କ୍ୟାନ୍ସରକୁ ପ୍ରତିରୋଧ କରିପାରେ ସୂର୍ଯ୍ୟ କିରଣ, ଜାଣନ୍ତୁ କେମିତି

ସୂର୍ଯ୍ୟକିରଣରେ ରହିଛି ଅସରନ୍ତି ଶକ୍ତି। ସୁସ୍ଥ ଶରୀର ପାଇଁ ଏହି ସୂର୍ଯ୍ୟକିରଣ ଏକାନ୍ତ କାମ୍ୟ। ସମସ୍ତେ ଜାଣନ୍ତି ଏହି କିରଣରେ ରୋଗନାଶକ ତତ୍ୱ ରହିଛି। ହେଲେ ଏବେ ଯେଉଁ ତଥ୍ୟ ଆସିଛି ତାହା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ତାହା ହେଉଛି ସୂର୍ଯ୍ୟକିରଣରେ କ୍ୟାନ୍ସର ପ୍ରତିରୋଧକ ଶକ୍ତି ରହିଛି। ଯଦି ଆପଣ ସକାଳେ କିଛି ସମୟ କଂଅଳ ଖରାରେ ବସିବେ କିମ୍ବା କିଛି କାର୍ଯ୍ୟ କରିବେ। ତେବେ ଆପଣଙ୍କୁ କ୍ୟାନ୍ସର ହେବ ନାହିଁ।  କାରଣ ଏଥିରେ ଥିବା ଭିଟାମିନ୍‌ ‘ଡି’ରେ କ୍ୟାନ୍ସର ଜୀବାଣୁକୁ ନିଷ୍କ୍ରିୟ କରିବାର କ୍ଷମତା ରହିଛି।

ସେହିପରି ମାନସିକ ଚାପ , ଅନିଦ୍ରା ପରି ସମସ୍ୟା ଭୋଗୁଥିଲେ ସୂର୍ଯ୍ୟକିରଣ  ପଡୁଥିବା ସ୍ଥାନରେ ବସନ୍ତୁ । ଗବେଷଣାରୁ ଜଣାପଡିଛି ଶରୀରରେ ସୂର୍ଯ୍ୟକିରଣ ପର୍ଯ୍ୟାପ୍ତ ପରିମାଣରେ ମିଳିବା ଦ୍ୱାରା ବ୍ଲଡ କ୍ୟାନ୍ସର ପରି ଭୟଙ୍କର ରୋଗରୁ ରକ୍ଷା ପାଇପାରିବେ । ବ୍ଲଡ କ୍ୟାନ୍ସର ସଂକ୍ରାନ୍ତରେ ୧୩୨ଦେଶକୁ ନେଇ କାଲିଫର୍ନିଆ ବିଶ୍ୱବିଦ୍ୟାଳୟ ପକ୍ଷରୁ  ଏକ ଗବେଷଣା କରାଯାଥିଲା। ଫଳସୂରୁପ ଉପରୋକ୍ତ ସିଦ୍ଧାନ୍ତରେ ବୈଜ୍ଞାନିକମାନ ଉପନୀତ ହୋଇଥିଲେ। ଗବେଷଣା ଅନୁଯାୟୀ

ଯେଉଁ ଦେଶରେ ପର୍ଯ୍ୟାପ୍ତ ପରିମାଣରେ  ସୂର୍ଯ୍ୟକିରଣ ମିଳେ  ସେଠି  ଲୋକଙ୍କ ଶରୀରରେ ଭିଟାମିନ ଡି’ ର  ଅଭାବ ଦେଖାଯାଏ ନାହିଁ । କିନ୍ତୁ ସୂର୍ଯ୍ୟକିରଣରୁ ବଞ୍ଚିତ ହେଉଥିବା ଲୋକେ ବିପରୀତ ସମସ୍ୟାରେ ପଡ଼ିଥାଆନ୍ତି।  ତେବେ ଏହାର ଅର୍ଥ ନୁହଁ ଯେ, ସବୁ ବ୍ଲଡ କ୍ୟାନ୍ସର ରୋଗୀ ସୂର୍ଯ୍ୟ କିରଣ ଅଭାବନିତ। ମୁଖ୍ୟତଃ ସୂର୍ଯ୍ୟକିରଣରେ ଥିବା ଭିଟାମିନ୍‌ ଡି କ୍ୟାନ୍ସର ପ୍ରତିରୋଧକ ଶକ୍ତି ରହିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏହି ଗବେଷଣା  ଆଧାରରେ କାଲିଫର୍ନିଆ ୟୁନିଭରର୍ସିଟିର ଅଧ୍ୟାପକ କହିବା ଅନୁସାରେ  ବ୍ଲଡ କ୍ୟାନସର ଅର୍ଥାତ  ଲ୍ୟୁକୋମିୟା  ହେବାର ପ୍ରମୁଖ କାରଣ ଶରୀରରେ ଭିଟାମିନ ଡିର ଅଭାବ ହୋଇଥାଏ ।

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More