ସୁଙ୍କି ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

କୋରାପୁଟ/ଭୁବନେଶ୍ୱର: କୋରାପୁଟ ଜିଲ୍ଲା ସୁଙ୍କି ଘାଟିରେ ଗତକାଲି ଘଟିଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ମୃତ ପୋଲିସ୍ କର୍ମଚାରୀଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ଆଜି ନିଖୋଜ ଥିବା ଜଣେ ପୋଲିସ୍ କର୍ମଚାରୀଙ୍କ ମୃତଦେହ ଠାବ କରାଯାଇଥିଛି। ମୃତ ଯବାନ ଜଣଙ୍କ ହେଲେ ତୁଳସୀରାମ ମାଝି। ସହିଦ ଅନ୍ୟ ପୋଲିସ କର୍ମଚାରୀମାନେ ହେଲେ ଅରୁଣ କୁମାର ନାୟକ, ଗଣେଶ ପ୍ରସାଦ ସା, ସୋମନାଥ ଶିଶା, ସଞ୍ଜୟ କୁମାର ଦାଶ, ସୁବର୍ଣ୍ଣ କୁମାର ରାଜ, ପ୍ରଦୀପ୍ତ କୁମାର ରାଉତ, ହରେକୃଷ୍ଣ ପୃଷ୍ଟି। ଗତକାଲି […]

landmine

landmine

Rakesh Mallick
  • Published: Thursday, 02 February 2017
  • Updated: 02 February 2017, 08:25 PM IST

Sports

Latest News

କୋରାପୁଟ/ଭୁବନେଶ୍ୱର: କୋରାପୁଟ ଜିଲ୍ଲା ସୁଙ୍କି ଘାଟିରେ ଗତକାଲି ଘଟିଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ମୃତ ପୋଲିସ୍ କର୍ମଚାରୀଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ଆଜି ନିଖୋଜ ଥିବା ଜଣେ ପୋଲିସ୍ କର୍ମଚାରୀଙ୍କ ମୃତଦେହ ଠାବ କରାଯାଇଥିଛି। ମୃତ ଯବାନ ଜଣଙ୍କ ହେଲେ ତୁଳସୀରାମ ମାଝି।

ସହିଦ ଅନ୍ୟ ପୋଲିସ କର୍ମଚାରୀମାନେ ହେଲେ ଅରୁଣ କୁମାର ନାୟକ, ଗଣେଶ ପ୍ରସାଦ ସା, ସୋମନାଥ ଶିଶା, ସଞ୍ଜୟ କୁମାର ଦାଶ, ସୁବର୍ଣ୍ଣ କୁମାର ରାଜ, ପ୍ରଦୀପ୍ତ କୁମାର ରାଉତ, ହରେକୃଷ୍ଣ ପୃଷ୍ଟି।

ଗତକାଲି ଅପରାହ୍ନ ପ୍ରାୟ ୫ଟା ବେଳେ ସୁଙ୍କି ଘାଟିର ମୁଙ୍ଗାରଭୂମିଠାରେ ଏହି ଘଟଣା ଘଟିଥିଲା। ଘଟଣାସ୍ଥଳରେ ୭ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଥିଲେ। ତୁଳସୀରାମ ନିଖୋଜ ଥିଲେ। ଏହି ପୋଲିସ୍ କର୍ମଚାରୀମାନେ ଆସିଷ୍ଟାଣ୍ଟ ଡ୍ରାଇଭର ତାଲିମ ନେବା ପାଇଁ କୋରାପୁଟରୁ ଭୁବନେଶ୍ୱର ଯାଉଥିଲେ।

ଡିଜିପି କେ.ବି. ସିଂହ କହିଛନ୍ତି,“ଗୁରୁତର ଆହତଙ୍କ ଚିକିତ୍ସା ବିଶାଖାପାଟଣାରେ ଚାଲିଛି। ଏହି ଘଟଣା ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରି ନାହାନ୍ତି। ପ୍ରାଥମିକ ତଦନ୍ତରୁ ଏହା ମାଓବାଦୀଙ୍କ କାଣ୍ଡ ବୋଲି ସନ୍ଦେହ କରାଯାଉଛି।”

ଓଡ଼ିଶା କନଷ୍ଟେବଳ-ହାବିଲଦାର-ସିପାହୀ ମହାସଂଘ ପକ୍ଷରୁ କୁହାଯାଇଛି ଯେ ଏହି ପୋଲିସ୍ କର୍ମଚାରୀମାନେ କୋରାପୁଟରୁ ଭୁବନେଶ୍ୱର ଆସୁଥିବା ବେଳେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜୋର (ଏସ୍‌ଓପି) ପାଳନ କରାଯାଇ ନ ଥିଲା। ମହାସଂଘ ସଭାପତି ପ୍ରଶାନ୍ତ ମହାପାତ୍ର କହିଛନ୍ତି,“ମାଓ ପ୍ରବଣ ଅଞ୍ଚଳରେ ମୁଭ୍‌ମେଣ୍ଟ୍ ପୋଲିସ୍ ଗାଡ଼ିରେ ହୁଏ ନାହିଁ। ପ୍ରାଇଭେଟ୍ ଗାଡ଼ିରେ ଯାଇଥିଲେ ଏହି ଦୁର୍ଘଟଣାକୁ ରୋକା ଯାଇପାରିଥାଆନ୍ତା।”

ଏହା ସହିତ ସହିଦଙ୍କ ପରିବାରରୁ ଜଣଙ୍କୁ ଚାକିରି ଯୋଗାଇ ଦେବା ପାଇଁ ମହାସଂଘ ପକ୍ଷରୁ ଦାବି କରାଯାଇଛି।

ବିସ୍ଫୋରଣରେ ସହିଦ ହୋଇଥିବା ଯବାନଙ୍କ ପରିବାରରୁ ଜଣେ ସଦସ୍ୟଙ୍କୁ ଚାକିରି ଦେବାକୁ ଓଡ଼ିଶା ପୋଲିସ ଆସୋସିଏସନ ପକ୍ଷରୁ ଦାବି କରାଯାଇଛି। ସଂଘ ପକ୍ଷରୁ କୁହାଯାଇଛି,“ସହିଦ ଯବାନଙ୍କ ପରିବାରକୁ ୮ ଲକ୍ଷ ବଦଳରେ ୧୬ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଉ। ବୀମାରାଶିକୁ ୧୦ରୁ ୨୦ ଲକ୍ଷକୁ ବୃଦ୍ଧି କରାଯାଉ। ସହିଦ ଯବାନଙ୍କୁ ଠିକା ବଦଳରେ ସ୍ଥାୟୀ କର୍ମଚାରୀ ଭାବେ ପରିଗଣିତ କରାଯାଉ। ଏହାସହ ଯବାନଙ୍କ ପତ୍ନୀ କିମ୍ବା ମା’ଙ୍କୁ ଫ୍ୟାମିଲି ପେନ୍‌ସନ ପ୍ରଦାନ କରାଯାଉ।”

ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଲଳିତ ଦାସ କହିଛନ୍ତି,“ଗୁଇନ୍ଦା ନିର୍ଦ୍ଦେଶକ ଓ ଆଇଜତ ଅପରେସନ୍‌ଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। ସେମାନେ ଘଟଣାସ୍ଥଳକୁ ଯାଇଛନ୍ତି। ତଦନ୍ତ ପରେ ଜଣାପଡ଼ିବ ଏସ୍‌ଓପି ପାଳନ ହୋଇଥିଲା କି ନାହିଁ।”

କୋରାପୁଟର ପରେଡ ଗ୍ରାଉଣ୍ଡରେ ଆଜି ସହିଦ ପୋଲିସ୍ କର୍ମଚାରୀଙ୍କୁ ତୋପ ସଲାମୀ ପ୍ରଦାନ କରାଯାଇଥିଲା। ଡିଆଇଜି ଏସ୍‌.ସାଇନିଙ୍କ ସହ ବରିଷ୍ଠ ପୋଲିସ୍ ଅଧିକାରୀମାନେ ଏଥିରେ ଉପସ୍ଥିତ ଥିଲେ।

ଡିଆଇଜି ଏସ୍‌.ସାଇନି କହିଛନ୍ତି, ଆକ୍ରମଣର ଶିକାର ହୋଇଥିବା ପୋଲିସ୍ କର୍ମଚାରୀମାନେ ସଶସ୍ତ୍ର ନ ଥିଲେ। ଏହା ଏକ ଦୁଃଖଦ ଘଟଣା।

ଏ ଘଟଣାରେ ମାନବାଧିକାର ସଂଗଠନଗୁଡ଼ିକ କାହିଁକି ଚୁପ୍ ରହିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ଗୁଇନ୍ଦା ନିର୍ଦ୍ଦେଶକ ସୁନୀଲ ରାୟ ଏବଂ ଆଇଜି ଅପରେସନ୍‌ ଆରପି କୋଚେ କୋରାପୁଟରେ ପହଞ୍ଚିଛନ୍ତି। ଉଭୟ କୋରାପୁଟରେ ପହଞ୍ଚିବା ପରେ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଏସ୍‌. ସାଇନି, ଏସ୍‌ଓଜି କମାଣ୍ଡାଣ୍ଟ ଅନୁପ କ୍ରିଷ୍ଣା ଓ କୋରାପଟ ଏସ୍‌ପିଙ୍କ ସହ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story