ଓଢ଼ଣି କଢ଼ା ଘଟଣା ପ୍ରତିବାଦରେ ସୁନ୍ଦରଗଡ଼ ବନ୍ଦ

truck

ସୁନ୍ଦରଗଡ଼:  ଗତ ୪ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ମଙ୍ଗସପୁର ଠାରେ ମୁଖ୍ୟମନ୍ତ୍ରୀଙ୍କ ସଭାରେ ମହିଳା ଏବଂ ଯୁବତୀଙ୍କ ଦେହରୁ କଳା ଓଢ଼ଣି କଢ଼ାଯିବା ଘଟଣା ସାରା ରାଜ୍ୟରେ ଚହଳ ପକାଇଥିବା ବେଳେ ଏହାର ପ୍ରତିବାଦରେ ଓ ଏଭଳି ନିର୍ଦ୍ଦେଶ ଦେଇଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ଡାକରା ଦିଆଯାଇଛି। ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ ଏବଂ ରାଉରକେଲା ସାଂଗଠନିକ ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।

ବନ୍ଦ ଯୋଗୁଁ ଗାଡ଼ି ଚଳାଳଚଳ ଓ ଦୋକାନ ବଜାର ବନ୍ଦ ରହିଛି।

ଏକ ସାମ୍ବାଦିକ ସମ୍ମିଳନୀରେ ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ଦୁଷ୍ମନ୍ତ ନାଏକ ଏ ସଂପର୍କରେ ସୂଚନା ଦେଇ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଏ ଘଟଣାର ତଦନ୍ତ ଆରମ୍ଭ କରାଯାଇନାହିଁ। ଫଳରେ ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାରେ ମଧ୍ୟ ବିଳମ୍ୱ ହେଉଛି।

ସେ କହିଛନ୍ତି,“ଏ ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ନିଃସର୍ତ୍ତ କ୍ଷମା ମାଗିବା ପାଇଁ ମଧ୍ୟ  ଆମେ ଦାବି କରୁଛୁ।”