ସମ୍‌ ଅଗ୍ନିକାଣ୍ଡ: ଗିରଫ ମେଡିକାଲ ଅଧୀକ୍ଷକ ଏସ୍‌ସିବିରେ ଭର୍ତ୍ତି

କଟକ: ସମ୍‌ ହସ୍ପିଟାଲ ଅଗିକାଣ୍ଡ ଘଟଣାରେ ଗତକାଲି ଗିରଫ ହୋଇଥିବା ମେଡିକାଲ ଅଧିକ୍ଷକ ପୁଷ୍ପରାଜ ସାମନ୍ତସିଂହାରଙ୍କୁ ଏସ୍‌ସିବିରେ ଭର୍ତ୍ତି କରାଯାଇଛି। ଅସୁସ୍ଥତା ଯୋଗୁଁ ତାଙ୍କୁ ଏସିବିର କାର୍ଡିଓଲୋଜି ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କ ପାଖରେ ଜଣେ ସମ୍ପର୍କୀୟ ଥିବା ବେଳେ ୩ ଜଣ ପୋଲିସ ଅଧିକାରୀ ରହିଛନ୍ତି।

ସମ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୨୦ ଜଣଙ୍କ ଜୀବନ ଯିବା ଘଟଣାରେ ଗତକାଲି ଭୁବନେଶ୍ୱର ଖଣ୍ଡଗିରି ଥାନା ପୋଲିସ ପୁଷ୍ପରାଜଙ୍କ ସମେତ ଇଲେଟ୍ରିକାଲ ମେଣ୍ଟେନାନ୍ସ ଇଂଜିନିୟର ଅମୂଲ୍ୟ ସାହୁ, ଫାୟାର ସେଫ୍‌ଟି ଅଫିସର ସନ୍ତୋଷ ଦାସ ଏବଂ ଇଲେଟ୍ରିକାଲ ଜେଇ ମଳୟ ସାହୁଙ୍କୁ ଗିରଫ କରିଥିଲା। ଏମାନଙ୍କ ବିରୋଧରେ ଦଫା ୩୦୪,୩୦୮,୨୮୫ ଆଇପିସି ୩୪ରେ ମାମଲା ରୁଜୁ କରାଯାଇଛି।