ସମ୍‌ ଅଗ୍ନିକାଣ୍ଡ: ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି

ଭୁବନେଶ୍ୱର: ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି। ଏହି ଘଟଣାରେ ଗୁରୁତର ଭାବେ ଆହତ ହୋଇ କଟକ ବଡ଼ ମେଡିକାଲ୍ ଓ ଆମ୍ରି ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଦୁଇ ଜଣ ବ୍ୟକ୍ତିଙ୍କର ଆଜି ମୃତ୍ୟୁ ଘଟିଛି। ସେମାନେ ହେଲେ ଖୋର୍ଦ୍ଧାର ସେକ୍ କୁର୍ବାନ ଓ ବ୍ରହ୍ମଗିରିର ଭଣ୍ଡାରୀକୁଦ ଅଞ୍ଚଳର ଅନ୍ନପୂର୍ଣ୍ଣା ସାମନ୍ତରାୟ। ସେକ୍ କୁର୍ବାନ କଟକ ବଡ଼ ମେଡିକାଲର ଟ୍ରମା ଆଇସିୟୁରେ ଚିକିତ୍ସାଧୀନ ଥିବା ବେଳେ ଆଜି ସକାଳେ ପ୍ରାଣ ହରାଇଥିଲେ। […]

sum

sum

Rakesh Mallick
  • Published: Friday, 21 October 2016
  • Updated: 21 October 2016, 07:36 PM IST

Sports

Latest News

ଭୁବନେଶ୍ୱର: ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି। ଏହି ଘଟଣାରେ ଗୁରୁତର ଭାବେ ଆହତ ହୋଇ କଟକ ବଡ଼ ମେଡିକାଲ୍ ଓ ଆମ୍ରି ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଦୁଇ ଜଣ ବ୍ୟକ୍ତିଙ୍କର ଆଜି ମୃତ୍ୟୁ ଘଟିଛି। ସେମାନେ ହେଲେ ଖୋର୍ଦ୍ଧାର ସେକ୍ କୁର୍ବାନ ଓ ବ୍ରହ୍ମଗିରିର ଭଣ୍ଡାରୀକୁଦ ଅଞ୍ଚଳର ଅନ୍ନପୂର୍ଣ୍ଣା ସାମନ୍ତରାୟ। ସେକ୍ କୁର୍ବାନ କଟକ ବଡ଼ ମେଡିକାଲର ଟ୍ରମା ଆଇସିୟୁରେ ଚିକିତ୍ସାଧୀନ ଥିବା ବେଳେ ଆଜି ସକାଳେ ପ୍ରାଣ ହରାଇଥିଲେ। ଅନ୍ନପୂର୍ଣ୍ଣା ଭୁବନେଶ୍ୱର ସ୍ଥିତ ଆମ୍ରି ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଆଜି ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଥିଲା।

ଏହି ଘଟଣାରେ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅନ୍ୟ ଦୁଇ ଜଣଙ୍କର ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ଘଟିଥିଲା ସେମାନେ ହେଲେ ଭୁବନେଶ୍ୱରର ଡୁମଡୁମା ଅଞ୍ଚଳର ବିଶ୍ୱନାଥ ବେହେରା ଓ ପୁରୀ ଜିଲ୍ଲା ବାଲିପଡ଼ା ଅଞ୍ଚଳର ରଶ୍ମିତା ସ୍ୱାଇଁ।

ବିଶ୍ୱନାଥଙ୍କ ପରିବାର ଲୋକେ କହିଛନ୍ତି,“ବିଶ୍ୱନାଥ ଗତ ୩ ମାସ ଧରି ସମ୍‌ରେ ଚିକିତ୍ସିତ ହେଉଥିଲେ। ଅଗ୍ନିକାଣ୍ଡ ପରେ ତାଙ୍କୁ ଏମସ୍‌କୁ ସ୍ଥାନାନ୍ତର କରାଯାଇଥିଲା। ୧୯ ତାରିଖରେ ପୁଣି ଚିକିତ୍ସା ପାଇଁ ସମ୍ ହସପିଟାଲ ପକ୍ଷରୁ ଡକାଯାଇଥିଲା। କିନ୍ତୁ ଗତକାଲି ସମ୍ କର୍ତ୍ତୃପକ୍ଷ ଫେରାଇ ଦେଇଥିଲେ। ସେଠାରୁ ଗୁରୁତର ଅବସ୍ଥାରେ ବିଶ୍ୱନାଥଙ୍କୁ କ୍ୟାପିଟାଲ ହସପିଟାଲକୁ ଅଣାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।”

ବାଲିପଡ଼ାର ରଶ୍ମିତା ସ୍ୱାଇଁ ୧୭ ତାରିଖରେ ସମ୍‌ରେ ଭର୍ତ୍ତି ହୋଇଥିଲେ। ଅଗ୍ନିକାଣ୍ଡ ପରେ କ୍ୟାପିଟାଲ ହସପିଟାଲରେ ପ୍ରାଥମିକ ଚିକିତ୍ସା କରାଯାଇ ତାଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ଗତକାଲି ସ୍ୱାସ୍ଥ୍ୟାବସ୍ଥା ପୁଣି ଖରାପ ହେବାରୁ ପରିବାର ଲୋକେ ତାଙ୍କୁ କ୍ୟାପିଟାଲ ହସପିଟାଲ ଆଣିଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos