୫ ଆଦିବାସୀଙ୍କ ମୃତ୍ୟୁର ତଦନ୍ତ ପାଇଁ କନ୍ଧମାଳରେ ଜାତୀୟ ଜନଜାତି କମିଶନ୍ ଅଧ୍ୟକ୍ଷ

ଭୁବନେଶ୍ୱର: କନ୍ଧମାଳ ଘଟଣାର ସରଜମିନ ତଦନ୍ତ ପାଇଁ ଆଜି ସେଠାକୁ ଯାଇଛନ୍ତି ଜାତୀୟ ଅନୁସୂଚିତ ଜନଜାତି କମିଶନ ଅଧ୍ୟକ୍ଷ ଡକ୍ଟର ରାମେଶ୍ୱର ଓରାଓଁ। ସେ ଆଜି ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ କନ୍ଧମାଳ ଯାଇଛନ୍ତି। ତାଙ୍କ ସହିତ କମିଶନ୍‌ର ସଚିବ ଅନୀଲ ଅଗ୍ରୱାଲ ଓ ନିର୍ଦ୍ଦେଶକ ଆର୍‌.କେ ଦୁବେ ମଧ୍ୟ ଯାଇଛନ୍ତି। କେଉଁ ପରିସ୍ଥିତିରେ ୫ ଆଦିବାସୀ ପ୍ରାଣ ହରାଇଲେ ସେ ନେଇ ସମସ୍ତ ଦିଗ ଉପରେ ଯାଞ୍ଚ କରିବେ ଓରାଓଁ। ସେ ମୃତକଙ୍କ […]

stcommision

stcommision

Rakesh Mallick
  • Published: Tuesday, 12 July 2016
  • Updated: 12 July 2016, 09:36 PM IST

stcommisionଭୁବନେଶ୍ୱର: କନ୍ଧମାଳ ଘଟଣାର ସରଜମିନ ତଦନ୍ତ ପାଇଁ ଆଜି ସେଠାକୁ ଯାଇଛନ୍ତି ଜାତୀୟ ଅନୁସୂଚିତ ଜନଜାତି କମିଶନ ଅଧ୍ୟକ୍ଷ ଡକ୍ଟର ରାମେଶ୍ୱର ଓରାଓଁ। ସେ ଆଜି ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ କନ୍ଧମାଳ ଯାଇଛନ୍ତି। ତାଙ୍କ ସହିତ କମିଶନ୍‌ର ସଚିବ ଅନୀଲ ଅଗ୍ରୱାଲ ଓ ନିର୍ଦ୍ଦେଶକ ଆର୍‌.କେ ଦୁବେ ମଧ୍ୟ ଯାଇଛନ୍ତି। କେଉଁ ପରିସ୍ଥିତିରେ ୫ ଆଦିବାସୀ ପ୍ରାଣ ହରାଇଲେ ସେ ନେଇ ସମସ୍ତ ଦିଗ ଉପରେ ଯାଞ୍ଚ କରିବେ ଓରାଓଁ। ସେ ମୃତକଙ୍କ ପରିବାରର ସଦସ୍ୟମାନଙ୍କୁ ଭେଟି ଆଲୋଚନା କରିବେ।

ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ଓରାଓଁ କହିଥିଲେ,“କେଉଁ ପରିସ୍ଥିତିରେ କନ୍ଧମାଳରେ ଆଦିବାସୀମାନଙ୍କର ମୃତ୍ୟୁ ଘଟିଲା ଆମେ ତା’ର ତଦନ୍ତ କରିବୁ। ଏଭଳି ସ୍ଥିତିକୁ ଏଡ଼ାଇ ଦିଆଯାଇପାରି ଥାଆନ୍ତା କି? ମାଓବାଦୀଙ୍କ ସଂପର୍କରେ ପୋଲିସ୍ ପାଖରେ କେଉଁ ପ୍ରକାରର ସୂଚନା ଥିଲା? କାହିଁକି ଏଭଳି ଘଟଣା ଘଟିଲା? କମିଶନ୍ ଏ ସବୁ ଦିଗକୁ ଅନୁଧ୍ୟାନ କରିବେ।”

ଆସନ୍ତାକାଲି ଓରାଓଁ ପୋଲିସ୍ ଡିଜି, ଗୃହ ସଚିବଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି।

ଅନ୍ୟପକ୍ଷରେ ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ସୁନୀଲ ରାୟ ଓ ଆଇଜି ଅପରେସନ୍ ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି କନ୍ଧମାଳ ଯାଇ ଘଟଣା ସଂପର୍କରେ ଅନୁଧ୍ୟାନ କରିଥିଲେ। ଦକ୍ଷିଣାଞ୍ଚଳ ଆଇଜି, କନ୍ଧମାଳ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସହିତ ସେମାନେ ଘଟଣା ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ପରେ ଗୁଇନ୍ଦା ନିର୍ଦ୍ଦେଶକ ଓ ଆଇଜି ଅପରେସନ୍‌ଙ୍କ ସମେତ ଦକ୍ଷିଣାଞ୍ଚଳ ଆଇଜି, ଜିଲ୍ଲାପାଳ ଓ ଏସ୍‌ପି ମିଳିତ ଭାବେ ବାଲିଗୁଡ଼ା ଥାନାକୁ ଯାଇ ସେଠାରେ ପ୍ରାୟ ଅଧ ଘଣ୍ଟାଏ ସମୀକ୍ଷା କରିଥିଲେ।

କନ୍ଧମାଳ ଘଟଣାର ତଦନ୍ତ ଏସ୍‌ଆଇଟି କରିବ ବୋଲି ଗତକାଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଆଜି ଡିଜିପି କେ.ବି ସିଂହ କହିଛନ୍ତି ଯେ ଏନେଇ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ଓ ତା’ପରେ ତଦନ୍ତ ଆରମ୍ଭ କରାଯିବ। ରାଜ୍ୟ ପୋଲିସ୍‌ର ମାନବାଧିକାର ସୁରକ୍ଷା ସେଲ୍‌ (ଏଚ୍‌ଆର୍‌ପିସି) ଅଧୀନରେ ଏହି ଏସ୍‌ଆଇଟି ଗଠନ କରାଯାଇଛି। ଏଡିଜି ମହେନ୍ଦ୍ର ପ୍ରତାପଙ୍କ ତତ୍ତ୍ୱାବଧାନରେ ଘଟଣାର ତଦନ୍ତ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story