ସମ୍‌ ଅଗ୍ନିକାଣ୍ଡ: ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେପି

ଭୁବନେଶ୍ୱର: ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାରେ ୨୧ ଜଣଙ୍କ ଜୀବନ ଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ବହିଷ୍କାର ଦାବି ନେଇ ଆଜି ବିଜେପି ପକ୍ଷରୁ ଶୋଭାଯାତ୍ରା କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜେପିର ବରିଷ୍ଠ ନେତା ଓ ଶତାଧିକ କର୍ମୀ ଆଜି ଦଳୀୟ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ମାଷ୍ଟରକ୍ୟାଣ୍ଟିନରେ ପହଞ୍ଚି ଥିଲେ। ସେଠାରେ ଦଳୀୟ ନେତୃବୃନ୍ଦ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା […]

sum-bjp

sum-bjp

Rakesh Mallick
  • Published: Thursday, 20 October 2016
  • Updated: 20 October 2016, 06:27 PM IST

Sports

Latest News

sum-bjpଭୁବନେଶ୍ୱର: ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାରେ ୨୧ ଜଣଙ୍କ ଜୀବନ ଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ବହିଷ୍କାର ଦାବି ନେଇ ଆଜି ବିଜେପି ପକ୍ଷରୁ ଶୋଭାଯାତ୍ରା କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ବିଜେପିର ବରିଷ୍ଠ ନେତା ଓ ଶତାଧିକ କର୍ମୀ ଆଜି ଦଳୀୟ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ମାଷ୍ଟରକ୍ୟାଣ୍ଟିନରେ ପହଞ୍ଚି ଥିଲେ। ସେଠାରେ ଦଳୀୟ ନେତୃବୃନ୍ଦ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବହିଷ୍କାର ଦାବି କରିଥିଲେ।

କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ୍‌ ମଧ୍ୟ ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ସେ କହିଛନ୍ତି,“ଏହି ଅଗ୍ନିକାଣ୍ଡ ଘଟଣାରେ କେବଳ ହସ୍ପିଟାଲ କର୍ତ୍ତୃପକ୍ଷ ଦାୟୀ ନୁହନ୍ତି, ରାଜ୍ୟ ସରକାରଙ୍କ ଅଧିକାରୀମାନେ ମଧ୍ୟ ଦାୟୀ। ଯେଉଁ ସରକାରୀ ଅଧିକାରୀମାନେ ଏଥିପାଇଁ ଦାୟୀ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର।”

ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି,“ସମ୍‌ରେ ଯେଉଁ ଘଟଣା ଘଟିଗଲା ସେଥିପାଇଁ କ’ଣ କେବଳ ହସ୍ପିଟାଲ କର୍ତ୍ତୃପକ୍ଷ ଦାୟୀ? ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ କ’ଣ ଏଥିପାଇଁ ଦାୟୀ ନୁହନ୍ତି? ହସ୍ପିଟାଲ କର୍ତ୍ତୃପକ୍ଷ କୌଣସି ନିୟମକାନୁନ ମାନୁ ନ ଥିଲେ। ଏପରିସ୍ଥିତିରେ ତାଙ୍କୁ ହସ୍ପିଟାଲ ଚଳାଇବାକୁ ଗୃହ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ସୁଯୋଗ ଦେଇଛନ୍ତି। ଏଥିପାଇଁ କ’ଣ ସେମାନେ ଦାୟୀ ନୁହନ୍ତି? ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ନୈତିକ ଦାୟିତ୍ୱ ନେଇ ଇସ୍ତଫା ଦେବା ସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ବହିଷ୍କାର କରନ୍ତୁ।”

ଶଶୀଭୂଷଣ ବେହେରା କହିଛନ୍ତି,“ରାଜ୍ୟ ସରକାର କୌଣସି ସଂସ୍ଥା ପ୍ରତି କେବେ କୋହଳ ମନୋଭାବ ପ୍ରଦର୍ଶନ କରିନାହାନ୍ତି। ସମ୍‌ ହସ୍ପିଟାଲ ଘଟଣାରେ ରାଜ୍ୟ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ଯେଉଁ ସ୍ତରରେ ତ୍ରୁଟି ଥିବ ଓ ଯିଏ ଦୋଷୀ ସାବ୍ୟସ୍ତ ହେବେ କାହାରିଙ୍କୁ ଛଡାଯିବ ନାହିଁ। ଘଟଣାର ତଦନ୍ତ ପାଇଁ କମିଟି ଗଠନ କରାଯାଇଛି। ରାଜ୍ୟ ସରକାରଙ୍କ ପ୍ରାରମ୍ଭିକ ତଦନ୍ତ ରିପୋର୍ଟକୁ କେନ୍ଦ୍ର ସରକାର ମଧ୍ୟ ଅପେକ୍ଷା କରିଛନ୍ତି।”

ବିଜେଡି ବିଧାୟକ ସମୀର ଦାସ କହିଛନ୍ତି,“ଏହି ଘଟଣାରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। କେବଳ ରାଜ୍ୟ ସରକାର ଘଟଣାର ତଦନ୍ତ କରୁନାହାନ୍ତି, କେନ୍ଦ୍ର ସରକାର ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଯିଏ ଦୋଷୀ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିବା ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯିବା ରାଜନୀତି ଛଡା ଆଉ କିଛି ନୁହେଁ। ଏପରି ଘଟଣା ଯେପରି ଅନ୍ୟ କେଉଁଠି ନ ହେବ ସେଥିପାଇଁ ପଦକ୍ଷେପ ନିଆଯାଉଛି। ରାଜ୍ୟ ସରକାର ସମସ୍ତ ବ୍ୟବସ୍ଥା କରିବା ସହ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇଛନ୍ତି। ବିରୋଧୀ ବିଜେପି ଓ କଂଗ୍ରେସ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos