ସୁନ୍ଦରଗଡ଼ର ଘେରାବୁରାଣି-ସାଗାସାହି ଲୁହାପଥର ଖଣିର ନିଲାମୀ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ରାଜ୍ୟରେ ଖଣି ନିଲାମ ପାଇଁ ବୁଧବାର ଖଣି ନିର୍ଦ୍ଦେଶାଳୟ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରକାଶ କରାଯାଇଛି ବିଜ୍ଞପ୍ତି। ପ୍ରଥମ ପର୍ଯ୍ୟାୟରେ କେବଳ ସୁନ୍ଦରଗଡ଼ର ଘେରାବୁରାଣି-ସାଗାସାହି ଲୁହାପଥର ଖଣି ନିଲାମ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ସଂଶୋଧିତ ଏମଏମଡିଆର ଆକ୍ଟ ଅନୁସାରେ ଏହି ଖଣିର ନିଲାମୀ କରାଯିବ। ସୁନ୍ଦରଗଡ଼ର ଘେରାବୁରାଣି-ସାଗାସାହି ଲୁହାପଥର ଖଣିରେ ପ୍ରାୟ ୯୦ ମିଲିୟନ୍ ଟନ୍ ଲୁହାପଥର ଗଚ୍ଛିତ ଥିବା ସୂଚନା ମିଳିଛି। ଖଣି ନିର୍ଦ୍ଦେଶକ ଦୀପକ ମହାନ୍ତି […]

mines

mines

Rakesh Mallick
  • Published: Wednesday, 23 December 2015
  • Updated: 23 December 2015, 02:09 PM IST

Sports

Latest News

ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ରାଜ୍ୟରେ ଖଣି ନିଲାମ ପାଇଁ ବୁଧବାର ଖଣି ନିର୍ଦ୍ଦେଶାଳୟ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରକାଶ କରାଯାଇଛି ବିଜ୍ଞପ୍ତି। ପ୍ରଥମ ପର୍ଯ୍ୟାୟରେ କେବଳ ସୁନ୍ଦରଗଡ଼ର ଘେରାବୁରାଣି-ସାଗାସାହି ଲୁହାପଥର ଖଣି ନିଲାମ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ସଂଶୋଧିତ ଏମଏମଡିଆର ଆକ୍ଟ ଅନୁସାରେ ଏହି ଖଣିର ନିଲାମୀ କରାଯିବ। ସୁନ୍ଦରଗଡ଼ର ଘେରାବୁରାଣି-ସାଗାସାହି ଲୁହାପଥର ଖଣିରେ ପ୍ରାୟ ୯୦ ମିଲିୟନ୍ ଟନ୍ ଲୁହାପଥର ଗଚ୍ଛିତ ଥିବା ସୂଚନା ମିଳିଛି।

ଖଣି ନିର୍ଦ୍ଦେଶକ ଦୀପକ ମହାନ୍ତି କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ସୁନ୍ଦରଗଡ଼ର ଘେରାବୁରାଣି-ସାଗାସାହି ଲୁହାପଥର ଖଣି ପାଇଁ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ସଂଶୋଧିତ ଏମଏମଡିଆର ଆକ୍ଟ ଅନୁସାରେ ଏହି ଖଣି ନିଲାମୀ ହେବ। ଆଜିଠାରୁ ଟେଣ୍ଡର ଡକ୍ୟୁମେଣ୍ଟ୍ ବିକ୍ରି ଆରମ୍ଭ କରାଯିବ। ଫେବୃୟାରୀ ୫ ତାରିଖ ରହିଛି ଟେଣ୍ଡର ଡକ୍ୟୁମେଣ୍ଟ ବିକ୍ରିର ଶେଷ ତାରିଖ।  ଇଚ୍ଛୁକ ବିଡରମାନେ ଟେଣ୍ଡର ଡକ୍ୟୁମେଣ୍ଟ୍ କିଣି ପଢ଼ି ସାରିବା ପରେ ଯଦି କିଛି ସ୍ପଷ୍ଟୀକରଣ ଚାହିଁବେ, ତା’ହେଲେ ଜାନୁୟାରୀ ୧୫ ତାରିଖ ସୁଦ୍ଧା ସେ ନେଇ ଆବେଦନ କରିବାକୁ କୁହାଯାଇଛି। ଜାନୁୟାରୀ ୨୦ ତାରିଖରେ ଖଣି ନିର୍ଦ୍ଦେଶାଳୟରେ ଏକ ପ୍ରି-ବିଡ୍ ସମ୍ମିଳନୀର ଆୟୋଜନ କରାଯିବ। ଏଥିରେ ଟ୍ରାଞ୍ଜାକ୍ସନ ଆଡଭାଇଜର, ଷ୍ଟିଲ୍ ଓ ଖଣି ବିଭାଗର ପ୍ରମୁଖ ସଚିବଙ୍କ ସହିତ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ରହିବେ। ଏହି ସମ୍ମିଳନୀରେ ଇଚ୍ଛୁକ ବିଡରମାନେ ଟେଣ୍ଡର ପ୍ରକ୍ରିୟା ନେଇ ସେମାନଙ୍କ ମନରେ ରହିଥିବା ସମସ୍ତ ଦ୍ୱନ୍ଦ୍ୱର ସ୍ପଷ୍ଟୀକରଣ ପାଇ ପାରିବେ। ତା’ପରେ ଫେବୃୟାରୀ ୨ ସୁଦ୍ଧା ଟେଣ୍ଡର ଡକ୍ୟୁମେଣ୍ଟରେ ଆବଶ୍ୟକ ସ୍ଥଳେ ପରିବର୍ତ୍ତନ କରାଯିବ। ଜାନୁୟାରୀ ୨୦ରେ ହେବାକୁ ଥିବା ସମ୍ମିଳନୀରେ ଯଦି ସେମିତି କିଛି ଭଲ ପ୍ରସ୍ତାବ ଆସେ ତା’ହେଲେ ପରିବର୍ତ୍ତନ କରାଯିବ। ଇଚ୍ଛୁକ ବିଡରମାନେ ଫେବୃୟାରୀ ୧୦ ସୁଦ୍ଧା ସେମାନଙ୍କ ବିଡ୍ ଦେଖଲ କରିବେ। ଦାଖଲ ବିଡଗୁଡ଼ିକୁ ଟେକ୍ନିକାଲ୍ ମୂଲ୍ୟାୟନ ପାଇଁ ସରକାର ୧୦ ଦିନ ସମୟ ନେବେ। ବିଡଗୁଡ଼ିକର ଟେକ୍ନିକାଲ୍ ମୂଲ୍ୟାୟନ ପାଇଁ ଖଣି ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଷୟିକ କମିଟି ଗଠନ କରାଯାଇଛି। ଟେକ୍ନିକାଲ୍ ମୂଲ୍ୟାୟନକୁ ସଫଳତାର ସହିତ ପାର କରିଥିବା ବିଡରମାନଙ୍କୁ ଫାଇନାନସିଆଲ୍ ବିଡରେ ଭାଗ ନେବାକୁ ଆହ୍ୱାନ କରାଯିବ।

ଖଣି ନିଲାମ ପାଇଁ ମେଟାଲ୍ ଆଣ୍ଡ ସ୍କ୍ରାପ୍ ଟ୍ରେଡିଂ କର୍ପୋରେସନ ବା ଏମ୍ଏସଟିସିକୁ ଅକ୍ସନ୍ ପ୍ଲାଟଫର୍ମ ଓ ଏସବିଆଇ କ୍ୟାପସକୁ ଟ୍ରାଞ୍ଜାକସନ୍ ଆଡଭାଇଜର୍ ନିଯୁକ୍ତ କରାଯାଇଛି। ଗତ ୧୭ ତାରିଖରେ ଏହି ଦୁଇ ସଂସ୍ଥାଙ୍କ ସହ ରାଜ୍ୟ ସରକାର ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ।

ଖଣି ନିର୍ଦ୍ଦେଶକ କହିଛନ୍ତି ଯେ ଖୁବଶୀଘ୍ର ଆଉ ଦୁଇଟି ଖଣିର ନିଲାମୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଏହି ଦୁଇଟି ଲାଇମ୍ ଷ୍ଟୋନ୍ ଖଣି। ଏନେଇ ସମସ୍ତ ପ୍ରକାର ଡକ୍ୟୁମେଣ୍ଟ୍ ପ୍ରସ୍ତୁତ କରାଯାଇ ସାରିଛି।

ସେ କହିଛନ୍ତି, ସରକାର ନିଲାମୀ ପାଇଁ ୧୨ଟି ଖଣି ଚୟନ କରିଥିଲେ। ଏହି ଖଣିଗୁଡ଼ିକ ପୂର୍ବରୁ ନିଲାମୀ ହୋଇ ନ ଥିଲେ। ଏହି ୧୨ଟି ଖଣି ମଧ୍ୟରୁ ୧୦ଟିର ଡିଜିପିଏ ସର୍ଭେ ଶେଷ କରାଯାଇ ଜିଓଲୋଜିକାଲ୍ ରିପୋର୍ଟ ମଧ୍ୟ ପ୍ରସ୍ତୁତ କରାଯାଇ ସାରିଛି। ଏହି ୧୦ଟି ଖଣିରୁ ୭ଟି ଜି଼-ଥ୍ରୀ ସ୍ତରର ହୋଇଥିବାରୁ ସେଗୁଡ଼ିକର ନିଲାମୀ ପାଇଁ ସଂଶୋଧିତ ଏମଏମଡିଆର୍ ଆକ୍ଟ ଅନୁଯାୟୀ କେନ୍ଦ୍ର ସରକାରଙ୍କ ଅନୁମତି ମଗାଯାଇଛି। ବାକି ୨ଟି ମାଇନ୍ ମାଲକାନଗିରିରେ ଚିହ୍ନଟ କରାଯାଇଛି। କିନ୍ତୁ ସେଗୁଡ଼ିକର ଡିଜିପିଏ ସର୍ଭେ କରାଯାଇନାହିଁ।

ଖଣିର ନିଲାମୀ ଦରକୁ ନେଇ ବିଶେଷଜ୍ଞ ପ୍ରଶ୍ନ ଉଠାଇଛନ୍ତି। ପୁର୍ବତନ ଖଣି ନିର୍ଦ୍ଦେଶକ ବି.କେ. ମହାନ୍ତି କହିଛନ୍ତି, ଏବେ ଅନ୍ତର୍ଜାତୀୟ ଷ୍ଟିଲ ବଜାରରେ ମାନ୍ଦାବସ୍ଥା ଲାଗି ରହିଛି। ନିଲାମୀ ପରେ ଠିକ ସମୟରେ ଜଙ୍ଗଳ ଓ ପରିବେଶ ମଞ୍ଜରୀ ନ ମିଳିଲେ ଲିଜ୍ ଧାରୀ ସମସ୍ୟାରେ ପଡିପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos