସାରିଛି। ତେବେ ସଂସ୍ଥା କାହିଁକି ଏ ବିଷୟରେ ସ୍ପଷ୍ଟ କଲେ ନାହିଁ କାହିଁକି ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି।

ଗତ ଜୁନ୍ ୨୭ ତାରିଖରେ ବୁଦ୍ଧିଆ ଓ ତାଙ୍କ ମା’ ଇଣ୍ଡିଗୋ ବିମାନରେ ମୁମ୍ବାଇ ଅଭିମୁଖେ ଯାଇଥିବା ନେଇ ‘ଓଟିଭି’ ତଥ୍ୟ ପ୍ରସାରଣ କରିଥିଲା। ପରେ କମିଶନରେଟ୍ ପୋଲିସ୍ ସ୍ପଷ୍ଟ କରିଥିଲା ଯେ ବୁଦ୍ଧିଆ କୋଡ଼ାଇକେନାଲକୁ ବୁଲିବାକୁ ଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story