କହିଁ ଖୁସି କହିଁ ଗମ୍; ପୂଜାରେ ସବୁ କର୍ମଚାରୀଙ୍କୁ ବର୍ଦ୍ଧିତ ଦରମା ଦେଇପାରିଲେନି ରାଜ୍ୟ ସରକାର

ଭୁବନେଶ୍ୱର: କର୍ମଚାରୀ ଓ ପେନସନ୍‌ ଭୋଗୀ ନିରାଶ। ପୂଜାରେ ସବୁ କର୍ମଚାରୀ ଓ ପେନ୍‌ସନ୍‌ ଭୋଗୀଙ୍କୁ ବର୍ଦ୍ଧିତ ଦରମା ଏବଂ ପେନ୍‌ସନ୍‌ ଦେଇପାରିଲେନି ରାଜ୍ୟ ସରକାର। ସାଢ଼େ ୪ ଲକ୍ଷ କର୍ମଚାରୀ ଓ ପେନ୍‌ସନ୍ ଭୋଗୀ ବର୍ଦ୍ଧିତ ଦରମା ଓ ପେନ୍‌ସନ୍ ପାଇଥିବା ବେଳେ ଆହୁରି ପ୍ରାୟ ସାଢ଼େ ତିନି ଲକ୍ଷ କର୍ମଚାରୀ ଓ ପେନ୍‌ସନ୍ ଭୋଗୀ ଏଥିରୁ ବଞ୍ଚିତ ହୋଇଛନ୍ତି। ତେଣୁ ଏହି କର୍ମଚାରୀ ଓ ପେନ୍‌ସନ୍ ଭୋଗୀଙ୍କ ପାଇଁ ଦଶହରା ଛୁଟି ଫିକା ପଡ଼ିଯାଇଛି। […]

Rakesh Mallick
  • Published: Wednesday, 27 September 2017
  • Updated: 27 September 2017, 02:54 PM IST

ଭୁବନେଶ୍ୱର: କର୍ମଚାରୀ ଓ ପେନସନ୍‌ ଭୋଗୀ ନିରାଶ। ପୂଜାରେ ସବୁ କର୍ମଚାରୀ ଓ ପେନ୍‌ସନ୍‌ ଭୋଗୀଙ୍କୁ ବର୍ଦ୍ଧିତ ଦରମା ଏବଂ ପେନ୍‌ସନ୍‌ ଦେଇପାରିଲେନି ରାଜ୍ୟ ସରକାର। ସାଢ଼େ ୪ ଲକ୍ଷ କର୍ମଚାରୀ ଓ ପେନ୍‌ସନ୍ ଭୋଗୀ ବର୍ଦ୍ଧିତ ଦରମା ଓ ପେନ୍‌ସନ୍ ପାଇଥିବା ବେଳେ ଆହୁରି ପ୍ରାୟ ସାଢ଼େ ତିନି ଲକ୍ଷ କର୍ମଚାରୀ ଓ ପେନ୍‌ସନ୍ ଭୋଗୀ ଏଥିରୁ ବଞ୍ଚିତ ହୋଇଛନ୍ତି। ତେଣୁ ଏହି କର୍ମଚାରୀ ଓ ପେନ୍‌ସନ୍ ଭୋଗୀଙ୍କ ପାଇଁ ଦଶହରା ଛୁଟି ଫିକା ପଡ଼ିଯାଇଛି। ରାତିଦିନ ଲାଗିଥିଲେ ବି କାମ ସରିପାରିଲା ନାହିଁ ବୋଲି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି।

ରାଜ୍ୟ ସରକାରୀ କର୍ମଚାରୀଙ୍କ ଲାଗି ବହୁ ପ୍ରତିକ୍ଷିତ ସପ୍ତମ ବେତନ କମିଶନଙ୍କ ସୁପାରିଶ ଲାଗୁ ନେଇ ଗତ ମାସ ୨୯ରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବାପେକ୍ଷା ହାରାହାରି ୧୪.୫ ପ୍ରତିଶତ ବୃଦ୍ଧି ସହ ବର୍ଦ୍ଧିତ ଦରମା ସେପ୍ଟେମ୍ବର ୧ରୁ ଲାଗୁ ହେବ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଥିଲେ। ଏହାଦ୍ୱାରା ସାଢେ ୪ ଲକ୍ଷ କର୍ମଚାରୀ ଓ ସାଢେ ୩ ଲକ୍ଷ ପେନସନଭୋଗୀଙ୍କୁ ମିଶାଇ ମୋଟ ୮ ଲକ୍ଷ ବେତନଭୋଗୀ ଉପକୃତ ହୋଇଥାନ୍ତେ। ହେଲେ ଘୋଷଣାର ମାସକ ପରେ କେବଳ ସାଢ଼େ ୪ ଲକ୍ଷ ବେତନଭୋଗୀଙ୍କୁ ବର୍ଦ୍ଧିତ ହାରରେ ଦରମା ମିଳିଥିବା ସରକାର କହିଛନ୍ତି। ଅବଶିଷ୍ଟଙ୍କୁ  ଖୁବଶୀଘ୍ର ବର୍ଦ୍ଧିତ ହାରରେ ଦରମା ଓ ପେନସନ୍ ପ୍ରଦାନ ଲାଗି ପଦକ୍ଷେପ ନିଆଯାଉଥିବା କହିଛନ୍ତି ଅର୍ଥମନ୍ତ୍ରୀ।

ଅଭିରାମ ମହାନ୍ତି ନାମକ ଜଣେ ପେନ୍‌ସନ୍ ଭୋଗୀ କହିଛନ୍ତି ଯେ ସରକାର ପୂର୍ବରୁ ବର୍ଦ୍ଧିତ ହାରରେ ପେନ୍‌ସନ୍ ଦେବେ ବୋଲି ଘୋଷଣା କରିଥିଲେ। ପୂଜା ଅବସରରେ ସେହି ବର୍ଦ୍ଧିତ ଦରମା ସମସ୍ତଙ୍କୁ ଦେଲେ ନାହିଁ। ଦେଇଥିଲେ ଖୁସି ଲାଗି ଥାଆନ୍ତା। ବର୍ଦ୍ଧିତ ଟଙ୍କା କେବେ ଦେବେ ତାହା ବି ଘୋଷଣା କରିନାହାନ୍ତି।

କର୍ମଚାରୀଙ୍କୁ ବର୍ଦ୍ଧିତ ହାରରେ ଦରମା ଦେବା ଲାଗି ଅର୍ଥ ବିଭାଗ ପକ୍ଷରୁ ଗତ ୨୨ ତାରିଖରେ ବିଜ୍ଞପ୍ତି ଜାରି ହୋଇଥିଲା। ଯଦି ସେପ୍ଟେମ୍ବର ୨୬ରେ ବର୍ଦ୍ଧିତ ଦରମା ଦେବାର ଥିଲା, ତେବେ ଅର୍ଥ ବିଭାଗ କାହିକିଁ ଯଥେଷ୍ଟ ଆଗରୁ ବିଜ୍ଞପ୍ତି ଜାରି ନକଲା ବୋଲି ପ୍ରଶ୍ନ ଉଠିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story