ସମ୍‌ ହସ୍ପିଟାଲ ବିରୁଦ୍ଧରେ ବର୍ଜ୍ୟବସ୍ତୁ ପରିଚାଳନା ଆଇନ ଉଲ୍ଲଂଘନ ଅଭିଯୋଗ

ଭୁବନେଶ୍ୱର: କେବଳ ଏନ୍‌ଓସି କିମ୍ବା ସରକାରୀ ନଥିପତ୍ରରେ ଭୁଲ ନୁହେଁ ବର୍ଜ୍ୟବସ୍ତୁ ପରିଚାଳନାରେ ମଧ୍ୟ ସମ୍‌ ହସ୍ପିଟାଲ କର୍ତ୍ତୃପକ୍ଷ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ହସ୍ପିଟାଲରୁ ବାହାରୁ ଥିବା ବିଭିନ୍ନ ମାନବୀୟ ଅବଶେଷାଙ୍ଗ ଓ ଯାବତୀୟ ବର୍ଜ୍ୟବସ୍ତୁ ବିନା ଟ୍ରିଟ୍‌ମେଣ୍ଟରେ ଜନବସତିକୁ ଛାଡିଦିଆଯାଉଛି। ଯାହାର ଫଳ ଭୋଗୁଛନ୍ତି ଆଖପାଖର ଗାଁ ଲୋକେ। ସମ୍‌ ହସ୍ପିଟାଲ ନିକଟସ୍ଥ ଡ୍ରେନ୍‌ରେ ପଡିଛି କୁଢ଼ କୁଢ଼ ଆବର୍ଜନା। ସିରିଞ୍ଜଠାରୁ ଆରମ୍ଭ କରି ଗଜ କପଡ଼ା, ଛୁଞ୍ଚି ପର୍ଯ୍ୟନ୍ତ ଡ୍ରେନ୍‌ରେ ପଡିଛି। […]

sum

sum

Rakesh Mallick
  • Published: Tuesday, 25 October 2016
  • Updated: 25 October 2016, 07:56 PM IST

sum1ଭୁବନେଶ୍ୱର: କେବଳ ଏନ୍‌ଓସି କିମ୍ବା ସରକାରୀ ନଥିପତ୍ରରେ ଭୁଲ ନୁହେଁ ବର୍ଜ୍ୟବସ୍ତୁ ପରିଚାଳନାରେ ମଧ୍ୟ ସମ୍‌ ହସ୍ପିଟାଲ କର୍ତ୍ତୃପକ୍ଷ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ହସ୍ପିଟାଲରୁ ବାହାରୁ ଥିବା ବିଭିନ୍ନ ମାନବୀୟ ଅବଶେଷାଙ୍ଗ ଓ ଯାବତୀୟ ବର୍ଜ୍ୟବସ୍ତୁ ବିନା ଟ୍ରିଟ୍‌ମେଣ୍ଟରେ ଜନବସତିକୁ ଛାଡିଦିଆଯାଉଛି। ଯାହାର ଫଳ ଭୋଗୁଛନ୍ତି ଆଖପାଖର ଗାଁ ଲୋକେ।

ସମ୍‌ ହସ୍ପିଟାଲ ନିକଟସ୍ଥ ଡ୍ରେନ୍‌ରେ ପଡିଛି କୁଢ଼ କୁଢ଼ ଆବର୍ଜନା। ସିରିଞ୍ଜଠାରୁ ଆରମ୍ଭ କରି ଗଜ କପଡ଼ା, ଛୁଞ୍ଚି ପର୍ଯ୍ୟନ୍ତ ଡ୍ରେନ୍‌ରେ ପଡିଛି। ଏହାଦ୍ୱାରା କେବଳ ଡ୍ରେନ୍‌ ଜାମ ହେଉନାହିଁ ପରିବେଶ ଅତିମାତ୍ରାରେ ପ୍ରଦୂଷିତ ହେଉଛି। ବର୍ଷା ହେଲେ ଅବସ୍ଥା ଏପରି ହେଉଛି ଯେ ଅଞ୍ଚଳରେ ରହିବା କଷ୍ଟକର ହୋଇଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ମେଡିକାଲର ଆବର୍ଜନା ପ୍ରାକୃତିକ ନାଳରେ ମିଶିବା ଦ୍ୱାରା ଏହାର ପାଣି ମଧ୍ୟ ପ୍ରଦୂଷିତ ହେଉଛି। ଯାହାର କୁଫଳ ଭୋଗୁଛନ୍ତି ନୂଆଗାଁ, ମଳିପଡ଼ା, ଶାମପୁର, ସିଜୁପୁଟ, ନାରଗଦା, ତମାଣ୍ଡୋ ଗାଁର ଲୋକ। ଅଞ୍ଚଳର ଲୋକେ ବିଭିନ୍ନ ପ୍ରକାରର ଚର୍ମ ରୋଗର ଶିକାର ହେଉଥିବା ଅଭିଯୋଗ କରିଛନ୍ତି।

ସ୍ଥାନୀୟ ବାସିନ୍ଦା ଚିତ୍ତରଞ୍ଜନ ପଟ୍ଟନାୟକ କହିଛନ୍ତି,“ନୂଆଗାଁ ଛକରେ ଡ୍ରେନ୍‌ ଖୋଲା ପଡିଥିବାରୁ ଦୁର୍ଗନ୍ଧ ବାହାରୁଛି। ସେଥିରୁ ବାହାରୁ ଥିବା ଗ୍ୟାସ୍‌ରୁ ଚର୍ମ ରୋଗ ବ୍ୟାପିବାର ଆଶଙ୍କା ରହିଛି। ବର୍ଷା ଟିକେ ହେଲେ ଡ୍ରେନ୍‌ ପାଣିରେ ମାଂସ ଖଣ୍ଡ, ସିରିଞ୍ଜ, ଗଜ କପଡ଼ା ଆସୁଛି। ଏହାର ପ୍ରତିକାର କରା ନ ଗଲେ କିଛିଦିନ ମଧ୍ୟରେ ଏଠାରେ ଚର୍ମରୋଗ ବ୍ୟାପିବାର ଆଶଙ୍କା ରହିଛି।”

ନୂଆଗାଁ ବାସିନ୍ଦା ସହଦେବ ନାଏକ କହିଛନ୍ତି,“ଆଗରୁ ନାଳରେ ଭଲ ପାଣି ଯାଉଥିଲା। ସମ୍‌ ହସ୍ପିଟାଲ ପାଣି ନାଳରେ ମିଶିବା ପରଠାରୁ ଆଉ ପାଦ ପକାଇବାକୁ ମଧ୍ୟ ଇଚ୍ଛା ହେଉନାହିଁ। ସେ ପାଣି ବ୍ୟବହାର କଲେ ଗୋଡରେ ଘା’ ହୋଇଯାଉଛି।”’

ଦୀର୍ଘବର୍ଷ ହେବ ସମ୍‌ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଏପରି ଅବହେଳା ସମ୍ପର୍କରେ ପ୍ରଶାସନକୁ ଅବଗତ କଲେ ମଧ୍ୟ କିଛି ଲାଭ ହେଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବରିଷ୍ଠ ବୈଜ୍ଞାନିକ ସ୍ମୃତିପ୍ରଭା ସାମନ୍ତରାୟ କହିଛନ୍ତି,“ ବର୍ଜ୍ୟବସ୍ତୁ ଟ୍ରିଟ୍‌ମେଣ୍ଟ କରା ନ ଗଲେ ବର୍ଷା ପାଣିରେ ମିଶି ଏହା ପ୍ରଦୂଷଣ ସୃଷ୍ଟି କରିବ। ବିଧିବଦ୍ଧ ଅଭିଯୋଗ ଆସିଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story