‘ଏବେ ରାଜ୍ୟ ସରକାରଙ୍କ ପାଳି, ପେଟ୍ରୋଲ ଡିଜେଲ ଉପରୁ ଭାଟ୍‌ କମାନ୍ତୁ’

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାର ଏକ୍‌ସାଇଜ୍‌ ଡ୍ୟୁଟି କମାଇଲେ। ଯାହାଦ୍ୱାରା ପେଟ୍ରୋଲ ଓ ଡିଜେଲ୍‌ ଦର କମିଲା। ସେହି ଦୃଷ୍ଟିରୁ ରାଜ୍ୟ ଗୁଡ଼ିକ ଲାଗୁ କରୁଥିବା ଭାଟ୍‌ ୫ ପ୍ରତିଶତ କମାନ୍ତୁ ବୋଲି ଆଜି କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିବେଦନ କରିଛନ୍ତି। ସେ କହିଛନ୍ତି-“ଗତ କିଛି ଦିନ ହେଲେ ଆନ୍ତଃରାଜ୍ୟ ବଜାରରେ ତୈଳ ଦର ବୃଦ୍ଧି ହୋଇଥିବାରୁ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିଥିଲା। ଯାହାଦ୍ୱାରା ଲୋକଙ୍କୁ ବହୁ […]

Rakesh Mallick
  • Published: Wednesday, 04 October 2017
  • Updated: 04 October 2017, 12:27 PM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାର ଏକ୍‌ସାଇଜ୍‌ ଡ୍ୟୁଟି କମାଇଲେ। ଯାହାଦ୍ୱାରା ପେଟ୍ରୋଲ ଓ ଡିଜେଲ୍‌ ଦର କମିଲା। ସେହି ଦୃଷ୍ଟିରୁ ରାଜ୍ୟ ଗୁଡ଼ିକ ଲାଗୁ କରୁଥିବା ଭାଟ୍‌ ୫ ପ୍ରତିଶତ କମାନ୍ତୁ ବୋଲି ଆଜି କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିବେଦନ କରିଛନ୍ତି।

ସେ କହିଛନ୍ତି-“ଗତ କିଛି ଦିନ ହେଲେ ଆନ୍ତଃରାଜ୍ୟ ବଜାରରେ ତୈଳ ଦର ବୃଦ୍ଧି ହୋଇଥିବାରୁ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିଥିଲା। ଯାହାଦ୍ୱାରା ଲୋକଙ୍କୁ ବହୁ ଅସୁବିଧା ସାମ୍ନା କରିବାକୁ ପଡ଼ିଥିଲା। ଏବେ ଖରିଫ୍‌ ଓ ରବି ଋତୁ ଆରମ୍ଭ ହେଉଥିବାରୁ ଲୋକଙ୍କ ଅସୁବିଧାକୁ ଧ୍ୟାନ ରଖି କେନ୍ଦ୍ର ସରକାର ଏକ୍‌ସାଇଜ୍‌ ଡ୍ୟୁଟି କମାଇଛନ୍ତି। ଏବେ ରାଜ୍ୟ ସରକାରଙ୍କ ପାଳି। ରାଜ୍ୟ ଗୁଡ଼ିକ ନେଉଥିବା ଭିନ୍ନ ଭିନ୍ନ ଭାଟ ୫ ପ୍ରତିଶତ କମାନ୍ତୁ। ଯଦି ରାଜ୍ୟ ସରକାର ଭାଟ୍‌ କମାନ୍ତି ପେଟ୍ରୋଲ ଓ ଡିଜେଲ ଦର ଆହୁରି କମିବ ଏବଂ ଉପଭୋକ୍ତା ଫାଇଦା ପାଇବେ।”

ସେ କହିଛନ୍ତି-“ଏକ୍‌ସାଇଜ୍‌ ଡ୍ୟୁଟି କମିବା ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ୨.୫୦ ଟଙ୍କା ଓ ଡିଜେଲ ୨.୩୫ ପଇସା କମିଛି। ଏବେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୬୮.୩୮ ପଇସା ଓ ଡିଜେଲ ଲିଟର ପିଛା ୫୬.୮୯ ଟଙ୍କାରେ ମିଳୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos