ସମ୍‌ ଅଗ୍ନିକାଣ୍ଡ: ପ୍ରଥମ ଦିନରେ ୩ ଜଣଙ୍କ ସାକ୍ଷ୍ୟ ଗ୍ରହଣ, ୧୭ ଆସିଲେନି

ଭୁବନେଶ୍ୱର: ସମ୍‌ ହସପିଟାଲ ଅଗ୍ନିକାଣ୍ଡ ମାମଲାରେ ଆଜିଠାରୁ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ପାଖରେ ସାକ୍ଷ୍ୟଗ୍ରହଣ ଆରମ୍ଭ ହୋଇଛି। ପ୍ରଥମ ଦିନରେ ସାକ୍ଷ୍ୟ ପ୍ରଦାନ କରିବାକୁ ୨୦ ଜଣଙ୍କୁ ଡକା ଯାଇଥିବା ବେଳେ ମାତ୍ର ୩ ଜଣ ଆସିଥିଲେ। ଏହି ତିନି ଜଣ ହେଉଛନ୍ତି ଅଗ୍ନିକାଣ୍ଡ ଘଟଣାର ପ୍ରତ୍ୟକ୍ଷଦର୍ଶୀ। ସମ୍‌ ହସ୍‌ପିଟାଲ୍‌ରେ ଅଗ୍ନିକାଣ୍ଡ ଏକ ଦୁର୍ଘଟଣା ବୋଲି ସେମାନେ କହିଥିବା ଜଣାପଡ଼ିଛି। ଆଜି ସାକ୍ଷ୍ୟ ପ୍ରଦାନ କରିବାକୁ ଆସିନଥିବା ୧୭ ଜଣଙ୍କୁ ପୁଣି ନୋଟିସ୍ କରାଯିବ। ଏହି ୧୭ ଜଣଙ୍କ ମଧ୍ୟରୁ […]

sum-hospital

sum-hospital

Rakesh Mallick
  • Published: Tuesday, 29 November 2016
  • Updated: 29 November 2016, 06:06 PM IST

Sports

Latest News

ଭୁବନେଶ୍ୱର: ସମ୍‌ ହସପିଟାଲ ଅଗ୍ନିକାଣ୍ଡ ମାମଲାରେ ଆଜିଠାରୁ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ପାଖରେ ସାକ୍ଷ୍ୟଗ୍ରହଣ ଆରମ୍ଭ ହୋଇଛି। ପ୍ରଥମ ଦିନରେ ସାକ୍ଷ୍ୟ ପ୍ରଦାନ କରିବାକୁ ୨୦ ଜଣଙ୍କୁ ଡକା ଯାଇଥିବା ବେଳେ ମାତ୍ର ୩ ଜଣ ଆସିଥିଲେ। ଏହି ତିନି ଜଣ ହେଉଛନ୍ତି ଅଗ୍ନିକାଣ୍ଡ ଘଟଣାର ପ୍ରତ୍ୟକ୍ଷଦର୍ଶୀ। ସମ୍‌ ହସ୍‌ପିଟାଲ୍‌ରେ ଅଗ୍ନିକାଣ୍ଡ ଏକ ଦୁର୍ଘଟଣା ବୋଲି ସେମାନେ କହିଥିବା ଜଣାପଡ଼ିଛି। ଆଜି ସାକ୍ଷ୍ୟ ପ୍ରଦାନ କରିବାକୁ ଆସିନଥିବା ୧୭ ଜଣଙ୍କୁ ପୁଣି ନୋଟିସ୍ କରାଯିବ। ଏହି ୧୭ ଜଣଙ୍କ ମଧ୍ୟରୁ କେତେକ ନୋଟିସ୍ ପାଇ ନାହାନ୍ତି ବୋଲି କହିଥିବା ବେଳେ ଆଉ କେତେ ଜଣ ସାକ୍ଷ୍ୟ ଦେବା ପାଇଁ ଅନିଚ୍ଛା ପ୍ରକାଶ କରିଥିବା ଜଣାପଡ଼ିଛି।

ଆସନ୍ତାକାଲି ସାକ୍ଷ୍ୟ ଦେବାକୁ ୨୧ ଜଣଙ୍କୁ ନୋଟିସ୍ କରାଯାଇଛି।

ଡିସେମ୍ବର ୧,୨ ଓ ୩ ତାରିଖରେ ଭୁବନେଶ୍ୱରରେ ୩୫ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯିବ। ସେହି ୩୫ ଜଣ ସତ୍ୟପାଠ ଦାଖଲ କରି ନାହାନ୍ତି। ଆର୍‌ଡିସିଙ୍କ ପକ୍ଷରୁ ସେମାନଙ୍କୁ ନୋଟିସ୍ ପଠାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ସମ୍ ହସ୍ପିଟାଲ୍ ମାଲିକ, ଖୋର୍ଦ୍ଧା ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଖୋର୍ଦ୍ଧା ସିଡିଏମ୍‌ଓ ଏବଂ ଏଡିଏମ୍‌ଓ। ଅଗ୍ନିଶମ ବିଭାଗ ଅଧିକାରୀମାନଙ୍କୁ ମଧ୍ୟ ନୋଟିସ୍ କରାଯାଇଛି।

ସମ୍‌ ହସ୍ପିଟାଲ୍ ଅଗ୍ନିକାଣ୍ଡ ଘଟଣା ନେଇ ଆର୍‌ଡିସିଙ୍କ ପକ୍ଷରୁ ବିଭିନ୍ନ ବିଭାଗକୁ କାଗଜପତ୍ର ମଗାଯାଇଥିଲା। ସମସ୍ତ ବିଭାଗ କାଗଜପତ୍ର ଦେଇ ସାରିଥିବା ବେଳେ ବିଡିଏ ଏପର୍ଯ୍ୟନ୍ତ ଦେଇନି। ଏଥିପାଇଁ ଆର୍‌ଡିସିଙ୍କ ପକ୍ଷରୁ ବିଡିଏ କର୍ତ୍ତୃପକ୍ଷଙ୍କୁ ରିମାଇଣ୍ଡର ନୋଟିସ୍ ପଠାଯାଇଛି କେନ୍ଦ୍ରାଞ୍ଚଳ ଆର୍‌ଡିସି ଏ.ବି ଓତା କହିଛନ୍ତି।

ସମ୍‌ ଅଗ୍ନିକାଣ୍ଡ ଘଟଣା ପରେ ରାଜ୍ୟ ସରକାର କେନ୍ଦ୍ରାଞ୍ଚଳ ଆରଡିସିଙ୍କୁ ଏହାର ତଦନ୍ତ ଭାର ଦେଇଥିଲେ। ସତ୍ୟପାଠ ଆହ୍ୱାନର ଶେଷ ତାରିଖ ସୁଦ୍ଧା ମୋଟ ୩୯୩ଟି ସତ୍ୟପାଠ ଦାଖଲ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos