ସମ୍ ଅଗ୍ନିକାଣ୍ଡ ମାମଲା: ଥାନାରେ ହାଜର ହେବାକୁ ୧୫ ଦିନ ସମୟ ମାଗିଲେ ମନୋଜଙ୍କ ପତ୍ନୀ ଓ ଭଉଣୀ

ଭୁବନେଶ୍ୱର: ଭୁବନେଶ୍ୱର ସମ୍ ହସ୍‌ପିଟାଲ୍ ଅଗ୍ନିକାଣ୍ଡ ମାମଲାରେ ଥାନାରେ ହାଜର ହେବାକୁ ଆହୁରି ୧୫ ଦିନ ସମୟ ମାଗିଛନ୍ତି ହସ୍‌ପିଟାଲ୍ ମାଲିକ ମନୋଜ ନାୟକଙ୍କ ପତ୍ନୀ ଓ ଭଉଣୀ। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେମାନେ ସମୟ ମାଗିଛନ୍ତି। ନିଜ ଓକିଲଙ୍କ ଜରିଆରେ ସେମାନେ ଏକଥା ଖଣ୍ଡଗିରି ଥାନାକୁ ଲିଖିତ ଭାବେ ଜଣାଇଛନ୍ତି। ୭ ଦିନ ମଧ୍ୟରେ ଥାନାରେ ହାଜର ହେବାକୁ ପୋଲିସ୍ କମିଶନରେଟ୍ ପକ୍ଷରୁ ମନୋଜଙ୍କ ପତ୍ନୀ ଶାଶ୍ୱତୀ ଦାସ ଓ ଭଉଣୀ ଆରତି ନାୟକଙ୍କୁ ସମନ୍ […]

sum-hospital

sum-hospital

Rakesh Mallick
  • Published: Friday, 04 November 2016
  • Updated: 04 November 2016, 11:11 AM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ସମ୍ ହସ୍‌ପିଟାଲ୍ ଅଗ୍ନିକାଣ୍ଡ ମାମଲାରେ ଥାନାରେ ହାଜର ହେବାକୁ ଆହୁରି ୧୫ ଦିନ ସମୟ ମାଗିଛନ୍ତି ହସ୍‌ପିଟାଲ୍ ମାଲିକ ମନୋଜ ନାୟକଙ୍କ ପତ୍ନୀ ଓ ଭଉଣୀ। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେମାନେ ସମୟ ମାଗିଛନ୍ତି। ନିଜ ଓକିଲଙ୍କ ଜରିଆରେ ସେମାନେ ଏକଥା ଖଣ୍ଡଗିରି ଥାନାକୁ ଲିଖିତ ଭାବେ ଜଣାଇଛନ୍ତି।

୭ ଦିନ ମଧ୍ୟରେ ଥାନାରେ ହାଜର ହେବାକୁ ପୋଲିସ୍ କମିଶନରେଟ୍ ପକ୍ଷରୁ ମନୋଜଙ୍କ ପତ୍ନୀ ଶାଶ୍ୱତୀ ଦାସ ଓ ଭଉଣୀ ଆରତି ନାୟକଙ୍କୁ ସମନ୍ ଜାରି କରାଯାଇଥିଲା। ଗତକାଲି ଦୁହେଁ ପୋଲିସ୍‌କୁ ଜଣାଇଥିଲେ ଯେ ଆଜି ସେମାନେ ପୋଲିସ୍ ନିକଟରେ ହାଜର ହେବେ। ତେବେ ଆଜି ସେମାନେ ଆହୁରି ଅଧିକ ସମୟ ମାଗିଛନ୍ତି।

କୁହାଯାଉଛି ଆଗୁଆ ଜାମିନ ଆବେଦନର ଶୁଣାଣି ହୋଇନଥିବାରୁ ସେମାନେ ପୋଲିସ୍‌କୁ ଅଧିକ ସମୟ ମାଗିଛନ୍ତି। କାରଣ ପୋଲିସ୍ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ ଗିରଫ କରିପାରେ ବୋଲି ସେମାନେ ଆଶଙ୍କା କରୁଛନ୍ତି। ପୋଲିସ୍‌ ସମନର ଅବଧି ଶେଷ ହୋଇଯାଇଥିବା ବେଳେ ଦ୍ୱିତୀୟ ସମନ ଜାରି ହେବା ପୂର୍ବରୁ ଉଭୟ ନିଜ ଓକିଲଙ୍କ ଜରିଆରେ ନିଜ ଆଡୁ ପୋଲିସ୍‌କୁ ଅଧିକ ସମୟ ମାଗିଛନ୍ତି।

ମନୋଜ ନାୟକଙ୍କ ପତ୍ନୀ ଶାଶ୍ୱତୀ ଦାସ ଓ ଭଉଣୀ ଆରତି ନାୟକ  ଶିକ୍ଷା ଓ ଅନୁସନ୍ଧାନ ଚାରିଟେବୁଲ୍ ଟ୍ରଷ୍ଟର ଟ୍ରଷ୍ଟି।

ଏହି ମାମଲାରେ ମନୋଜ ନାୟକ ଗିରଫ ହୋଇଥିଲେ। ତେବେ ସେ ଜେଲ୍‌ରୁ ଜାମିନ୍‌ରେ ଆସିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos