ଜିଲ୍ଲା ପାଇଁ ଡିଲ୍‌: ସୁନ୍ଦରଗଡ଼ରେ କୋଟିଏ ଟଙ୍କାର ସଉଦା

ଭୁବନେଶ୍ୱର: ସୁନ୍ଦରଗଡ଼ରେ ଜିଲ୍ଲା ପରିଷଦ ଗଠନରେ ବିଜେଡିକୁ କଂଗ୍ରେସ ସମର୍ଥନ କରିବା ପାଇଁ ଏକ କୋଟି ଟଙ୍କାର ଡିଲ୍‌ ହୋଇଥିଲା। ଏପରି ଅଭିଯୋଗ ଆଣିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ତଲସରାର କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝି। ଏପରିକି ଏହି ଡିଲ୍‌ରେ ଜିଲ୍ଲା କଂଗ୍ରେସ ସଭାପତି ସମ୍ପୃକ୍ତ ଥିବା ସେ ଅଭିଯୋଗ କରିଛନ୍ତି। ଏଆଇସିସି ଏହାକୁ ତର୍ଜମା କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଫୁଲ୍ଲ ଦାବି କରିଛନ୍ତି। କଂଗ୍ରେସ ଜିଲ୍ଲା ପରିଷଦ ସଭ୍ୟମାନେ ଅଧ୍ୟକ୍ଷ ନିର୍ବାଚନରେ ବିଜେଡିକୁ ସମର୍ଥନ […]

congress

congress

Rakesh Mallick
  • Published: Tuesday, 14 March 2017
  • Updated: 14 March 2017, 08:17 PM IST

Sports

Latest News

ଭୁବନେଶ୍ୱର: ସୁନ୍ଦରଗଡ଼ରେ ଜିଲ୍ଲା ପରିଷଦ ଗଠନରେ ବିଜେଡିକୁ କଂଗ୍ରେସ ସମର୍ଥନ କରିବା ପାଇଁ ଏକ କୋଟି ଟଙ୍କାର ଡିଲ୍‌ ହୋଇଥିଲା। ଏପରି ଅଭିଯୋଗ ଆଣିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ତଲସରାର କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝି। ଏପରିକି ଏହି ଡିଲ୍‌ରେ ଜିଲ୍ଲା କଂଗ୍ରେସ ସଭାପତି ସମ୍ପୃକ୍ତ ଥିବା ସେ ଅଭିଯୋଗ କରିଛନ୍ତି। ଏଆଇସିସି ଏହାକୁ ତର୍ଜମା କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଫୁଲ୍ଲ ଦାବି କରିଛନ୍ତି।

କଂଗ୍ରେସ ଜିଲ୍ଲା ପରିଷଦ ସଭ୍ୟମାନେ ଅଧ୍ୟକ୍ଷ ନିର୍ବାଚନରେ ବିଜେଡିକୁ ସମର୍ଥନ ଦେଇ ଜିତାଇବା ପରେ ପ୍ରଫୁଲ୍ଲ ଏପରି ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି,“ଶୁଣିବାକୁ ମିଳୁଛି ଏକ କୋଟି ଟଙ୍କାର ଡିଲ୍‌ ହୋଇଛି। ଯିଏ ନେଇଛନ୍ତି ଓ ଯିଏ ଦେଇଛନ୍ତି ସେ ଏ ବିଷୟରେ ଜାଣିଥିବେ। ଜିଲ୍ଲା ସଭାପତି ଓ ପିସିସି ସଭାପତିଙ୍କ ଅଜାଣତରେ ଏପରି ଡିଲ୍‌ ହେବା ଅସମ୍ଭବ। ଏଥିରେ ଯେଉଁମାନେ ସମ୍ପୃକ୍ତ ଥିବେ ସେମାନଙ୍କୁ ତୁରନ୍ତ ଦଳରୁ ବହିଷ୍କାର କରାଯାଉ।”

ପ୍ରଫୁଲ୍ଲଙ୍କ ସ୍ୱରରେ ସ୍ୱର ମିଳାଇଛନ୍ତି ସବ୍‌ଡେଗା ‘କ’ ଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟା ଗେରୋଟି ଖେସ୍‌ । ଭୁବନେଶ୍ୱରର ଏକ ହୋଟେଲରେ ମାର୍ଚ୍ଚା ୮ ତାରିଖରେ ଏହି ଡିଲ୍‌ ହୋଇଥିବା ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି,“ଦୁଇଜଣ ମନ୍ତ୍ରୀ ଆସିଥିଲେ। କଥାବାର୍ତ୍ତା ବେଳେ ଉନ୍ନୟନ କାର୍ଯ୍ୟ ଉପରେ ଦୃଷ୍ଟି ଦିଆଯିବ ବୋଲି ସେମାନେ କଥା ଦେଇଥିଲେ। କଂଗ୍ରେସକୁ ଉପାଧ୍ୟକ୍ଷ ପଦ ଦିଆଯିବାକୁ ଆଲୋଚନା ହୋଇଥିଲା।”

ଅନ୍ୟପକ୍ଷରେ ଏପରି ଅଭିଯୋଗକୁ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଖଣ୍ଡନ କରିଛନ୍ତି। ସେ କହିଛନ୍ତି,“ଘୋଡା ବେପାର କ’ଣ ମୁଁ ଜାଣିନାହିଁ। ପ୍ରଫୁଲ୍ଲ ବାବୁ ଯେଉଁ ଘୋଡା ବେପାର ଅଭିଯୋଗ ଆଣିଛନ୍ତି ତାକୁ ପ୍ରମାଣିତ କରି ଦେଲେ ରାଜନୀତି ଛାଡି ଦେବି। ଯଦି ସେ ଏହାକୁ ପ୍ରମାଣିତ କରିପାରିବେ ନାହିଁ ବିଧାୟକ ପଦ ଛାଡିବେ କି?”

ଏପରି ଅଭିଯୋଗ ପରେ ଜିଲ୍ଲା କଂଗ୍ରେସ ସଭାପତି ଦୁଷ୍ମନ୍ତ ନାୟକ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି,“କୌଣସି ରୁଦ୍ଧଦ୍ୱାର ବୈଠକ ହୋଇନାହିଁ। ଆମେ ୪ ଜଣ ଜିଲ୍ଲା ପରିଷଦ ସଭ୍ୟ ଉପସ୍ଥିତ ଥିଲୁ। ଜଣେ ନେତୃମଣ୍ଡଳୀ ଆସିଥିଲେ। ସୁନ୍ଦରଗଡ଼ର ବିଜେଡି ପର୍ଯ୍ୟବେକ୍ଷକ ବୋଲି ଆମକୁ କୁହାଯାଇଥିଲା। ଯଦି ସେ (ପ୍ରଫୁଲ୍ଲ ମାଝି) ଦେଖିଛନ୍ତି ଓ ଜାଣିଛନ୍ତି ତାହା ହେଲେ କୁହନ୍ତୁ, ନ ହେଲେ ତାଙ୍କ ବିରୋଧରେ ଆମେ ମାନହାନୀ ମକୋଦ୍ଦମା କରିବୁ।”

ଏପରି ଅଭିଯୋଗ ପରେ ସ୍ଥାନୀୟ ସ୍ତରରେ ମେଣ୍ଟ ହୋଇଥିବା ବିଜେଡି ପକ୍ଷରୁ ପ୍ରକାଶ କରାଯାଇଛି। ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି,“ବ୍ଲକ ସ୍ତରରେ ସେମାନେ ନିଷ୍ପତ୍ତି ନେଇଥିଲେ ବିଜେଡିକୁ ସମର୍ଥନ କରିବାକୁ। ଏହାକୁ ଘୋଡ଼ା ବେପାର କୁହାଯିବ ନାହିଁ। ସେମାନେ ଆଲୋଚନା କରିବା ପରେ କହିଥିଲେ ସାମ୍ପ୍ରଦାୟିକ ଶକ୍ତିକୁ ପ୍ରତିହତ କରିବା ପାଇଁ ବିଜେଡିକୁ ସମର୍ଥନ ଦେଉଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story