ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଆ ଭାଷା ଶିଖାଇବାକୁ ଉଦ୍ୟମ କରି ଛାତ୍ର କଂଗ୍ରେସ କର୍ମୀ ଅଟକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡ଼ିଆ ଭାଷା ଶିଖାଇବା ଉଦ୍ଦେଶ୍ୟରେ ଆଜି ପୁଣି ଯୁବ ଓ ଛାତ୍ର କଂଗ୍ରେସ କର୍ମୀମାନେ ନବୀନ ନିବାସ ଆଡକୁ ଯିବାବେଳେ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନଙ୍କ ସହ ଚାରି ଜଣ କଂଗ୍ରେସ କର୍ମୀଙ୍କୁ  ପୋଲିସ୍ ଅଟକ ରଖିଛି। ହାତରେ ବର୍ଣ୍ଣବୋଧ ବହି ସହ ସିଲଟ, ହସ୍ତାକ୍ଷର ଖାତା ଧରି ଛାତ୍ର କଂଗ୍ରେସ କର୍ମୀମାନେ ବିକ୍ଷୋଭ କରିଥିଲେ। ଏହି ସମୟରେ ପୋଲିସ୍ ନବୀନ ନିବାସ ଆଡକୁ ଯାଉଥିବା ଛାତ୍ର କଂଗ୍ରେସ କର୍ମୀଙ୍କୁ […]

student

student

Rakesh Mallick
  • Published: Saturday, 02 April 2016
  • Updated: 02 April 2016, 08:18 AM IST

Sports

Latest News

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡ଼ିଆ ଭାଷା ଶିଖାଇବା ଉଦ୍ଦେଶ୍ୟରେ ଆଜି ପୁଣି ଯୁବ ଓ ଛାତ୍ର କଂଗ୍ରେସ କର୍ମୀମାନେ ନବୀନ ନିବାସ ଆଡକୁ ଯିବାବେଳେ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନଙ୍କ ସହ ଚାରି ଜଣ କଂଗ୍ରେସ କର୍ମୀଙ୍କୁ  ପୋଲିସ୍ ଅଟକ ରଖିଛି। ହାତରେ ବର୍ଣ୍ଣବୋଧ ବହି ସହ ସିଲଟ, ହସ୍ତାକ୍ଷର ଖାତା ଧରି ଛାତ୍ର କଂଗ୍ରେସ କର୍ମୀମାନେ ବିକ୍ଷୋଭ କରିଥିଲେ। ଏହି ସମୟରେ ପୋଲିସ୍ ନବୀନ ନିବାସ ଆଡକୁ ଯାଉଥିବା ଛାତ୍ର କଂଗ୍ରେସ କର୍ମୀଙ୍କୁ ଅଟକାଇଥିଲା।

ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ କହିଛନ୍ତି,“ ଆଜି ଆମେ ୫ଜଣ ଛାତ୍ର ନେତା ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଆ ଶିଖାଇବାକୁ ଆସିଥିଲୁ। ପୋଲିସ୍ ଆମକୁ ଗିରଫ କରି ନେଇଛି।  ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଆ ଭାଷା  ଶିଖାଇବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ।”

ବିଜୁ ଛାତ୍ର ଜନତା ଦଳ ସଭାପତି ବ୍ୟୋମକେଶ ରାୟ କହିଛନ୍ତି,“ଛାତ୍ର କଂଗ୍ରେସ ଏବେ ଓଡ଼ିଶାରେ ତାର ସ୍ଥିତି ହରାଇଛି। କଲେଜ ନିର୍ବାଚନରେ ମଧ୍ୟ ବିଜୟୀ ହୋଇପାରୁ ନାହାନ୍ତି। ଫଳରେ ଛାତ୍ର ଛାତ୍ରୀମାନେ ଏମାନଙ୍କୁ ପ୍ରତ୍ୟାଖାନ କରିଛନ୍ତି। ଏପରି ସ୍ଥିତିରେ ନିଜର ସାଙ୍ଗଠନିକ ଦୁର୍ବଳତାକୁ ଲୁଚାଇବା ଏବଂ ମିଡିଆରେ ଚର୍ଚ୍ଚାରେ ରହିବା ପାଇଁ ଏଭଳି ନାଟକ କରୁଛନ୍ତି। ଛାତ୍ର କଂଗ୍ରେସର ଏଭଳି କାର୍ଯ୍ୟକଳାପକୁ ଆମେ ତୀବ୍ର ନିନ୍ଦା କରୁଛୁ। ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଏ ନେଇ ଦୃଢ଼ ଜବାବ୍ ଦିଆଯିବ।”

“ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପରି ବ୍ୟକ୍ତିତ୍ୱଙ୍କ ଉପରେ ଏପରି କହିବା ଉଚିତ୍‌ ହେଉନାହିଁ। ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଆ ଭାଷା ପ୍ରତି ସମ୍ମାନ ରହିଛି। କେବଳ ଓଡ଼ିଶା ନୁହଁ ସମଗ୍ର ଭାରତ ବର୍ଷରେ ଓଡ଼ିଆ ଭାଷାକୁ କିଭଳି ଭାବରେ ପ୍ରତିଷ୍ଠା ଓ ସମ୍ମାନ ମିଳିବ ସେଥିପାଇଁ ସେ ଚେଷ୍ଟା କରୁଛନ୍ତି” ବୋଲି ସେ କହିଛନ୍ତି।

ସେ କହିଛନ୍ତି;  “କଂଗ୍ରେସ ଦଳ ଦୀର୍ଘ ୪୦ରୁ ୪୫ ବର୍ଷ ଧରି ଶାସନ କରି ଥିଲେ ସୁଦ୍ଧା ଓଡ଼ିଶାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ କରି ପାରି ନାହାନ୍ତି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ଓଡ଼ିଆ ଭାଷା  କିଭଳି ଭାବରେ ସମଗ୍ର ଭାରତବର୍ଷରେ ଆଦୃତ ଲାଭ କରିବ ଏଥିପାଇଁ ସେ ସବୁବେଳେ ଚେଷ୍ଟା କରି ଆସୁଛନ୍ତି। ”

ଗତକାଲି ମଧ୍ୟ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡ଼ିଆ ଶିଖାଇବାକୁ ଉଦ୍ୟମ କରିଥିବା ଛାତ୍ର କଂଗ୍ରେସ୍ କର୍ମୀଙ୍କୁ ପୋଲିସ୍ ଶିଶୁ ଭବନ ନିକଟରେ ଅଟକାଇବା ପରେ ଦୁଇ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏଥିରେ ପୋଲିସ୍ କିଛି ଛାତ୍ର ନେତାଙ୍କୁ ଗିରଫ ମଧ୍ୟ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story