ସମ୍‌ ଅଗ୍ନିକାଣ୍ଡ: ମୃତ୍ୟୁସଂଖ୍ୟା ୨୧କୁ ବୃଦ୍ଧି

ଭୁବନେଶ୍ୱର: ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡରେ ଗୁରୁତର ଆହତ ହୋଇ ଏମ୍ସରେ ଚିକିତ୍ସିତ ହେଉଥିବା ଜଣେ ମହିଳା ରୋଗୀଙ୍କର ଆଜି ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଜାନକୀ ହୁଇ। ଜାନକୀଙ୍କୁ ମିଶାଇ ଏହି ଘଟଣାରେ ମୃତ୍ୟୁସଂଖ୍ୟା ୨୧କୁ ବୃଦ୍ଧି ପାଇଛି। ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ ଯୋଗୁଁ ଗତ ସୋମବାର ସନ୍ଧ୍ୟାରେ ସମ୍‌ ହସ୍ପିଟାଲର ଡାଏଲେସିସି ବିଭାଗରେ ନିଆଁ ଲାଗିଯାଇଥିଲା। ଏଥିରେ ୧୯ ଜଣଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ ଗୁରୁତର ଆହତ ୧୦୬ ଜଣ ରୋଗୀଙ୍କୁ ବିଭିନ୍ନ ହସ୍ପିଟାଲରେ […]

sum

sum

Rakesh Mallick
  • Published: Wednesday, 19 October 2016
  • Updated: 19 October 2016, 02:39 PM IST

Sports

Latest News

sumଭୁବନେଶ୍ୱର: ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡରେ ଗୁରୁତର ଆହତ ହୋଇ ଏମ୍ସରେ ଚିକିତ୍ସିତ ହେଉଥିବା ଜଣେ ମହିଳା ରୋଗୀଙ୍କର ଆଜି ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଜାନକୀ ହୁଇ। ଜାନକୀଙ୍କୁ ମିଶାଇ ଏହି ଘଟଣାରେ ମୃତ୍ୟୁସଂଖ୍ୟା ୨୧କୁ ବୃଦ୍ଧି ପାଇଛି।

ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ ଯୋଗୁଁ ଗତ ସୋମବାର ସନ୍ଧ୍ୟାରେ ସମ୍‌ ହସ୍ପିଟାଲର ଡାଏଲେସିସି ବିଭାଗରେ ନିଆଁ ଲାଗିଯାଇଥିଲା। ଏଥିରେ ୧୯ ଜଣଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ ଗୁରୁତର ଆହତ ୧୦୬ ଜଣ ରୋଗୀଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଥିଲା।

ସମ୍‌ ହସ୍ପିଟାଲ ମାଲିକ ମନୋଜ ନାୟକଙ୍କୁ ଗିରଫ କରାଯାଇ ପାରେ ବୋଲି ଡିଏମ୍‌ଇଟି ପ୍ରକାଶ ମହାପାତ୍ର କହିଛନ୍ତି। ସେ କହିଛନ୍ତି,“ ସମ୍‌ ହସ୍ପିଟାଲ ମ୍ୟାନେଜମେଣ୍ଟ ବିରୋଧରେ ଏତଲା ଦାୟର ହୋଇଛି। ସମ୍‌ର ମାଲିକ ମ୍ୟାନେଜମେଣ୍ଟ ଭିତରେ ଆସୁଛନ୍ତି। ତେଣୁ ତାଙ୍କୁ ଗିରଫ କରାଯାଇପାରେ।”

ସେହିପରି ଅଗ୍ନିକାଣ୍ଡ ଘଟଣାରେ ଏନ୍‌ଏଚ୍‌ଆରସି ଆଜି ନିଜ ଆଡୁ ଏକ ମାମଲା ରୁଜୁ କରିଛି। ଏ ନେଇ ୬ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଏନ୍‌ଏଚ୍‌ଆରସି ମୁଖ୍ୟ ଶାସନ ସଚିବଙ୍କୁ ନୁର୍ଦ୍ଦେଶ ଦେଇଛନ୍ତି।

ଏହି ଘଟଣା ପରେ ହସ୍ପିଟାଲର ଆଇସିୟୁ, ଡାଏଲେସିସି ଓ ଜରୁରୀକାଳୀନ ବିଭାଗକୁ ସିଲ୍‌ କରିଦିଆଯାଇଛି। ରାଜ୍ୟ ସରକାର ଘଟଣାର ତଦନ୍ତ ପାଇଁ ଦୁଇଟି କମିଟି ଗଠନ କରିଛନ୍ତି। ସେହିପରି ରାଜ୍ୟ ମାନବାଧିକାର କମିଶନ ଏହି ଘଟଣାରେ ନିଜ ଆଡୁ ଏକ ମାମଲା ରୁଜୁ କରିଛନ୍ତି। ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା ଓ ଅଗ୍ନିଶମ ଡିଜି ବିନୟ ବେହାରାଙ୍କୁ ମାନବାଧିକାର କମିଶନ ନୋଟିସ୍‌ ଜାରି କରି ୩ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି.ନଡ୍ଡା ଏବଂ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ପହଞ୍ଚି ଅଗ୍ନିକାଣ୍ଡରେ ପୀଡ଼ିତଙ୍କୁ ଭେଟିଛନ୍ତି। ଉଭୟ କ୍ୟାପିଟାଲ ହସ୍ପିଟାଲ ଯାଇ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।

ଅନ୍ୟ ମୃତକମାନେ ହେଲେ ମନସ୍ୱିନୀ ଷଡ଼ଙ୍ଗୀ (ଜଙ୍କିଆ),  ପ୍ରସନ୍ନ ତ୍ରିପାଠୀ (ବୋଲଗଡ଼), ଲତିକା ଦାସ (ଭୁବନେଶ୍ୱର ଭୀମଟାଙ୍ଗି), ଅଶୋକ ସାହୁ (ସାମନ୍ତରାପୁର), ମହମ୍ମଦ ଜାକିର୍‌ ହୁସେନ୍‌ (କେରଙ୍ଗ), ନଗେନ୍ଦ୍ର ନାଥ ସୁର (ଜଳେଶ୍ୱର), ପଦ୍ମିନୀ ଦେହୁରୀ (କେନ୍ଦୁଝର), ତ୍ରିବେଣୀ ନାୟକ (ଗଞ୍ଜାମ ଜିଲ୍ଲା ଗୋଷାଣୀ ନୂଆଗାଁ) ଲିଙ୍ଗରାଜ ରାଉଳ (ଛତ୍ରପୁର), ଭାଗ୍ୟଧର ବେହେରା (କାମାକ୍ଷାନଗର), ଶୈଳବାଳା ସାସମଲ (ଜଗତସିଂହପୁର ଦହିପଦା), ରଜନୀ ପାତ୍ର (ଖୋର୍ଦ୍ଧା କହ୍ନେଇପୁର), ସୁଲୋଚନା ପରିଡା ( ରଘୁନାଥପୁର, କେନ୍ଦ୍ରାପଡ଼ା), ଯୋଗେନ୍ଦ୍ର କୁମାର (ବେଗୁନିଆ), ନିମାଇଁ ନାୟକ (ଭୁବନେଶ୍ୱର ୟୁନିଟ୍‌-୮), ସୁକାନ୍ତି ସାହୁ (ବେଲପଡ଼ା ଜଟଣୀ),  ପି.କଲ୍ୟାଣୀ ପାତ୍ର (କବିସୂର୍ଯ୍ୟନଗର), ଲୋଚନ ବରାଳ (ବେଗୁନିଆ), ମହମ୍ମଦ ହସନ୍‌ (ଭୁବନେଶ୍ୱର ବଡ଼ଗଡ଼ କେନାଲ ରୋଡ୍‌)।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos