ବିଜେପି ରାଜ୍ୟ କାର୍ଯ୍ୟକାରିଣୀର ପ୍ରଥମ ଦିନ: ମୋଦିଙ୍କୁ ଧନ୍ୟବାଦ ଓ ବିଜେଡି ସରକାର ବିରୋଧରେ ଆନ୍ଦୋଳନ ପ୍ରସ୍ତାବ

ରାଉରକେଲା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦୁଇ ବର୍ଷ ଶାସନ କାଳରେ ଓଡ଼ିଶାରେ ତୈଳ ବିଶୋଧନାଗାର ପ୍ରତିଷ୍ଠା ସହିତ ଢେର ବିକାଶମୂଳକ କାର୍ଯ୍ୟ ହୋଇଛି। ଦେଶର ପୂର୍ବାଞ୍ଚଳକୁ ସଂପୂର୍ଣ୍ଣ ବିକଶିତ କରିବା ନେଇ ମୋଦିଙ୍କ ଭିଜନ୍ ଆଧାରରେ ଓଡ଼ିଶାରେ ଏହି କାର୍ଯ୍ୟକ୍ରମ ଚାଲିଛି। ଏଥିପାଇଁ ମୋଦିଙ୍କୁ ଧନ୍ୟବାଦ ଜ୍ଞାପନ କରିବାକୁ ରାଉରକେଲାରେ ଆଜିଠାରୁ ଆରମ୍ଭ ହୋଇଥିବା ଦଳର କାର୍ଯ୍ୟକାରିଣୀର ପ୍ରଥମ ଦିନରେ ପ୍ରସ୍ତାବ ପାରିତ ହୋଇଛି। ଗତ ଦୁଇ ବର୍ଷର ଶାସନ କାଳରେ ବିଜେଡି ସରକାର ସବୁଥିରେ […]

bjp

bjp

Rakesh Mallick
  • Published: Saturday, 18 June 2016
  • Updated: 18 June 2016, 08:04 PM IST

Sports

Latest News

ରାଉରକେଲା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦୁଇ ବର୍ଷ ଶାସନ କାଳରେ ଓଡ଼ିଶାରେ ତୈଳ ବିଶୋଧନାଗାର ପ୍ରତିଷ୍ଠା ସହିତ ଢେର ବିକାଶମୂଳକ କାର୍ଯ୍ୟ ହୋଇଛି। ଦେଶର ପୂର୍ବାଞ୍ଚଳକୁ ସଂପୂର୍ଣ୍ଣ ବିକଶିତ କରିବା ନେଇ ମୋଦିଙ୍କ ଭିଜନ୍ ଆଧାରରେ ଓଡ଼ିଶାରେ ଏହି କାର୍ଯ୍ୟକ୍ରମ ଚାଲିଛି। ଏଥିପାଇଁ ମୋଦିଙ୍କୁ ଧନ୍ୟବାଦ ଜ୍ଞାପନ କରିବାକୁ ରାଉରକେଲାରେ ଆଜିଠାରୁ ଆରମ୍ଭ ହୋଇଥିବା ଦଳର କାର୍ଯ୍ୟକାରିଣୀର ପ୍ରଥମ ଦିନରେ ପ୍ରସ୍ତାବ ପାରିତ ହୋଇଛି।

ଗତ ଦୁଇ ବର୍ଷର ଶାସନ କାଳରେ ବିଜେଡି ସରକାର ସବୁଥିରେ ବିଫଳ ହୋଇଥିବା ଅଭିଯୋଗ କରିଛି ବିଜେପି। ଶାସକ ଦଳର ନେତାଠୁ ଅଭିନେତା ଯାଏ ସମସ୍ତେ ଚିଟ୍‌ଫଣ୍ଡ୍ ଦୁର୍ନୀତିରେ ବୁଡ଼ି ରହିବା ଅଭିଯୋଗ କରି ଏହା ବିରୋଧରେ ଆଗକୁ ଆନ୍ଦୋଳନ କରିବାକୁ ଆଉ ଏକ ପ୍ରସ୍ତାବ ପାରିତ ହୋଇଛି।

ରାଉରକେଲା ସିଭିକ୍ ସେଣ୍ଟରରେ ଆରମ୍ଭ ହୋଇଥିବା ଦୁଇ ଦିନିଆ କାର୍ଯ୍ୟକାରିଣୀରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ରାଷ୍ଟ୍ରୀୟ ସହ ସଂଗଠନ ସଂପାଦକ ସୌଦାମ ମନ୍ତ୍ରୀ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସୁରେଶ ପୂଜାରୀ, ପୃଥ୍ୱୀରାଜ ହରିଚନ୍ଦନ ପ୍ରମୁଖଙ୍କ ସହ ବିଭିନ୍ନ ଅଞ୍ଚଳରୁ ପ୍ରତିନିଧିମାନେ ଯୋଗ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos