ବେଆଇନ୍‌ ଭାବେ ଚାଲିଥିଲା ସମ୍‌ ହସ୍ପିଟାଲ

ଭୁବନେଶ୍ୱର: ସମ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୨୧ଟି ଜୀବନ ଯିବା ପରେ ଏହାର ପ୍ରକୃତ ମୁଖା ଖୋଲିଯାଇଛି। ଏହି ହସ୍ପିଟାଲ ବେଆଇନ ଭାବେ ଚାଲିଥିବା ଜଣାପଡିଛି। କ୍ଲିନିକାଲ ଏଷ୍ଟାବ୍ଲିସ୍‌ମେଣ୍ଟ ଆକ୍ଟ ଅନୁସାରେ ହସ୍ପିଟାଲର ପଞ୍ଜୀକରଣ ଅବଧି ସରି ଯାଇଥିଲେ ମଧ୍ୟ ଏହା ଚାଲିଥିଲା। ଡିଏମ୍‌ଇଟିରୁ ମିଳିଥିବା ତଥ୍ୟ ଅନୁସାରେ ସମ୍‌ ହସ୍ପିଟାଲର ପଞ୍ଜିକରଣ ଅବଧି ୨୦୧୪ ଏପ୍ରିଲ ୬ରୁ ୨୦୧୬ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଥିଲା। ଅର୍ଥାତ ୬ ମାସରୁ ଊର୍ଦ୍ଧ୍ୱ ହେବ ଏହି ହସ୍ପିଟାଲର […]

sum

sum

Rakesh Mallick
  • Published: Thursday, 20 October 2016
  • Updated: 20 October 2016, 08:44 PM IST

sum2ଭୁବନେଶ୍ୱର: ସମ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୨୧ଟି ଜୀବନ ଯିବା ପରେ ଏହାର ପ୍ରକୃତ ମୁଖା ଖୋଲିଯାଇଛି। ଏହି ହସ୍ପିଟାଲ ବେଆଇନ ଭାବେ ଚାଲିଥିବା ଜଣାପଡିଛି। କ୍ଲିନିକାଲ ଏଷ୍ଟାବ୍ଲିସ୍‌ମେଣ୍ଟ ଆକ୍ଟ ଅନୁସାରେ ହସ୍ପିଟାଲର ପଞ୍ଜୀକରଣ ଅବଧି ସରି ଯାଇଥିଲେ ମଧ୍ୟ ଏହା ଚାଲିଥିଲା।

ଡିଏମ୍‌ଇଟିରୁ ମିଳିଥିବା ତଥ୍ୟ ଅନୁସାରେ ସମ୍‌ ହସ୍ପିଟାଲର ପଞ୍ଜିକରଣ ଅବଧି ୨୦୧୪ ଏପ୍ରିଲ ୬ରୁ ୨୦୧୬ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଥିଲା। ଅର୍ଥାତ ୬ ମାସରୁ ଊର୍ଦ୍ଧ୍ୱ ହେବ ଏହି ହସ୍ପିଟାଲର ପଞ୍ଜୀକରଣ ଅବଧି ସରି ଯାଇଥିଲା। ହସ୍ପିଟାଲ କର୍ତ୍ତୃପକ୍ଷ ପଞ୍ଜୀକରଣ ନବୀକରଣ ନ କରି ବେଆଇନ ଭାବେ ଏହାକୁ ଚଲାଉଥିଲେ।

ଡିଏମ୍‌ଇଟିର ଡାକ୍ତର ପ୍ରକାଶ ଚନ୍ଦ୍ର ମହାପାତ୍ର କହିଛନ୍ତି,“ଡିଏମ୍‌ଇଟି ପକ୍ଷରୁ ଦିଆଯାଇଥିବା ଏତଲାରେ କୁହାଯାଇଛି, ହସ୍ପିଟାଲ କର୍ତ୍ତୃପକ୍ଷ ନିଆଁକୁ ଆୟତ୍ତ କରି ନ ପାରିବାରୁ ଏତେ ଜଣଙ୍କ ମୃତ୍ୟୁ ଘଟିଲା। ପୋଲିସ ଏହାର ତଦନ୍ତ କରିବ। ଏହାସହ ଅଗ୍ନିଶମ ବିଭାଗ ତଦନ୍ତ କରି ରିପୋର୍ଟ ଦେବ। ତା’ ପରେ କ୍ଲିନିକାଲ ଏଷ୍ଟାବ୍ଲିସ୍‌ମେଣ୍ଟ ଆକ୍ଟ ଅନୁସାରେ ପଦକ୍ଷେପ ନିଆଯିବ।”

ସେ କହିଛନ୍ତି,“ଯେଉଁଠି ଫାୟାର ସେଫଟି ନାହିଁ ସେ ହସ୍ପିଟାଲକୁ ବନ୍ଦ କରିବାକୁ ସମୟ ଲାଗିଥାଏ। କାରଣ ସେଠାରେ ବହୁ ରୋଗୀ ଚିକିତ୍ସିତ ହେଉଥାନ୍ତି। ଆଇନ ଅନୁସାରେ ପ୍ରଥମେ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। ଏହା ପରେ ଯାଇ ହସ୍ପିଟାଲ ସିଲ୍‌ କରାଯିବ କି ନାହିଁ ଜିଲ୍ଲା ଅଧିକାରୀ ନିଷ୍ପତ୍ତି ନେବେ।”

ଡିଏମ୍‌ଇଟିରୁ ମିଳିଥିବା ତଥ୍ୟ ଅନୁସାରେ କେବଳ ସମ୍‌ ନୁହେଁ ରାଜଧାନୀରେ ବେଆଇନ ଭାବେ ଅଧିକାଂଶ ହସ୍ପିଟାଲ ଚାଲିଛି। ରାଜଧାନୀରେ ଥିବା ୨୦୮ଟି ହସ୍ପିଟାଲ ଓ ନର୍ସିଂହୋମ ମଧ୍ୟରୁ ମାତ୍ର ୨୮ଟିର ପଞ୍ଜୀକରଣ ସମୟ ବୈଧ ଅଛି। ବାକି ୧୮୦ଟି ହସ୍ପିଟାଲ ଓ ନର୍ସିଂହୋମ ବେଆଇନ ଭାବେ ଚାଲିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ବିନା ରେଜିଷ୍ଟ୍ରେସନରେ ଚାଲିଥିବା ହସ୍ପିଟାଲ ମଧ୍ୟରେ କଳିଙ୍ଗ ହସ୍ପିଟାଲ ରହିଛି। ୨୫୦ ଶଯ୍ୟା ବିଶିଷ୍ଠ ଏହି ହସ୍ପିଟାଲର ପଞ୍ଜୀକରଣ ଅବଧି ଗତ ମାର୍ଚ୍ଚ ମାସରୁ ସରିଲାଣି। ହେଲେ ଏହାର ନବୀକରଣ ଏପର୍ଯ୍ୟନ୍ତ କରାଯାଇନାହିଁ।

ସେହିପରି ରାଜଧାନୀର ଆଉ ଏକ ବଡ଼ ଘରୋଇ ହସ୍ପିଟାଲ ହେଲା ‘କର କ୍ଲିନିକ’। ଏହାର ପଞ୍ଜୀକରଣ ଅବଧି ୨୦୧୫ ମାର୍ଚ୍ଚ ୧୮ ତାରିଖରୁ ଶେଷ ହେଲାଣି। ଦେଢ଼ ବର୍ଷରୁ ଊର୍ଦ୍ଧ୍ୱ ହୋଇଯିବ ଏହାର ଅବଧୀ ସରିଥିଲେ ମଧ୍ୟ ବେଆଇନ ଭାବେ ଏହା ଚାଲିଛି।

କ୍ଲିନିକାଲ ଏଷ୍ଟାବ୍ଲିସ୍‌ମେଣ୍ଟ ଆକ୍ଟରେ ପଞ୍ଜୀକରଣ ବିନା କୌଣସି ହସ୍ପିଟାଲ ଚାଲି ପାରିବ ନାହିଁ। ଅଧିକାଂଶ ମେଡିକାଲ କର୍ତ୍ତୃପକ୍ଷ ଏହାକୁ ଖାତିର ନ କରି ବିନା ପଞ୍ଜୀକରଣରେ ବର୍ଷ ବର୍ଷ ଧରି ସେମାନଙ୍କ ସଂସ୍ଥା ବେଆଇନ ଭାବେ ଚଲାଇଛନ୍ତି। ହେଲେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏମାନଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।

ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି,“ସମ୍‌ ହସ୍ପିଟାଲ ପରିଚାଳନାରେ ଅବହେଳା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗ ଓ ଅଗ୍ନିଶମ ବିଭାଗ ଥାନାରେ ଏତଲା ଦେଇଛନ୍ତି। ଅଗ୍ନିକାଣ୍ଡ ଘଟଣାରେ ପୂର୍ବରୁ ୪ ଜଣ ଗିରଫ ହୋଇଥିଲେ। ଆଜି ହସ୍ପିଟାଲର ମାଲିକ ଗିରଫ ହୋଇଛନ୍ତି। ଯିଏ ଦୋଷୀ, ଆଇନ ଅନୁସାରେ ତା’ ବିରୋଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ।”

ସେ ଆହୁରି କହିଛନ୍ତି,“ଆଗାମୀ ଦିନରେ ଅନ୍ୟ ସରକାରୀ ଓ ବେସରକାରୀ ହସ୍ପିଟାଲରେ ଯେପରି ଏଭଳି ଘଟଣା ନ ଘଟିବ ସେଥିପାଇଁ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି। ଏହାକୁ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story