ସୁଙ୍କି ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟଣା: ୫ ମାଓବାଦୀଙ୍କ ନାଁରେ ମାମଲା

ଭୁବନେଶ୍ୱର: ସୁଙ୍କି ଘାଟି ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟଣାରେ ୫ ଜଣ ମାଓବାଦୀଙ୍କ ନାଁରେ ମାମଲା ରୁଜୁ ହୋଇଛି। ଏହି ମାଓବାଦୀମାନେ ହେଲେ ସୁରେଶ, ଆନ୍ଦ୍ରୁ, ଅରୁଣ, ରଞ୍ଜିତ ଏବଂ ମାଲେଶୁ। ପଟ୍ଟାଙ୍ଗି ପୋଲିସ ଏମାନଙ୍କ ବିରୋଧରେ ମାମଲା ରୁଜୁ କରି କୋରାପୁଟ ଏସ୍‌ଡିଜେଏମ୍‌ଙ୍କ କୋର୍ଟକୁ ପଠାଇଛି।

ଏହି ଘଟଣା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇ ସାରିଥିବାରୁ କ୍ରାଇମବ୍ରାଞ୍ଚ ବିଧିବଦ୍ଧ ଭାବେ ମାମଲାର ତଦନ୍ତଭାର ନେଇଛି। ଏହାସହ ବିସ୍ଫୋରଣ ପରେ ପୋଲିସ ପକ୍ଷରୁ କୋର୍ଟରେ ଦାଖଲ ହୋଇଥିବା ସଂଗୃହିତ ନମୁନା ଫୋରେନସିକ ଯାଞ୍ଚ ପାଇଁ କ୍ରାଇମବ୍ରାଞ୍ଚ ନେଇଛି।