ଭାରତ ଓ ଚୀନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ବାଲୁକା କଳା ମାଧ୍ୟମରେ ବାର୍ତ୍ତା

ପୁରୀ: ଆଜି ବନ୍ଧୁତ୍ୱ ଦିବସ। ଏହି ଅବସରରେ ପୁରୀ ବେଳାଭୂମିରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ କରିଛନ୍ତି ବାଲୁକା କଳା। ସୀମାରେ ଡୋକଲାମକୁ ନେଇ ଭାରତ ଓ ଚୀନ ମଧ୍ୟରେ ବିବାଦ ଦେଖା ଦେଇଥିବା ବେଳେ ଶାନ୍ତି ବଜାୟ ରଖିବାକୁ ବାଲୁକା କଳା ମାଧ୍ୟମରେ ସେ ବାର୍ତ୍ତା ଦେଇଛନ୍ତି।

୫ ଟନ୍‌ ବାଲିରେ ନିର୍ମିତ ଏହି କଳାକୃତିରେ ଦୁଇ କପୋତ ଶାନ୍ତି ବାର୍ତ୍ତା ଦେଉଥିବାର କଳା ସେ  ପ୍ରସ୍ତୁତ କରିଛନ୍ତି । ଏହି ବାଲୁକା କଳାକୁ ପୁରୀ ବେଳାଭୂମିରେ ବେଶ୍‌ ମନୋଭରୀ ଉପଭୋଗ କରିଛନ୍ତି ଦର୍ଶକ ତଥା ପର୍ଯ୍ୟଟକ।