ଏ କି ସମ୍ମାନ? ନୀତୀଶଙ୍କ ପାଇଁ ଅଟକିଗଲା ସହିଦଙ୍କ ଗାଡ଼ି

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପାଇଁ ଅଟକିଗଲା ସୁକ୍‌ମା ସହିଦଙ୍କ ଗାଡ଼ି। ବିହାର ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ଯାଇ ପୋଲିସ ସୁକ୍‌ମା ସହିଦଙ୍କ ଗାଡ଼ିକୁ ଅଟକାଇ ଦେଲା।  ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି କେନ୍ଦ୍ର ମନ୍ତ୍ରୀ ରାମ କ୍ରିପାଲ ଯାଦବ। ରାମ କ୍ରିପାଲଙ୍କ ଅଭିଯୋଗ ଅନୁଯାୟୀ ମାଓ ଆକ୍ରମଣରେ ସୁକ୍‌ମାରେ ସହିଦ ହୋଇଥିବା ଯବାନଙ୍କ ମଧ୍ୟରୁ ୬ ଜଣଙ୍କ ଘର ବିହାରରେ।  ବୁଧବାର ଏହି ୬ ଜଣ ଯବାନଙ୍କ ମରଶରୀର ପାଟନା ବିମାନ ବନ୍ଦରରେ ପହଞ୍ଚି […]

Untitled-1

Untitled-1

Rakesh Mallick
  • Published: Thursday, 27 April 2017
  • Updated: 27 April 2017, 08:19 AM IST

Sports

Latest News

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପାଇଁ ଅଟକିଗଲା ସୁକ୍‌ମା ସହିଦଙ୍କ ଗାଡ଼ି। ବିହାର ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ଯାଇ ପୋଲିସ ସୁକ୍‌ମା ସହିଦଙ୍କ ଗାଡ଼ିକୁ ଅଟକାଇ ଦେଲା।  ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି କେନ୍ଦ୍ର ମନ୍ତ୍ରୀ ରାମ କ୍ରିପାଲ ଯାଦବ।

ରାମ କ୍ରିପାଲଙ୍କ ଅଭିଯୋଗ ଅନୁଯାୟୀ ମାଓ ଆକ୍ରମଣରେ ସୁକ୍‌ମାରେ ସହିଦ ହୋଇଥିବା ଯବାନଙ୍କ ମଧ୍ୟରୁ ୬ ଜଣଙ୍କ ଘର ବିହାରରେ।  ବୁଧବାର ଏହି ୬ ଜଣ ଯବାନଙ୍କ ମରଶରୀର ପାଟନା ବିମାନ ବନ୍ଦରରେ ପହଞ୍ଚି ଥିଲା। ସେଠାରୁ ସହିଦଙ୍କ ମରଶରୀରକୁ  ସେନାର ଏକ ସ୍ୱତନ୍ତ୍ର ଟ୍ରକ୍‌ରେ ସେମାନଙ୍କ ଘରକୁ ପଠାଯିବା ପାଇଁ ବ୍ୟବସ୍ଥା ହୋଇଥିଲା।  ହେଲେ ପାଟନାର ପଟେଲ ସହରରେ ସହିଦଙ୍କ ଟ୍ରକ୍‌କୁ ପୋଲିସ ୧୫ ମିନିଟ୍‌ ଅଟକାଇ ଦେଇଥିଲା।

ଏହି ସମୟରେ ସେହି ବାଟେଦେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କାର୍‌କେଡ୍‌ ଆସୁଥିବାରୁ ପୋଲିସ ଏଭଳି ପଦେକ୍ଷପ ନେଇଥିଲା। ନୀତୀଶଙ୍କ କାରକୁ ଆଗେ ଛଡ଼ାଯାଇଥିବା ବେଳେ ସହିଦଙ୍କ ଗାଡ଼ିକୁ ଛଡ଼ାଯାଇ ନ ଥିଲା।

ସେ ଆହୁରି  ଅଭିଯୋଗ କରିଛନ୍ତି ଯେ, ନୀତୀଶଙ୍କ ସରକାରର ଜଣେ ବି ମନ୍ତ୍ରୀ ସହିଦଙ୍କୁ ସମ୍ମାନ ଜଣାଇବା  ପାଇଁ ପାଟନା ବିମାନ ବନ୍ଦରକୁ ଯାଇ ନ ଥିଲେ।  ଏପରିକି ମୁଖ୍ୟମନ୍ତ୍ରୀ କିମ୍ବା ଡେପୁଟି ମୁଖ୍ୟମନ୍ତ୍ରୀ ତେଜସ୍ୱୀ ପ୍ରସାଦ ବି ଗଲେ ନାହିଁ।  ଆମ ଦେଶର ଯବାନଙ୍କ ପାଇଁ ନୀତୀଶଙ୍କ କିଭଳି ସମ୍ମାନ ଅଛି ତାହା ତାଙ୍କ ଆଚରଣରୁ ସ୍ପଷ୍ଟ ହୋଇଯାଉଛି ବୋଲି ରାମକ୍ରିପାଲ ତାଚ୍ଛଲ୍ୟ କରି କହିଛନ୍ତି।

ସୂଚନା ଅନୁଯାୟୀ ରାମ କ୍ରିପାଲ ୨୦୧୪ରେ ଆରଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ବିହାରରେ ଏବେ ଜେଡିୟୁ, କଂଗ୍ରେସ ଓ ଆରଜେଡିର ମିଳିତ ସରକାର ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos