ହ୍ୱାଏ ଆଇ ଷ୍ଟାଣ୍ଡ୍‌ ଫର୍‌ ଶେଷ, ଆସନ୍ତାକାଲି ଭୋଟ୍

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ରାଜନୀତି ସରଗରମ ହୋଇଛି। ଆଜି ‘ହ୍ୱାଏ ଆଇ ଷ୍ଟାଣ୍ଡ୍‌ ଫର୍‌ ମିଟିଂ’ ଅନୁଷ୍ଠିତ ହୋଇଛି । ଏଥିରେ ବିଭିନ୍ନ କଲେଜରେ ପ୍ରାର୍ଥୀ ହୋଇଥିବା ଛାତ୍ରଛାତ୍ରୀମାନେ ଭାଷଣ ଦେଇ ଛାତ୍ରଛାତ୍ରୀଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାକୁ ଚେଷ୍ଟା କରିଥିଲେ। ଆଜି ଉତ୍କଳ ବିଶ୍ୱବିଦ୍ୟାଳୟରେ ହ୍ୱାଇ ଆଇ ଷ୍ଟାଣ୍ଡ ଫର୍‌ ମିଟିଂରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ଗତବର୍ଷ ନିର୍ବାଚନ ହୋଇ ନ ଥିବାରୁ ଚଳିତବର୍ଷ ଛାତ୍ରଛାତ୍ରୀମାନେ ଅଧିକ ଉତ୍ସାହିତ […]

rd

rd

Rakesh Mallick
  • Published: Tuesday, 04 October 2016
  • Updated: 05 October 2016, 10:04 AM IST

Sports

Latest News

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ରାଜନୀତି ସରଗରମ ହୋଇଛି। ଆଜି ‘ହ୍ୱାଏ ଆଇ ଷ୍ଟାଣ୍ଡ୍‌ ଫର୍‌ ମିଟିଂ’ ଅନୁଷ୍ଠିତ ହୋଇଛି । ଏଥିରେ ବିଭିନ୍ନ କଲେଜରେ ପ୍ରାର୍ଥୀ ହୋଇଥିବା ଛାତ୍ରଛାତ୍ରୀମାନେ ଭାଷଣ ଦେଇ ଛାତ୍ରଛାତ୍ରୀଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାକୁ ଚେଷ୍ଟା କରିଥିଲେ।

ଆଜି ଉତ୍କଳ ବିଶ୍ୱବିଦ୍ୟାଳୟରେ ହ୍ୱାଇ ଆଇ ଷ୍ଟାଣ୍ଡ ଫର୍‌ ମିଟିଂରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ଗତବର୍ଷ ନିର୍ବାଚନ ହୋଇ ନ ଥିବାରୁ ଚଳିତବର୍ଷ ଛାତ୍ରଛାତ୍ରୀମାନେ ଅଧିକ ଉତ୍ସାହିତ ଥିଲେ। ତେବେ ନିର୍ବାଚନ ପୂର୍ବରୁ ଗୋଷ୍ଠୀ କନ୍ଦଳ ଲାଗି ରହିଥିବାରୁ ଆସନ୍ତାକାଲି ଭୋଟ ଗ୍ରହଣ ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଉତ୍କଳ ବିଶ୍ୱବିଦ୍ୟାଳୟର ଜଣେ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ ରହିବାକୁ ନେଇ ଦେଖା ଦେଇଥିବା ବିବାଦରେ ମତ ରଖିବାକୁ ଆଡଭୋକେଟ୍‌ ଜେନେଲାର (ଏଜି) ମନା କରି ଦେଇଛନ୍ତି। ନିର୍ବାଚନ ପ୍ରସଙ୍ଗରେ ମତ ରଖିବା ତାଙ୍କ ପରିସର ଭୁକ୍ତ ନୁହେଁ ବୋଲି ଚିଠି ମାଧ୍ୟମରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏଜି ଜଣାଇ ଦେଇଛନ୍ତି।

ଅଭିଯୋଗ ଆସିଥିବା ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ଥିବା ଦର୍ଶାଇ କିଛି ଛାତ୍ର ସଂଗଠନ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସମନ୍ୱୟ କମିଟି ବୈଠକ ଡକାଯାଇ ଏଜିଙ୍କ ମତ ଲୋଡିବାକୁ ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ଏଜି ଏ ସମ୍ପର୍କରେ ମତ ରଖି ପାରିବେ ନାହିଁ ବୋଲି ଆଜି ସ୍ପଷ୍ଟ କରି ଦେଇଛନ୍ତି।

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ମଧ୍ୟ ଆଜି ସରଗରମ୍‌ ଥିଲା। ନିଜ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ପ୍ରାର୍ଥୀ ସଭାସ୍ଥଳକୁ ଆସିଥିଲେ। ବିଶ୍ୱବିଦ୍ୟାଳୟର ସମସ୍ୟା ଓ ଏହାର ସମାଧାନ ଲାଗି ଉଦ୍ୟମ କରିବେ ବୋଲି ପ୍ରାର୍ଥୀମାନେ ପ୍ରତିଶ୍ରୁତି ଦେଇଥିଲେ।

ସେହିପରି କଟକ ଶୈଳବାଳା, ଜଗତସିଂହପୁରର ଏସ୍‌ଭିଏମ୍‌, ପୁରୀର ଏସ୍‌ସିଏସ୍‌ କଲେଜରେ ଶାନ୍ତିଶୃଙ୍ଖଳାର ସହ ହ୍ୱାଇ ଆଇ ଷ୍ଟାଣ୍ଡ ଫର୍‌ ମିଟିଂ ଶେଷ ହୋଇଛି। ବାଲେଶ୍ୱର ଏଫ୍‌ଏମ୍‌ କଲେଜ ଓ କୁନ୍ତଳା କୁମାରୀ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଖଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟ ସମେତ ଅନ୍ୟ କଲେଜରେ ହ୍ୱାଇ ଆଇ ଷ୍ଟାଣ୍ଡ ଫର୍‌ ମିଟିଂରେ ପ୍ରାର୍ଥୀମାନେ ସେମାନଙ୍କ ମତ ରଖିଥିଲେ।

ଆସନ୍ତାକାଲି ଛାତ୍ର ସଂସଦ ନିର୍ବାଚନରେ ଆଶାୟୀ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଏଥିପାଇଁ ନିର୍ବାଚନ ହେଉଥିବା ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ପରିସର ସରଗମର ରହିଛି।

ଉତ୍ତେଜନା ଯୋଗୁଁ ଆଜି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍ ଅନ୍ତର୍ଗତ ଅଭଣା ବେଳାଭୂମି କଲେଜରେ ନିର୍ବାଚନ ବାତିଲ ହୋଇଯାଇଛି। ହିଂସା ଯୋଗୁଁ ମୋଟ ୩୨ଟି କଲେଜରେ ନିର୍ବାଚନକୁ ବାତିଲ କରିଦିଆଯାଇଛି। ଚଳିତବର୍ଷ ମୋଟ ୭୦୦ କଲେଜରେ ନିର୍ବାଚନ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos