ଶ୍ରାବଣୀ ପାଇଲେ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର: ଜଣାଶୁଣା ଆଥ୍‌ଲେଟ୍ ତଥା ଅଲିମ୍ପିଆନ୍ ଶ୍ରାବଣୀ ନନ୍ଦ ପାଇଲେ ୨୦୧୬ର ସମ୍ମାନଜନକ ଏକଲବ୍ୟ ପୁରସ୍କାର। ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ଏକ ଉତ୍ସବରେ ତାଙ୍କୁ ଏହି ପୁରସ୍କାର ବାବଦନକୁ ୫ ଲକ୍ଷ ଟଙ୍କା ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି। ଏହି ଉତ୍ସବରେ ପ୍ରସିଦ୍ଧ ଆଥ୍‌ଲେଟ୍ ତଥା ଫ୍ଲାଇଂ ଶିଖ୍ ଭାବେ ଜଣାଶୁଣା ମିଲ୍‌ଖା ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରାବଣୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଶ୍ରାବଣୀଙ୍କ ବ୍ୟତୀତ ଅନ୍ତର୍ଜାତୀୟ ସ୍ତରର ଓଡ଼ିଆ ହକି ଖେଳାଳି […]

imfa1

imfa1

Rakesh Mallick
  • Published: Wednesday, 02 November 2016
  • Updated: 02 November 2016, 09:19 PM IST

Sports

Latest News

imfa1ଭୁବନେଶ୍ୱର: ଜଣାଶୁଣା ଆଥ୍‌ଲେଟ୍ ତଥା ଅଲିମ୍ପିଆନ୍ ଶ୍ରାବଣୀ ନନ୍ଦ ପାଇଲେ ୨୦୧୬ର ସମ୍ମାନଜନକ ଏକଲବ୍ୟ ପୁରସ୍କାର। ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ଏକ ଉତ୍ସବରେ ତାଙ୍କୁ ଏହି ପୁରସ୍କାର ବାବଦନକୁ ୫ ଲକ୍ଷ ଟଙ୍କା ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି। ଏହି ଉତ୍ସବରେ ପ୍ରସିଦ୍ଧ ଆଥ୍‌ଲେଟ୍ ତଥା ଫ୍ଲାଇଂ ଶିଖ୍ ଭାବେ ଜଣାଶୁଣା ମିଲ୍‌ଖା ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରାବଣୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

ଶ୍ରାବଣୀଙ୍କ ବ୍ୟତୀତ ଅନ୍ତର୍ଜାତୀୟ ସ୍ତରର ଓଡ଼ିଆ ହକି ଖେଳାଳି ଦୀପଗ୍ରେସ୍ ଏକ୍କା ଓ ଦୀପ୍‌ସାନ୍‌ ତିର୍କିଙ୍କୁ ମଧ୍ୟ ଏହି ଅବସରରେ ପୁରସ୍କୃତ କରାଯାଇଛି। ପୁରସ୍କାର ବାବଦରେ ଉଭୟଙ୍କୁ ପ୍ରଶଂସାପତ୍ର ସହିତ ୫୦,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି।

ଚଳିତ ବର୍ଷ ଏକଲବ୍ୟ ପୁରସ୍କାର ପାଇଥିବା ଦୌଡ଼ରାଣୀ ଶ୍ରାବଣୀ ନନ୍ଦ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିବାରେ ସଫଳ ହୋଇଛନ୍ତି। ୨୦୧୫ରେ ଉନବିଂଶ ଫେଡେରସନ୍ କପ୍‌ରେ ତାଙ୍କୁ ଶ୍ରେଷ୍ଠ ମହିଳା ଆଥ୍‌ଲେଟ୍ ଭାବେ ଘୋଷଣା କରାଯାଇଥିଲା। ସେହିପରି ୨୦୧୬ରେ ଦ୍ୱାଦଶ ସାଉଥ୍ ଏସିଆନ୍ ଗେମ୍ସରେ ୨୦୦ ମିଟର ଦୌଡ଼ରେ ସେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ୧୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ହାସଲ କରିଥିଲେ। ତା’ଛଡ଼ା ନିକଟରେ ଅନୁଷ୍ଠିତ ରିଓ ଅଲିମ୍ପିକ୍‌ରେ ସେ ୨୦୦ ମିଟର ଦୌଡ଼ରେ ଭାଗ ନେଇଥିଲେ।

ଆଜି ଉତ୍ସବରେ କେନ୍ଦ୍ରାପଡ଼ା ସାଂସଦ ତଥା ଇମ୍ପାକ୍ଟର ଟ୍ରଷ୍ଟି ବୈଜୟନ୍ତ ପଣ୍ଡାଙ୍କ ସମେତ ବହୁ କ୍ରୀଡ଼ାବିତ୍ ଓ ବିଭିନ୍ନ କ୍ଷେତ୍ରର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ରାଜ୍ୟରେ କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଇଣ୍ଡିଆନ୍ ମେଟାଲ୍ସ ପବ୍ଲିକ ଚାରିଟେବୁଲ୍ ଟ୍ରଷ୍ଟ୍ (ଇମ୍ପାକ୍ଟ) ପକ୍ଷରୁ ୧୯୯୩ ମସିହାରେ ଏକଲବ୍ୟ ପୁରସ୍କାର ଆରମ୍ଭ କରାଯାଇଥିଲା। ୧୯୯୩ ମସିହାରେ ପ୍ରଥମ କ୍ରୀଡ଼ାବିତ୍ ଭାବେ ଏକଲବ୍ୟ ପୁରସ୍କାର ପାଇଥିଲେ ଆଥ୍‌ଲେଟ୍ ରଚିତା ପଣ୍ଡା ମିସ୍ତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story